ଚିତା ମଧ୍ୟ କମ୍ ନଥିଲା । ସେ ଇଟା ର ଜବାବ, ପଥରରେ ଦେବା ବାଲା ଜନ୍ତୁ । ଚିତା କହିଲା କ’ଣ କହିଲୁ ବିଲେଇ ଛୁଆ ତୁ ପୁଣି ଚିତାକୁ ମଜା ଚଖେଇବୁ । ଆଜି ମୋ ହାତରେ ନିଶ୍ଚୟ ତୋ ପ୍ରାଣ ଯିବ । ଆସ ମିଳାଇବା ପଞ୍ଝା । ଦେଖିବା କିଏ କେତେ ମା’ର କ୍ଷୀର ପାନ କରିଛି । ମୁକାବିଲା କରି ନେବା ।
ଏହି ଭଳି ତୁ..ତୁ.. ମୈ… ମୈ ର ଫଳ ଏଭଳି ହେଲା ଯେ ଦୁହେଁ ଗର୍ଜ୍ଜନ ତର୍ଜ୍ଜନ କରି ଲାଗି ପଡିଲେ ଯୁଦ୍ଧ କରିବାକୁ । ଠିକ୍ ରାମାୟଣରେ ଯେପରି ବାଳୀ ଓ ସୁଗ୍ରୀବଙ୍କ ମଧ୍ୟରେ ଘଟି ଥିବା ଲଢେଇ ପରି । ଦୁହେଁ ଦହିଁଙ୍କ ଉପରେ ପଞ୍ଝା ତଥା ଦାନ୍ତରେ ଆକ୍ରମଣ ଜାରି ରଖିଲେ । ଏହି ଭଳି ବହୁ ସମୟ ଯୁଦ୍ଧରେ ଦୁହେଁ ରକ୍ତରେ ଯୁଡୁ ବୁଡୁ ହୋଇ ଗଲେ । ଶେଷରେ ସେମାନେ ଦୁହେଁ ସେଇଠାରେ ହିଁ ଅଚେତ୍ ଅବସ୍ଥାରେ ପଡି ରହିଲେ ।
ଗୋଟିଏ ଗଧିଆ ଦୂରରୁ ଠିଆ ହୋଇ ଏହି ସବୁ ନାଟ ତାମ୍ସାକୁ ଦେଖି ଉପଭୋଗ କରୁ ଥିଲା । ସେ ଜାଣି ପାରିଲା ଯେ ଯେତେ ବେଳେ ସେମାନେ ଦୁହେଁ ମାଟିରେ ଅଚେତ୍ ହୋଇ ପଡି ଗଲେ ସେତେ ବେଳେ ସେ ମଲା ହରିଣ ଉପରେ ଡେଇଁ ପଡି ତାର ମାଂସ ଖାଇବାକୁ ଲାଗିଲା । ଯେତେ ବେଳେ ସିଂହ ଓ ଚିତାଙ୍କ ହୋସ୍ ଆସିଲା, ସେତେବେଳେ ସେମାନେ ଦେଖିଲେ ଯେ, ହରିଣର ମାଂସକୁ ଗଧିଆ ବେଶ୍ ଆରାମ୍ରେ ଖାଇବାରେ ଲାଗିଛି । ସେମାନେ ଅବଶୋସ୍ କରିବାକୁ ଲାଗିଲେ ଯେ ଯେଉଁ ହରିଣ ମାଂସ ପାଇଁ ସେମାନେ ଏତେ ଲଢେଇ, ଏତେ କୁସ୍ତି କଲେ କ’ଣ ଏ ଦୁଷ୍ଟ ଗଧିଆକୁ ମାଂସ ଖୁଆଇବା ପାଇଁ । ଗୁଣୀ ଲୋକ ମାନେ କହିଛନ୍ତି : ଦୁଇ ଜଣଙ୍କ ବିବାଦରେ ତୃତୀୟର ଲାଭ ହୁଏ । କଥାଟି ଏକଦମ୍ ଠିକ୍ ।