ଶ୍ୟାମଲାଲ୍ଙ୍କ ଦୋକାନରେ ଜଣେ ଭଲ କର୍ମଚାରୀ ଥାଏ । ନିଜ ଦେହ ଖରାପ ବୋଲି ସେ କାମ ଛାଡିଦେଲା । ତେଣୁ ଶ୍ୟାମଲାଲ୍ ଆଉ ଜଣେ କର୍ମଚାରୀ ଖୋଜୁଥାନ୍ତି । ଏକଥା ଯାଇ ସୁଧୀର କାନରେ ପଡିଲା ।
ସୁଧୀର ଆସି ଶ୍ୟାମଲାଲଙ୍କୁ କହିଲା, “ଆଜ୍ଞା, ଆପଣ ମୋତେ ଚାକିରୀରେ ରଖନ୍ତୁ । ମୋ ନାମ ସୁଧୀର୍ ।”
ଶ୍ୟାମଲାଲ୍ ପଚାରିଲେ “ତମେ କ’ଣ କରୁଛ? କେତେ ଦରମା ପାଉଛ?” ବର୍ତ୍ତମାନ କାହା ପାଖରେ ଅଛ ।
“ବାବୁ, ମୁଁ କରୁଣାକର ପାତ୍ରଙ୍କ ଦୋକାନରେ କାମ କରେ । ଦରମା ମୋର ଦେଢଶହ ଟଙ୍କା । ଆପଣ ଯଦି ଆଉ ଅଧିକା ଦଶ ପନ୍ଦର ଟଙ୍କା ଦେବେ, ତେବେ ମୁଁ ସେ କାମ ଛାଡି ଆପଣଙ୍କଠିଁ ରହିବି ।”
ଶ୍ୟାମଲାଲ୍ ପଚାରିଲେ “ଯୁବକ! ତମେ ତ ବେକାର ନୁହଁ, କାମରେ ରହିଛ । ସେ କାମ ଛାଡିବାକୁ କାହିଁକି ଚାହୁଁଛ ସତରେ କହିଲ ଭଲା!”
ସୁଧୀର ଟିକିଏ ଦୋଦୋପାଂଚ କଲା; ଥରେ ଅଧେ କାଶିଲା । ତା’ପରେ ସେ କହିଲା, “ଆଜ୍ଞା, କରୁଣାକାର ବାବୁ ବଡ କଡା ଲୋକ । ବହୁତ ଖଟାନ୍ତି । ସକାଳୁ ରାତିଯାଏଁ ମୁଁ ଅବିଶ୍ରାନ୍ତ କାମ କରି ଲାଗିଥାଏ, ତଥାପି ବି ସେ ଖାଲି ଟିକିଏ ଟିକିଏ କଥାରେ ମୋ ତୃଟି ଧରନ୍ତି ଓ ମୋତେ ଗାଳି ବି ଦିଅନ୍ତି । ପ୍ରକୃତରେ କହିବାକୁ ଗଲେ ତାଙ୍କ ପାଖରେ କାମ କରିବା ଯାହା, କ୍ଷୁର ଧାରରେ ଚାଲିବା ମଧ୍ୟ ସେଇଆ ।”
“ଓଃ, ଏମିତି କଥା! ଆଚ୍ଛା, ତମେ ଏବେ ଯାଅ । ଦୁଇଦିନ ପରେ ଆସିବ । ମୋ ସିଦ୍ଧାନ୍ତ ମୁଁ ଜଣାଇବି ।”
ଏହାପରେ ସେ ସୁଧୀର ନମସ୍କାର କରି ସେଠାରୁ ବିଦାୟ ନେଲା ।
ସେହିଦିନ ସଂନ୍ଧ୍ୟାରେ ଶ୍ୟାମଲାଲ୍ ଯାଇ କରୁଣାକର ପାତ୍ରଙ୍କ ଦୋକାନରେ ପହଁଚିଲେ ।