ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଇ ବୈଦ୍ୟ

ସୋମେଶ୍ୱର ଏକ ବିରାଟ ଗ୍ରାମ! ସେଠାରେ ଅନେକ ଥିଲାବାଲା କୃଷକ, କେତେଜଣ ବ୍ୟବସାୟୀ ଓ ଜଣେ ଦୁଇଜଣ ଜମିଦାର ବସବାସ କରୁଥିଲେ । ତା’ଛଡା ସେ ଗ୍ରାମଟି ଦୁଇଟି ବଡ ବଡ ସହରର ମଝାମଝି ସ୍ଥାନରେ ଅବସ୍ଥିତ ହୋଇଥିବା ଯୋଗୁଁ ଗାଁ ମଝିଦେଇ ଅନେକ ଶଗଡ ଓ ସବାରୀ ତଥା ପଥଚାରୀମାନଙ୍କର ଚଳପ୍ରଚଳ ଲାଗି ରହିଥିଲା । ଗାଁରେ ଗୋଟିଏ ଯୋଡିଏ ଚଟିଘର ମଧ୍ୟ ଥିଲା ।

                ସେ ଚଟିଘର ଦୁଇଟିରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାଆସିବା କରିବା ଅବସରରେ ଯାତ୍ରୀମାନେ ବିଶ୍ରାମ କରୁଥିଲେ । ତେଣୁ ଚଟିଘରକୁ ଲାଗି ଯୋଡିଏ ତିନୋଟି ଦୋକାନ ମଧ୍ୟ ଖୋଲିଥାଏ । ଚଟିଘର ଦୁଇଟି ନଈ କୂଳରେ ହୋଇଥିବା ଯୋଗୁଁ ଓ ସେଠାକାର ପ୍ରାକୃତିକ ଦୃଶ୍ୟ ସୁନ୍ଦର ହୋଇଥିବା ଯୋଗୁଁ ତଥା ଜଳବାୟୁ ମଧ୍ୟ ଅତ୍ୟନ୍ତ ଭଲ ହୋଇଥିବାରୁ ଅନେକ ସମୟରେ ଯାତ୍ରୀମାନେ ଇଚ୍ଛାକରି ସେଠାରେ ଦୁଇ ତିନିଦିନ ସମୟ ଅତିବାହିତ କରୁଥିଲେ ।

                ସେ ଗାଁରେ ଦୁଇଜଣ ବୈଦ୍ୟ ଥିଲେ । ଜଣେ ବିଶ୍ୱନାଥ, ଅନ୍ୟ ଜଣକ ହେଲେ ଜୟନାଥ । ବିଶ୍ୱନାଥର ଅଭ୍ୟାସ ହେଲା, ରୋଗୀ ଦେଖିବା ମାତ୍ରେ ପ୍ରଥମେ ସେ ତା’ ରୋଗ ଦୂର କରିବା ପାଇଁ ଚେଷ୍ଟା କରିବ । ପଇସାପତ୍ର କଥା ପରେ । ମାତ୍ର ଜୟନାଥର ଅଭ୍ୟାସ ବିପରୀତ । ସେ ଆଗେ ରୋଗୀ କେତେ ପଇସା ଦେଇପାରିବ ସେକଥା ଠଉରାଇ ସେହି ଅନୁସାରେ ସେ ଚିକିତ୍ସା କରିବ । ପଇସା ବେଶି ମିଳିଲେ ପୁରା ଚିକିତ୍ସା ହେବ, କମ୍ ମିଳିଲେ ଅଧା ଚିକିତ୍ସା ।

                ଏପରିକି, ରୋଗୀ ଭୀଷଣ ଖରାପ ଅବସ୍ଥାରେ ଥିବା ବେଳେ ଯଦି ତା’ର ଆତ୍ମୀୟମାନେ ଆସି ଜୟନାଥକୁ ରୋଗୀକୁ ଦେଖି କିଛି ଔଷଧ ଦେବା ନିମନ୍ତେ ଅନୁରୋଧ କରୁଥିଲେ, ତେବେ ମଧ୍ୟ ଜୟନାଥ ପ୍ରଥମେ ତା’ ପ୍ରାପ୍ୟ ବିଷୟରେ କଥା ଛିଡାଇ ତା’ପରେ ଯାଇ ରୋଗୀ ଦେଖୁଥିଲା ।

                କ୍ରମେ କ୍ରମେ ଲୋକେ ଆଉ ଜୟନାଥ ପାଖକୁ ଗଲେ ନାହିଁ । ତେଣେ ବିଶ୍ୱନାଥର ସୁଖ୍ୟାତି ଦିନକୁ ଦିନ ବଢି ଚାଲିଥାଏ । ଅସଂଖ୍ୟ ରୋଗୀ ତା’ ପାଖକୁ ଆସୁଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ