ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଇ ବୈଦ୍ୟ

                ବିଶ୍ୱନାଥର ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ଡବା ଦେଲା, କିନ୍ତୁ ଡବା ଭିତରେ ବିନ୍ଦୁଏ ଅଠା ଲଗାଇ ଦେଲା । ଜୟନାଥର ସ୍ତ୍ରୀ ତା’ କୌଶଳ ବୁଝିପାରିଲା ଓ ସେ ଅଠାରେ ସାମାନ୍ୟ ସୁନା ଜରି ଲଗାଇଦେଲା । ଡବା ଫେରିପାଇବା ପରେ ବିଶ୍ୱନାଥର ସ୍ତ୍ରୀ ଧରିନେଲା ଯେ ସେ ଯାହା ଶୁଣିଛି ତାହା ସତ୍ୟ । ଏହାପରେ ସେ ତା’ ସ୍ୱାମୀ ସହ ଲଗାଇଲା; “ତମେ ବି ବଣ ଭିତରକୁ ଯାଅ । ରାକ୍ଷସଠାରୁ ସୁନାଗୁଣ୍ଡ ମିଳିବ ।”

                ଶେଷରେ ବିଶ୍ୱନାଥ ବାଧ୍ୟ ହୋଇ ବଣକୁ ଗଲା । ଦୂରରୁ ରାକ୍ଷସ କଷ୍ଟ ପାଉଥିବାର ଦେଖି ସେ ପାଟି କରି କହିଲା, “ତମେ ଆଉ ଚିନ୍ତା କର ନାହିଁ । ମୁଁ ଜଣେ ବୈଦ୍ୟ ।” ତା’ପରେ ସେ ପାଖକୁ ଯାଇ ରାକ୍ଷସର ବେକର ଅବସ୍ଥା ପରୀକ୍ଷା କଲା ଓ ତଳେ ପଡି ସେ ଗୋଡରେ ବି ଆଘାତ ପାଇଥିବାର ଦେଖିଲା । ସେ ସେସବୁ କ୍ଷତ ସ୍ଥାନରେ ଔଷଧ ଲଗାଇଦେଲା । ରାକ୍ଷସକୁ ଧରି ଧରି ତା’ ଗୁମ୍ଫା ଭିତରକୁ ନେଇଗଲା । ତେଣିକି ସବୁଦିନ ସେ ବଣକୁ ଯାଇ ରାକ୍ଷସର ଚିକିତ୍ସା କରେ । ସପ୍ତମ ଦିନକୁ ରାକ୍ଷସ ପୁରା ସୁସ୍ଥ ହୋଇଗଲା । ବିଶ୍ୱନାଥ  ପ୍ରତି କୃତଜ୍ଞତା ଜଣାଇ ତାକୁ ବହୁତ ସୁନା ସେ ରାକ୍ଷସ ଦେଲା ।

                ଏଣେ ଜୟନାଥ ଧରିନେଇଥିଲା ଯେ ବିଶ୍ୱନାଥକୁ ଦେଖିବା ମାତ୍ରେ ରାକ୍ଷସ ତାକୁ କଂଚା ଖାଇଯିବ । କିନ୍ତୁ ବିଶ୍ୱନାଥ ସବୁ ଦିନ ବଣକୁ ଯାଉଥିବାର ଲକ୍ଷ୍ୟ କରି ଜୟନାଥ କାବା ହୋଇଗଲା । ବିଶ୍ୱନାଥ ରାକ୍ଷସ ପାଖରୁ ସବୁ ଶୁଣି କାଳେ ତା’ କୀର୍ତ୍ତି ପଦାରେ ପକାଇ ଦେବ, ସେହି ଡରରେ ଜୟନାଥ ଥାଏ । କିନ୍ତୁ ସପ୍ତମ ଦିନ ବିଶ୍ୱନାଥ ତାକୁ ଡାକି କହିଲା, “ଶୁଣ । ଯାହା ହେବାର ତ ହେଲାଣି । ରାକ୍ଷସ ମୋତେ ଯାହା ଦେଇଛି, ସେଥିରେ ମୁଁ ଗୋଟାଏ ବଡ ଆରୋଗ୍ୟ ନିକେତନ ନିର୍ମାଣ କରିବି । ଯୋଉଠିକି ଗରୀବ ଲୋକେ ମାଗଣାରେ ଚିକିତ୍ସାର ସୁଯୋଗ ପାଇବେ । ତମେ ଜଣେ ବୈଦ୍ୟ ହିସାବରେ ସେଠି କାମ କରିପାର । ତମକୁ ଯଥା ଯୋଗ୍ୟ ଦରମା ଦିଆଯିବ । ହେଲେ ତମେ କିନ୍ତୁ କୌଣସି ରୋଗୀଙ୍କଠୁଁ ମଧ୍ୟ ପଇସା ଅସୁଲ କରିପାରିବ ନାହିଁ ।”

                ଜୟନାଥ ନିଜ ଦୁଷ୍ଟ ବୁଦ୍ଧି ଯୋଗୁଁ ଦୁଃଖ ପ୍ରକାଶ କଲା ଓ ବିଶ୍ୱନାଥର ପ୍ରସ୍ତାବକୁ ଗ୍ରହଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ