ଏହି ଘଟଣା ପରେ ସେ ଦୌଡି ଦୌଡି ଯାଇ ତା’ ବାପା ମା’ଙ୍କୁ ସବୁକଥା ଜଣାଇଲା ଓ କହିଲା, “ଏପରି ପିଶାଚୀକୁ ବୋହୂ କରୁଛ? ମୁଁ ଏଠାରେ ବିବାହ କଦାପି କରିବି ନାହିଁ ।”
କିଛି ସମୟ ମଧ୍ୟରେ ସେ ଗ୍ରାମରେ ପ୍ରଚାର ହୋଇଗଲା କି ବର ଓ କନ୍ୟା ଦୁଇପକ୍ଷ ବିବାହରେ ନାରାଜ । ତା’ପରେ ବନ୍ଧୁବାନ୍ଧବ ଓ ଭଦ୍ର ଲୋକମାନେ ମଧ୍ୟସ୍ଥି ହୋଇ ଉଭୟ ପକ୍ଷଙ୍କୁ ଡାକି ପଚାରିଲେ, “ଇଏ କି ଥଟ୍ଟା ତାମସା ଚାଲିଛି? ଦୁଇ ପକ୍ଷ ଏବେ କୁହ ଏ ବିବାହ କାହିଁକି ବନ୍ଦ ହେବ ।”
କନ୍ୟା ତରଫ କହିଲେ, “ବରର ମା’ ଚଣ୍ଡୀ, ଟିକିଏ ଆଗରୁ ଯାଇ ଆମକୁ ଅପମାନ କରିଛି । ସେଠି ଆମେ ଝିଅ ଦେବୁନି ।” ତା’ପରେ ସେ ସବୁ ଘଟଣା କହିଲେ ।
ଏଭଳି କଥା ଶୁଣି ବରର ମା’ ଆଶ୍ଚର୍ଯ୍ୟ ହୋଇ କହିଲେ, “ମୁଁ ତ କନ୍ୟା ଘରକୁ ଆଦୌ ଯାଇ ନାହିଁ । ଆରମ୍ଭରୁ ହିଁ ଏଇଠି ଅଛି ।”
ବରପକ୍ଷ ଲୋକମାନେ କହିଲେ, “କନ୍ୟା ତ ଏକବାରେ ରାକ୍ଷସୀ ସ୍ୱଭାବର । ସେ ନିଜର ଭାବି ସ୍ୱାମୀଙ୍କୁ ଅପମାନ ଦେଇ କହିଛି କି ସେ ତାକୁ ଘରର ସବୁ କାମ କରାଇବ । ଆଉ ଯଦି କାମ ତା’ ମନକୁ ନ ଆସିଲା ତେବେ ସେ ପିଟିବ ।”
ବରପକ୍ଷଙ୍କ ଏରକମ କଥା ଶୁଣି ଲକ୍ଷ୍ମୀ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଲା । କେହି ବି ବୁଝିପାରୁ ନାହାଁନ୍ତି ଯେ, ଅସଲ ଘଟଣା କ’ଣ । ଦୁଇପକ୍ଷ ପୁଣି କଳି କରିବାକୁ ଲାଗିଲେ । ଭୂତୁଣୀ ଦୁହେଁ ଦେଖିଲେ ସେମାନେ ପେଟ ଭରି ଖାଇଛନ୍ତି ଓ ଯେଉଁ ନାଟକ କରିଥିଲେ ତାହା ମଧ୍ୟ ସଫଳ ହୋଇଛି । ଏଥର ତାଙ୍କ ଆନନ୍ଦ କହିଲେ ନ ସରେ ।
ଇତିମଧ୍ୟରେ ନଗେନ୍ଦ୍ରକୁ ଦେଖିବାକୁ ଯାଇ ତା’ ମାମୁଁ କହିଲେ, “ଶୀଘ୍ର ବୈଦ୍ୟ ହନୁମାନଜୀଙ୍କୁ ଡାକ ମୋ ଭଣଜାର ଦେହରେ ବହୁତ ଜର ।”
“ହନୁମାନ” ନାମ ଶୁଣି ସେ ଦୁଇ ଭୂତୁଣୀ ଚିତ୍କାର କରି କଳା ବିଲେଇ ରୂପରେ ସେଠାରୁ ଡିଆଁମାରି ପଳାଇଲେ । ଏ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଓ କେତେକ ହସି ହସି ବି ଗଡିଗଲେ ।
ସେମାନେ ଚାଲିଯିବା ପରେ ନଗେନ୍ଦ୍ର ସମସ୍ତ ଘଟଣା କହିଲା । ଏବେ ସମସ୍ତେ ଠିକ୍ ବୁଝିପାରିଲେ କି ଏ ଗୋଳମାଳ ଘଟାଇବା ସେଇ ଦୁଇଜଣଙ୍କ କାମ ।
ତା’ପରେ ସମସ୍ତେ ଆହୁରି ହସିଲେ । ଶେଷରେ ସେ ବାହାଘର ବହୁତ ଧୁମ୍ଧାମ୍ରେ ସମ୍ପନ୍ନ ହେଲା ।