ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଷ୍ଟ ଘୋଡା

ବିଜୟ ନଗର ରାଜ୍ୟର ପଡୋଶୀ ରାଜ୍ୟର ରାଜାଙ୍କର ଉନ୍ନତମାନର ସେନାବାହିନୀ ଥିଲା । ତେଣୁ ରାଜା କୃଷ୍ଣଦେବରାୟ ସର୍ବଦା ଚାହୁଁଥିଲେ ପଡୋଶୀ ରାଜ୍ୟ ପରି ତାଙ୍କ ରାଜ୍ୟର ଘୋଡା ଚାଳକ ସୈନ୍ୟମାନେ ଏପରି କୌଶଳୀ ହୁଅନ୍ତୁ ଯେମିତି, ଶତ୍ରୁ ଆକ୍ରମଣ କରିବା ମାତ୍ରକେ ସେମାନେ ତାର ମୁକାବିଲା ତୁରନ୍ତ କରି ପାରିବେ । ସେଥିପାଇଁ ରାଜା ବହୁତ ଗୁଡିଏ ଘୋଡା ଆରବ ରାଷ୍ଟ୍ରରୁ କିଣି ଆଣିଲେ । ଏତେ ଗୁଡିଏ ଉନ୍ନତମାନର ଘୋଡାମାନଙ୍କୁ ଏକ ସଂଗରେ ପାଳନ କରାଯିବ ବା’ କିପରି? ତେଣୁ ରାଜାଙ୍କର ମନ୍ତ୍ରୀଗଣ କହିଲେ, “ମହାରାଜ! ଘୋଡାମାନଙ୍କୁ ପାଳନ କରିବାପାଇଁ ଏକ ସୁବିଧା ଉପାୟ ଅଛି । ଆମ ରାଜ୍ୟର ଯେତେ ନାଗରିକ ଅଛନ୍ତି ସମସ୍ତେ ଗୋଟିଏ ଗୋଟିଏ ଘୋଡା ନେଇ ପାଳିବେ । ଯେତେବେଳେ ଯୁଦ୍ଧ ହେବ ସେତେବେଳେ ଘୋଡାମାନଙ୍କୁ ଆଣି ଏକାଠି କରିବେ ।

                ସେ ମନ୍ତ୍ରୀ ମାନଙ୍କର କଥା ରାଜାଙ୍କର ମନକୁ ବେଶ୍ ପାଇଲା । ତାପରେ ରାଜା ଏକ ହଜାର ଆରବୀ ଘୋଡାକୁ ନାଗରିକ ମାନଙ୍କ ମଧ୍ୟରେ ବାଂଟିଦେଲେ । ସବୁ ଘୋଡାଙ୍କୁ ଘାସ, ଚଣା ଔଷଧ ବାବଦରେ ଯେତେ ଖର୍ଚ୍ଚ ଦରକାର ତାହା ଦେଇଦେଲେ; ଏବଂ କହିଲେ ପ୍ରତି ତିନି ମାସରେ ଥରେ ଏ ଘୋଡାମାନଙ୍କୁ ଯାଂଚ କରାଯିବ । ତେନାଲୀରାମାଙ୍କୁ ମଧ୍ୟ ଏକ ଘୋଡା ପାଳିବା ପାଇଁ ମିଳିଲା । ଘୋଡା ପାଳିବା ପାଇଁ ଯାହା ସବୁ ରାଜା ଦେଲେ, ତେନାଲୀରାମା ସେସବୁ ଅର୍ଥ ଘୋଡା ପିଛା ଖର୍ଚ୍ଚ ନକରି ନିଜେ ହଜମ କରିଦେଲେ । ତାପରେ ସେ ଘୋଡାକୁ ଏକ ଛୋଟିଆ ଅନ୍ଧାର ଘରେ ପୁରାଇଦେଲେ । ସେହି ଅନ୍ଧାର ଘରେ କାନ୍ଥ ମଧ୍ୟରେ ଚାରିଫୁଟ୍ ଉଚ୍ଚରେ ଏକ ଛିଦ୍ର ଥିଲା । ସେହି ଛିଦ୍ର ମଧ୍ୟ ଦେଇ ତେନାଲୀରାମା ସେ ଘୋଡାକୁ ଆବଶ୍ୟକ ମୁତାବକ ଯେତିକି ଖାଦ୍ୟ ଦେବା କଥା ତାହା ଦେଉଥିଲେ । ସେତିକି ଖାଦ୍ୟରେ କିନ୍ତୁ ସେ ଘୋଡାର ପେଟ ଆଦୌ ପୁରୁନଥିଲା । ଫଳରେ ସେ ଘୋଡାଟି ରୋଗିଣା ହେବା ସାଙ୍ଗକୁ ଅଧିକ ଦୁଷ୍ଟ ମଧ୍ୟ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ