ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଷ୍ଟ ଘୋଡା

                ତିନି ମାସପରେ ରାଜା ଆଦେଶ ଦେଲେ ଘୋଡାମାନଙ୍କର ଯାଂଚ କରିବାପାଇଁ । ତାପରେ ରାଜାଦେଶ ପାଇ ସମସ୍ତେ ନିଜ ନିଜ ଘୋଡାକୁ ଧରି ରାଜାଙ୍କ ପାଖରେ ପହଁଚିଲେ । କିନ୍ତୁ ତେନାଲୀରାମା ତାଙ୍କ ଘୋଡାକୁ ସାଙ୍ଗରେ ଆଣି ନଥାଆନ୍ତି । ଏହା ଦେଖି ରାଜା ପଚାରିଲେ, “କିହୋ ତେନାଲୀରାମା! ତୁମ ସାଙ୍ଗରେ ତୁମ ଘୋଡା କାହିଁ ନାହିଁ ।” ଏକଥା ଶୁଣି ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ମୋ ଘୋଡାଟି ଏତେ ଦୁଷ୍ଟ ସ୍ୱଭାବର ହୋଇଯାଇଛି ଯେ, ତାକୁ ଆଣିବା ମୋ ପକ୍ଷେ ଅତ୍ୟନ୍ତ କଷ୍ଟକର । ଆପଣ ଜଣେ ଘୋଡା ଚାଳକକୁ ମୋ ସହିତ ପଠାନ୍ତୁ । ସେ ଯାଇ ଘୋଡାକୁ କାବୁ କରି ନେଇ ଆସିବେ ।” ଏଭଳି କଥା ଶୁଣି ରାଜା ବି ସଂଗେ ସଂଗେ ତେନାଲୀରାମାଙ୍କ ସହିତ ଏକ ଘୋଡା ଚାଳକକୁ ପଠାଇଲେ ।

                ସେ ଘୋଡା ଚାଳକ ତେନାଲୀରାମାଙ୍କ ସହିତ ଯାଇ ଘୋଡା ରହୁଥିବା ସ୍ଥାନରେ ପହଁଚିଲେ । ସେହି ଘୋଡା ଚାଳକ ତ ବଡ ବଡ ଦାଢୀ ରଖିଥାଆନ୍ତି । ସେହି ଛିଦ୍ର ମଧ୍ୟ ଦେଇ ଘୋଡା ଚାଳକ ଯେତେବେଳେ ମୁହଁ ଦେଖାଇଲେ, ଘୋଡା ତାଙ୍କ ଲମ୍ବା ଦାଢୀକୁ ଘାସ ମନେ କରି ଖାଲି ଚୋବାଇବାକୁ ଲାଗିଲା । ତେଣୁ ସେ ଚାଳକଟି ବି ଏଣେ ଜୋର୍ରେ ପାଟି କରୁଥାଏ । କିଛି ସମୟପରେ ଏହି କଥା ଯାଇ ରାଜାଙ୍କ କାନରେ ପଡିଲା । ତାପରେ ରାଜା କେତେଜଣ ଅଙ୍ଗରକ୍ଷୀଙ୍କୁ ସାଙ୍ଗରେ ଧରି ଆସି ପହଁଚିଲେ । ସଂଗେ ସଂଗେ ସେ ଚାଳକର ଦାଢୀକୁ ମୂଳରୁ କାଟିଲେ । ଏହାପରେ କାନ୍ଥ ଭାଙ୍ଗି ସେ ଘୋଡାକୁ ଅକ୍ତିଆର କଲେ । ରାଜା ସେ ଘୋଡାର ଏପରି ଅବସ୍ଥା ଦେଖି ତେନାଲୀରାମାଙ୍କୁ ପଚାରିଲେ, “ତେନାଲୀରାମା! ତୁମେ କେତେ ନିର୍ଦ୍ଦୟ । ଘୋଡାଟିକୁ ପେଟପୁରା ଖାଇବାକୁ ଦେଉନଥିଲ?” ତହୁଁ ସେ ତେନାଲୀରାମା କହିଲେ, “ମହାରାଜ! ଏତେ ଅଳ୍ପ ଖାଦ୍ୟ ଖାଇ ଘୋଡାଟା କେତେ ଦୁଷ୍ଟ ହୋଇଛି, ୟାକୁ ଯଦି ମୁଁ ପେଟ ପୁରା ଖାଦ୍ୟ ଖାଇବାକୁ ଦେଉଥାଆନ୍ତି ତା’ହେଲେ ତ ଇଏ ଆଉ ଦୁନିଆଁ ରଖନ୍ତା ନାହିଁ । ତେନାଲୀରାମାଙ୍କର ଏଭଳି ଚତୁରତା ପୂର୍ଣ୍ଣ କଥା ଶୁଣି ରାଜା ହଠାତ୍ ହସି ପକାଇଲେ ଓ ପୁଣି ଥରେ ତେନାଲୀରାମାଙ୍କୁ କ୍ଷମା କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ