ବଗ ତ ସବୁଦିନ ସକାଳୁ ସକାଳୁ ମାଛ ଖାଇବା ପାଇଁ ପୋଖରୀକୁ ଯାଏ । ମାତ୍ର ଚିଲ ସେମିତି ସେ ବରଗଛରେ ହିଁ ବସି ରହେ । କୁଆଡେ ବି ସେ ଯାଏ ନାହିଁ । ଏହି ପରି ଦୁଇ ଦିନ ବିତିଗଲା । ତେଣୁ ସେ ଚିଲର ଦେହ ଭୀଷଣ ଖରାପ ହେବାକୁ ଲାଗିଲା । ତେଣୁ ସେ ବି ଦୁଇଦିନ ଭୋକ ଶୋଷରେ ଛଟପଟ ହେଲା । ଏସବୁ ଦେଖି ବଗ କହିଲା – ମିତ୍ର, ତୁମର କ’ଣ ହେଇଛି । କାହିଁ କିଛି ତ ଖାଉନାହଁ କି ପିଉନାହଁ । ଏପରି ରହିଲେ ତ ତୁମର ଦେହ ଅଧିକରୁ ଅଧିକ ଖରାପ ହୋଇଯିବ ଯେ । ତହୁଁ ଏକଥା ଶୁଣି ସେ ଚିଲ କହିଲା – ‘ଇଏତ ନୂଆ ଯାଗା ମୁଁ କୁଆଡେ ଯିବି ।’ ବଗ ଏକଥା ଶୁଣି କହିଲା – ‘ଭଲକଥା-ତ । ମୁଁ ପରା ତୁମର ମିତ୍ର । ତୁମକୁ ଏପରି ଭୋକ ଶୋଷରେ ଛାଡି ମୁଁ କ’ଣ କେବେ ନିଜେ ଖାଇପିଇ ଶାନ୍ତିରେ ରହିପାରିବି । କାଲିଠାରୁ ତୁମେ ମୋ ସହିତ ପଦ୍ମ ପୋଖରୀକୁ ଯିବ । ସେଠାରେ ହିଁ ମୁଁ ତୁମକୁ ମାଛ ଖୁଆଇବି । ତାହେଲେ ଯାଇ ତୁମକୁ ଆଉ ଖାଦ୍ୟ ଖୋଜିବାକୁ କୁଆଡେ ବି ଯିବାକୁ ପଡିବନି ।
ବଗର ଏପରି କଥା ଶୁଣି ଚିଲ ମନ ଅତ୍ୟନ୍ତ କୁଣ୍ଢେମୋଟ ହୋଇଗଲା । କାହିଁକିନା ଚିଲ ବସାଇଥିବା ଫନ୍ଦିର ଜାଲରେ ସେ ବଗ ଛନ୍ଦି ହୋଇଗଲା । ଏଣିକି ଚିଲ ତା ହିସାବରେ ମଜା କରିବ । ଦିନେ ବଗ ଚିଲକୁ କହିଲା – “ମିତ୍ର ସବୁଦିନ ତ ମୁଁ ଏହି ଛୋଟ ଛୋଟ ମାଛ ଖାଉଛି ହେଲେ ମୋର ପେଟ ଟିକେ ବି ପୁରୁନାହିଁ । ସଂନ୍ଧ୍ୟା ହେଲେ ପୁଣି ଭୋକ କରୁଛି । କ’ଣ କରିବି ମୁଁ କିଛି ବି ଜାଣି ପାରୁନି ।” ଏକଥା ଶୁଣି ସେ ବଗ କହିଲା – ଜମାରୁ ବ୍ୟସ୍ତ ହୁଅନି । କାଲି ଠାରୁ ତୁମେ ବଡ ବଡ ମାଛ ଖାଇବ ଓ ବସାକୁ ଫେରିବା ସମୟ ହେଲେ ଆଉ କିଛି ମାଛ ବସାକୁ ନେଇ ଆସିବ । ସଂନ୍ଧ୍ୟା ହେଲେ ତାକୁ ତୁମେ ପୁଣି ଖାଇବ । ତାହେଲେ ଯାଇ ରାତିରେ ଆଉ ଭୋକ କରିବନି । ଏକଥା ଶୁଣି ଚିଲର ମନ ବେଶ୍ ଖୁସି । କାହିଁକିନା ସେ ଜାଣିପାରିଲା ଯେ, ବଗ ସହିତ ମିତ୍ରତା କରି ସେ ଭଲ ଫାଇଦା ପାଇବ ।