ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଷ୍ଟ ବାଘର ବାହାନା

ଦିନେ ହେଟାବାଘ ଜଙ୍ଗଲରେ ବୁଲୁ ବୁଲୁ ଗୋଟିଏ ମେଣ୍ଢା ଛୁଆକୁ ଝରଣାରେ ପାଣି ପିଉଥିବାର ଦେଖିଲା । ତା’ପରେ ଏ ହେଟାର ସେ ମେଣ୍ଢା ଛୁଆକୁ ଖାଇବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଭାବିଲା ପ୍ରଥମେ ଏ ମେଣ୍ଢା ଛୁଆର ଗୋଟିଏ କିଛି ଭୁଲ୍ ଦେଖାଇବି ଏବଂ ତା’ପରେ ଯାଇ ତାକୁ ଖାଇବି । ଏହା ଭାବି ସେ ହେଟାବାଘ ମେଣ୍ଢା ଛୁଆକୁ କହିଲା, “ତୁ ଏ ପାଣି କାହିଁକି ଗୋଳିଆ କରୁଛୁ, ଏବେ ମୁଁ ତାକୁ ପିଇବି କେମିତି?”

                ମେଣ୍ଢାଛୁଆଟି ଏହା ଶୁଣି କହିଲା “ମୁଁ କେମିତି ତୁମ ପାଇଁ ପାଣି ଗୋଳିଆ କରୁଛି? ପାଣି ତ ତୁମ ଆଡୁ ମୋ ଆଡକୁ ବହି ଆସୁଛି ।”

                ହେଟାବାଘ ତା’ର ଭୁଲ୍ ବୁଝିପାରି ପୁଣି କହିଲା, “ତୁ ତ ମୋତେ ବର୍ଷେ ତଳେ ଆଡୁସାଡୁ ଗାଳି ଦେଇଥିଲୁ ।”

                ତହୁଁ ସେ ମେଣ୍ଢାଛୁଆ କହିଲା, “ବର୍ଷେ ତଳେ ମୁଁ ତ ଜନ୍ମ ହିଁ ହୋଇ ନଥିଲି । ତେବେ ମୁଁ ତୁମକୁ କିପରି ଗାଳିଦେଲି ।” ଏପରି କଥା ଶୁଣି ସେ ହେଟା ଆଉ କିଛି ବାଟ ଯାଇ କହିଲା, “ତୁ ନହେଲେ ବି ତୋ ବାପ ମୋତେ ଗାଳି ଦେଇଥିଲା ।” ଏହା କହି ସେ ହେଟା ମେଣ୍ଢାଛୁଆକୁ ନିମିଷକେ ଖାଇଦେଲା ।

ଦୁଷ୍ଟ ଲୋକଙ୍କୁ ତ କେବଳ ବାହାନା ହିଁ ଦରକାର ।


ଗପ ସାରଣୀ

ତାଲିକାଭୁକ୍ତ ଗପ