ସୁନ୍ଦର ପୋଖରୀଟିଏ ଥିଲା । ସେଥିରେ ଗୁଡାଏ ପଦ୍ମଫୁଲ ଫୁଟିଥାଏ । ସେହି ପୋଖରୀରେ ଦୁଇଟି ମାଛ ଓ ଗୋଟିଏ ବେଙ୍ଗ ନିଜ ନିଜ ମଧ୍ୟରେ ମିତ୍ରତା ସ୍ଥାପନ କରି ରହୁଥାଆନ୍ତି । ଆଉ ମଧ୍ୟ ନିଜ ନିଜ ମଧ୍ୟରେ ଦୁଃଖ ସୁଖ ସହ କାଳାତିପାତ କରୁଥାନ୍ତି । ଏହିପରି ଭାବରେ ବେଙ୍ଗଟି ସେମାନଙ୍କ ସହିତରେ କିଛିଦିନ ରହିବା ମଧ୍ୟରେ ସେ ଜାଣିବାକୁ ପାଇଲା ଯେ ଏହି ଦୁଇସାଙ୍ଗଙ୍କ ମଧ୍ୟରୁ ଜଣେ ସାଙ୍ଗ ମନ୍ଦ ବୁଦ୍ଧିର ଓ ଅନ୍ୟ ସାଙ୍ଗ ଜଣକ ଖୁବ୍ ଅହଂକାରୀ ପ୍ରକୃତିର ।
ଏମିତି ଏକ ଦିନ ଆସିଲା ଯେ, ଦିନେ ସାଥି ହୋଇ ପୋଖରୀ କୂଳରେ ଥାଇ ସୁଖ ଦୁଃଖର କଥା ହେଉଥିଲେ । ଏହି ସମୟରେ ଜଣେ ମାଛୁଆ ଗୁଡାଏ ମାଛକୁ ମୁଣ୍ଡ ଓ ଜାଲ ମଧ୍ୟରେ ଧରି ସେହି ପୋଖରୀ କୂଳକୁ ଆସିଲା। ମାଛୁଆ ଜଣଙ୍କ ସେହି ପୋଖରୀ ଆଡ଼କୁ ଚାହିଁ କହିଲା ବାଃ ପୋଖରୀରେ ତ ଅନେକ ଗୁଡ଼ିଏ ମାଛଅଛନ୍ତି । ଆସନ୍ତା କାଲି ଅନ୍ୟ ଆଡ଼େ ନଯାଇ ଏହି ସ୍ଥାନକୁ ଆସି ମାଛ ଧରିବାକୁ ହେବ ।
ଏକଥା ତିନିଜଣ ସାଙ୍ଗ ଶୁଣି ପାରିଲେ, ଯେତେବେଳେ ମାଛୁଆ ପୋଖରୀ କୂଳରୁ ଚାଲିଗଲା । ସେତେବେଳେ ତିନି ସାଙ୍ଗ ମିଶି ପୁଣି କଥାହେଲେ । ସେତେବେଳେ ବେଙ୍ଗ ସହିତ ମନ୍ଦବୁଦ୍ଧି ସମ ସ୍ୱରରେ କହିଲେ – ମାଛୁଆ ଆସନ୍ତାକାଲି ନିଶ୍ଚୟ ଏଠାକୁ ମାଛ ଧରିବାକୁ ଆସିବ ।