ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୂର ପର୍ବତ ସୁନ୍ଦର

ଲଛମନ ନାମରେ ଗୋଟିଏ ବ୍ୟବସାୟୀ ଥିଲେ । ତାଙ୍କୁ କିଏ ବୁଝାଇ ଦେଲା ଯେ ଭାରତର ପୂର୍ବରେ ଥିବା ଦ୍ୱୀପପୁଞ୍ଜରେ ବ୍ୟବସାୟ ବାଣିଜ୍ୟ କଲେ ଯଥେଷ୍ଟ ପଇସା ହେବ । ଗ୍ରାମରେ କେତେଲୋକ ବା ହୀରାମୋତି କିଣିବେ । କିନ୍ତୁ ତାଙ୍କର ପତ୍ନୀ ଓ ପିତାମାତା କହିଲେ କି ଦୂର ପର୍ବତ ସୁନ୍ଦର ପରି ଦୂରରେ ଥିବା ଦେଶ ବିଷୟରେ ଯାହା ଶୁଣାଯାଏ ସେସବୁ ସୁନ୍ଦର । ଏତେ ଦୂରକୁ ଯାଇ, ନାନା ପ୍ରକାର ବିପଦର ସମ୍ଭାବନା ମଧ୍ୟରେ ବେଶି ଟଙ୍କା ରୋଜଗାରର କିଛି ମାନେ ନାହିଁ ।

                କିନ୍ତୁ ଲଛମନ କାହାକଥା କିଛି ନଶୁଣି ବାଣିଜ୍ୟ କରିବାକୁ ସ୍ଥିର କଲେ । ଇତିମଧ୍ୟରେ ବାଣିଜ୍ୟ କରିଥିବା ତାଙ୍କର ଜଣେ ଘନିଷ୍ଠ ଲୋକ ସେଠାରୁ ଫେରି ତାଙ୍କ ଘରେ ଆସି ପହଁଚିଲେ ।

                ଲଛମନ ତାଙ୍କୁ ପଚାରିଲେ, “ଆଚ୍ଛା, ଶୁଣାଯାଏ ଯେ ପୂର୍ବପଟର ଦ୍ୱୀପମାନଙ୍କରେ ହୀରା ମୋତି, ସୁନା, ସବୁ ଯଥେଷ୍ଟ ପରିମାଣରେ ସାଧାରଣ ଦୋକାନରେ ବି ବିକ୍ରି ହେଉଥାଏ ।”

                ଲୋକଟି କହିଲା “ଆରେ ତୋତେ କିଏ ଏପରି କଥା କହିଲା? ସେଠାରେ ଯାଇ ବାଣିଜ୍ୟ କରିବାକୁ ତୁମକୁ ଯିଏବି କେହି କହିଛି ସେ ନିଶ୍ଚୟ ତୁମର ଶତୃ ହୋଇଥିବ । ମୁଁ ଏତେଦିନ ଯାଏଁ ସେଠାରେ ଥିଲି, କିଛି ନାହିଁ । ମୁଁ ଶଙ୍ଖମଲମଲର ଛୋଟ ଛୋଟ ପଥର ସାଙ୍ଗରେ ନେଇଥିଲି ଯେ ତାକୁ ମୂଲ୍ୟବାନ ପଥର ଭାବି ମୋଠାରୁ ଚୋରି କରି ନେଲେ । ହୀରା ମୋତି ତ ସେଠାରେ ସ୍ୱପ୍ନ । ଅନଭିଜ୍ଞ ଲୋକ କଥାରେ ପଡି ତମେ ବିପଦ ବରଣ କରିବାକୁ ଯାଉଥିଲ । ମାତ୍ର ଏବେ ସେ ପାଗଳାମି ଛାଡିଦିଅ ।” ତାଙ୍କକଥା ଶୁଣି ସେ ଲଛମନ କହିଲେ “ଓ ଏପରି କଥା? ତେବେ ବାବା ଥାଉ । ମୋର କିଏ ଏତେ ଦୂରକୁ ଯାଇ ଖାଲିଟାରେ ବିପଦ ବରଣ କରିବ । ମୋର ଏଇଠି ଯାହା ଦିପଇସା ଲାଭ ହେବ ସେହିଁ ଯଥେଷ୍ଟ । ଭଲ ହେଲା ଆପଣ ଆମ ଘରେ ଆସି ପହଁଚିଲେ ଓ ମୋତେ ବୁଦ୍ଧି ଦେଲେ ।” ସେ ଉପଲବ୍ଧି କଲେ ଯେ ପ୍ରକୃତରେ ଦୂର ପର୍ବତ ସୁନ୍ଦର ।


ଗପ ସାରଣୀ

ତାଲିକାଭୁକ୍ତ ଗପ