ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦେବୀଙ୍କ ଶାଢୀ

      ରମାର କଥା ଅବନୀର ମନକୁ ପାଇଲା । ତା’ପରେ ସେ ସୋମପୁର ଯାଇ ଶାଢୀ ସବୁ କିଣି ଆଣିଲା ଓ ରମା ସେସବୁ ଉପରେ ସୁନ୍ଦର ସୁନ୍ଦର ଫୁଲ, ଫଳ ଓ ଲତା ଚିତ୍ର ଆଙ୍କିଦେଲା । ରମା ଚାହିଁଲା ଯେ ନୂଆ ଶାଢୀମାନଙ୍କର କୌଣସି ନୂଆ ନାମ ଦେଲେ ଭାରି ଭଲ ହୁଅନ୍ତା । କିନ୍ତୁ ଯେତେ ଭାବିଲେ ମଧ୍ୟ ତାକୁ କୌଣସି ନାମ ପସନ୍ଦ ହେଲାନାହିଁ । ଶେଷରେ ରମା କହିଲା ତମେ ପ୍ରଥମ ଥର ଶାଢୀ ଗୁଡିକ ବିକ୍ରି କରି ଆସ ପରେ ମୁଁ ସୁନ୍ଦର ନାମଟିଏ ବାଛି ରଖିଥିବି, ତା’ପରେ ସେହି ନାମରେ ଶାଢୀ ବିକ୍ରି ହେବ ।

      ଅବନୀ ଶାଢୀଗୁଡିକ ନେଇ ସହରକୁ ଗଲା । ଲୋକମାନେ ନୂଆ ପ୍ରକାର ଶାଢୀ କୌତୁହଳ ପୂର୍ଣ୍ଣ ଦୃଷ୍ଟିରେ ଦେଖିଲେ । କିନ୍ତୁ କେହି ଖଣ୍ଡେ ହେଲେ ବି କିଣିଲେ ନାହିଁ । ସମସ୍ତେ ଖାଲି କୁହାକୁହି ହେଲେ ଶାଢୀ ଉପରେ ହୋଇଥିବା ଚିତ୍ରର ରଙ୍ଗ ଦିନେ ନା ଦିନେ ଅବଶ୍ୟ ଧୋଇଯିବ । ସଂଧ୍ୟା ପର୍ଯ୍ୟନ୍ତ କିଛି ଶାଢୀ ବିକ୍ରି ନ ହେବାରୁ ସେ ଅବନୀ ଶାଢୀଗୁଡିକ ଧରି ବିରକ୍ତ ହୋଇ ନିଜ ଗ୍ରାମକୁ ଫେରିଲା ।

      ବାଟରେ ଆସୁ ଆସୁ ଅନ୍ୟ ଏକ ଗ୍ରାମ ପାଖରେ ସଂଧ୍ୟା ହୋଇ ଆସିଲା । ସେତେବେଳକୁ ସେ ତ ବହୁତ କ୍ଳାନ୍ତ ହୋଇପଡିଥିଲା । ତେଣୁ ଗ୍ରାମ ଶେଷରେ ଥିବା ଏକ ଦେବୀ ମନ୍ଦିର ପାଖରେ ଥିବା ଚଉତ୍ତରା ଉପରେ ସେ ଟିକିଏ ବିଶ୍ରାମ ନେଲା । କିଛି ସମୟ ପରେ ସେ ତା’ମନେ ମନେ ଭାବିଲା, “ଏଠି କିଏ ଦେବୀ ଅଛନ୍ତି ଯେ ମୋତେ ଟିକିଏ କୃପା କରନ୍ତେ ନାହିଁ?” ଏହିପରି ଭାବୁ ଭାବୁ ଦେବୀ ପ୍ରତ୍ୟକ୍ଷ ହୋଇ କହିଲେ, “ତୁମେ କିଏ? ଏ ସଂଧ୍ୟାବେଳେ ଏପରି ବିଷାଦଗ୍ରସ୍ତ ହୋଇ କାହିଁକି ଏଠାରେ ବସିଛ?”

      ଅବନୀ ଆଶ୍ଚର୍ଯ୍ୟ ତଥା ଆନନ୍ଦ ହୋଇ ଦେବୀଙ୍କୁ ପ୍ରଣାମ କରି ନିଜ ଦୁଃଖ ଜଣାଇଲା । ସବୁକଥା ଶୁଣି ଦେବୀ କହିଲେ, “ଓ ଏଇକଥା? ତୁମେ ତୁମର ଶାଢୀଗୁଡିକ ମୋତେ ଦେଖାଅ ତ ।” ତାଙ୍କ କଥା ଶୁଣି ଅବନୀ ତା’ ଶାଢୀଗୁଡିକ ଗୋଟି ଗୋଟି କରି ଦେବୀଙ୍କୁ ଦେଖାଇଲା । ସବୁଶାଢୀ ଦେଖି ଦେବୀ କହିଲେ, “ଆହା କି ସୁନ୍ଦର ଶାଢୀ, କି ସୁନ୍ଦର ଜରିରେ ଫୁଲ କଟା ହୋଇଛି – ଦେଖେଁ ଦେଖେଁ, ଆହା ଏ ରଙ୍ଗୀନ ଶାଢୀଗୁଡିକ ଖୁବ୍ ଚମତ୍କାର ହୋଇଛି । ହେଲେ ମୋର ଦେଖ ଫଟା ଶାଢୀ ଖଣ୍ଡେ ପୁଜାରୀ ସାତଦିନ ଧରି  ମୋତେ ଏହା ପିନ୍ଧାଇଛି । ଏସବୁ ଦେଖି ମୋ ଭକ୍ତମାନେ ବଡ ମନଦୁଃଖ କରୁଛନ୍ତି । ତୁମର ଏହି ଶାଢୀଗୁଡିକ ଦେଖି ମୋ ମନ ବହୁତ ଖୁସି ।”

      ମା’ଙ୍କ ଏଭଳି କଥା ଶୁଣି ଅବନୀ ପ୍ରଶ୍ନ କଲା “ଆପଣ ପୁଣି ଏ କ’ଣ କହୁଛନ୍ତି? ଆପଣଙ୍କୁ ତ ଭକ୍ତମାନେ କେତେ କେତେ ମୂଲ୍ୟବାନ୍ ଶାଢୀ ପ୍ରଣାମୀ ଦେଉଥିବେ । ଆଉ ଏହି ଅତି ସାଧାରଣ ଶାଢୀ ଆପଣଙ୍କର ପସନ୍ଦ! ପୁଣି ଚିରାଶାଢୀ ବା କାହିଁକି ମା’ ଆପଣ ପିନ୍ଧିଛନ୍ତି?”

      ତା’ପରେ ସେ ଦେବୀ କହିଲେ, “କଥା କ’ଣ କି ପୂଜାରୀର ସ୍ତ୍ରୀ ବଡ କଜିଆ କରେ । ଭକ୍ତମାନେ ମୋ ପାଇଁ ଯେତେ ଭଲଶାଢୀ ଦେଇଯା’ନ୍ତି ସେସବୁ ସେ ରଖିନିଏ, ବିଚାରା ପୂଜାରୀ ଶସ୍ତା ଚିରା ଶାଢୀ ସବୁ ମୋତେ ଦିଏ । ମନ୍ଦିରର କର୍ତ୍ତା ପୂଜାରୀର ସ୍ତ୍ରୀର ବନ୍ଧୁବାନ୍ଧବ ବୋଲି ସବୁକିଛି କାମ ସେ ଏହି ପୂଜାରୀକୁ ସମର୍ପଣ କରି ଦେଇଛି ।

ଅବନୀ ଦେବୀଙ୍କୁ ପୁନର୍ବାର ପ୍ରଣାମ କରି ସବୁ ଶାଢୀତକ ଦେବୀଙ୍କୁ ଅର୍ପଣ କରି କହିଲା, “ମୋର ମହା ଭାଗ୍ୟ ଯେ, ଆପଣ ମୋ ଶାଢୀଗୁଡିକୁ ପସନ୍ଦ କଲେ । ସବୁ ଶାଢୀ ଏଇଠି ରହିଲା । ଏଥର ମୁଁ ଯାଉଛି ।”

ଦେବୀ କହିଲେ, “ଶୁଣ, ତୁମେ ତ ଏବେଯାଏଁ ତୁମ ଶାଢୀର ଦାମ୍ କଥା କାହିଁ କିଛି ବି କହିଲ ନାହିଁ । ତମେ କାଲି ସକାଳେ ମନ୍ଦିରର କର୍ତ୍ତାଙ୍କ ଘରକୁ ଯାଇ କୁହ କି ମୁଁ ତୁମଠାରୁ ଦୁଇହଜାର ଟଙ୍କାର ଶାଢୀ କିଣିଛି । ତେବେ ଯାଇ ସେ ତୁମକୁ ସେତିକି ଟଙ୍କା ଦେଇଦେବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ