ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୋଷ କାହାର

ଯେଉଁ ସମୟର କଥା କୁହା ଯାଉଛି, ସେତେବେଳେ ସୀତାପୁର ରାଜ୍ୟରେ ରାଜା ମିହିର ବର୍ମା ରାଜୁତି କରୁଥିଲେ ।

                ତାଙ୍କ ରାଜଧାନୀରେ ଜଣେ ସାଧୁ ଆସି ଦେଖା ଦେଲେ । ନିଜକୁ ସେ ସାଧୁ ସ୍ୱାମୀ ନିର୍ମଳାନନ୍ଦ ବୋଲି ପରିଚୟ ଦେଉଥାନ୍ତି । ତାଙ୍କ ସହ ତାଙ୍କର ଦୁଇଜଣ ଶିଷ୍ୟ ବି ଥିଲେ । କ୍ରମେ ପ୍ରଚାର ହୋଇଗଲା ଯେ ସାଧୁଜୀଙ୍କର ଗୁଣ ବହୁତ । ସେ ଲୋକଙ୍କୁ ଧନୀ କରିଦେଇ ପାରନ୍ତି, ମକଦ୍ଦମାରେ ବିଜୟ ଲାଭ କରାଇ ଦେଇ ପାରନ୍ତି ଏବଂ କାହାରି କିଛି ରୋଗବ୍ୟାଧି ଥିଲେ ତାହାର ନିରାକରଣ ବି ସେ କରି ପାରନ୍ତି ।

                ସହଜେ ତ ସେ ରାଜା ସାଧୁସନ୍ଥଙ୍କ ପ୍ରତି ସମ୍ମାନ ଦେଖାଉଥାନ୍ତି, ପୁଣି ନିର୍ମଳାନନ୍ଦ ଜଣେ କରିତ୍କର୍ମା ସାଧୁ ବୋଲି ଶୁଣି ସେ ତାଙ୍କୁ ସମ୍ବର୍ଦ୍ଧନା ଦେବାକଥା ଚିନ୍ତା କରିବାକୁ ଲାଗିଲେ ।

କିନ୍ତୁ ସେତିକିବେଳେ ସେ ତାଙ୍କ ଗୁପ୍ତଚର ବାହିନୀର ମୁଖ୍ୟଠାରୁ ଭିନ୍ନ ପ୍ରକାର ସମ୍ବାଦ ପାଇଲେ । ଗୁପ୍ତଚର କହିଲେ କି ନିର୍ମଳାନନ୍ଦ ଗୋଟାଏ ଭଣ୍ଡ । ସେ ପୂର୍ବେ ବେପାର କରି ଲୋକଙ୍କୁ ଅନେକ ପ୍ରକାରେ ଠକିଛି । ପରେ ଲୋକେ ତା’ ଠକାମି ବୁଝିପାରି ତା’ଉପରେ ଦାଉ ସାଧିବାକୁ ବସିବାରୁ ସେ ତା’ ଘର ଛାଡି ପଳାଇ ଯାଇ ସାଧୁ ସାଜିଛି ।

ରାଜା ଯେତେବେଳେ ବୁଝିଲେ ଯେ ସତରେ ସେ ସାଧୁ ଗୋଟିଏ ଭଣ୍ଡ, ତା’ପରେ ସେ ସାଧୁକୁ ଓ ତା’ର ଦୁଇ ଚେଲାକୁ ଧରି ଆଣିଲେ ।

“ତମେ ମୋ ପ୍ରଜାଙ୍କୁ ଧୋକାଦେଇ ସେମାନଙ୍କୁ ଶୋଷଣ କରୁଛ! ତେଣୁ ତମେ ଦଣ୍ଡ ପାଇବା ଉଚିତ୍!” ରାଜା ଏହା କହି ନିର୍ମଳାନନ୍ଦ ଯେ ଭଣ୍ଡାମି କରୁଛି ଓ ପ୍ରକୃତରେ ସେ ସାଧୁ ନୁହେଁ, ବେପାରୀ, ଏହାର ପ୍ରମାଣ ଉପସ୍ଥାପନ କଲେ । ଭଣ୍ଡ ସାଧୁ ଏଥର ବୁଝିପାରିଲା ଯେ ତା’ ସ୍ୱରୂପ ରାଜାଙ୍କ ଆଗରେ ଧରା ପଡି ଯାଇଛି । ସେ ରାଜାଙ୍କୁ ଠକିଦେଇ ଖସିଯାଇ ପାରିବ ନାହିଁ । ସେତେବେଳେ ସେ ମୃଦୁହାସ୍ୟ କରି କହିଲା, “ମହାରାଜ! ଆପଣ ଯାହା କହୁଛନ୍ତି, ତାକୁ ମୁଁ ଅସ୍ୱୀକାର କରିବି ନାହିଁ । କିନ୍ତୁ ମୋତେ ଆପଣ ଦଣ୍ଡ ଦେବାର ଆବଶ୍ୟକତା ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ