ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୋଷ କାହାର

ଏପରି କଥା ଶୁଣି ରାଜା ପଚାରିଲେ “ତମେ ଲୋକଙ୍କ ଆଗରେ ଭଣ୍ଡାମି କଲ, ଅଥଚ ଦଣ୍ଡ ପାଇବ ନାହିଁ? ଏହା କିପରି କଥା?”

ତହୁଁ ନିର୍ମଳାନନ୍ଦ କହିଲା “ମହାରାଜ, ଦୋଷ ମୋର ନୁହେଁ, ବରଂ ଦୋଷ ଲୋକଙ୍କର । ଲୋକେ ମୋ ପାଖକୁ ଆସନ୍ତି । ସେମାନେ ଆସନ୍ତି ସେମାନଙ୍କର ନାନା ପ୍ରକାର ବାସନା ପୂରଣ ପାଇଁ । ସେମାନଙ୍କ ଭିତରୁ ଯେଉଁମାନେ ଧନୀ ସେମାନେ ମୋତେ ନାନା ପ୍ରକାର ଉପହାର ଦିଅନ୍ତି, ଅର୍ଥ ବି ଦିଅନ୍ତି । ଯେଉଁମାନେ ଗରୀବ, ସେମାନେ କିଏ ମୁଠାଏ ଚାଉଳ ତ ପୁଣି କିଏ ଗୋଟାଏ ନଡିଆ ଦେଇଯାନ୍ତି । ଯିଏ ଅନ୍ୟାୟ କାମନା ବାସନା ନେଇ ଆସୁଛି ଓ ପାରୁଛି ବୋଲି ବେଶି ଟଙ୍କା ଦେଇ ଯାଉଛି, ତାକୁ ମୁଁ ଠକିଲି ବୋଲି କାହିଁକି ଭାବୁଛନ୍ତି? ଯିଏ ଗରୀବ ଓ ସାମାନ୍ୟ ମୁଠାଏ ଚାଉଳ ବା ନଡିଆଟିଏ ଦେଉଛି, ସେ ବା ଏମିତି କ’ଣ କ୍ଷତିରେ ପଡିଲା ଯେ ମୋତେ ଦଣ୍ଡ ପାଇବାକୁ ପଡିବ? ତେଣୁ ମୋତେ ଯିବାକୁ ଦିଅନ୍ତୁ ।”

କିନ୍ତୁ ସେତିକିବେଳେ ରାଜଗୁରୁ ନିର୍ମଳାନନ୍ଦ ଆଡେ ଅନାଇ କହିଲେ, “ଶୁଣ ଭଣ୍ଡ ସାଧୁ! ଗୋଟାଏ ପରିବାରରେ ଚାରି ପୁଅ ଥିଲେ । ତିନି ପୁଅ ଭାରି ଚାଲାକ । କିନ୍ତୁ ଗୋଟାଏ ପୁଅ ଭୋଳା ପ୍ରକୃତିର ବାଳକ । ତେଣୁ ତିନି ଭାଇ ତାକୁ ବଡ ହଇରାଣ କରନ୍ତି । ସେ କାନ୍ଦେ । ମା ଯେତେବେଳେ ଅନ୍ୟ ଭାଇମାନଙ୍କୁ ପଚାରନ୍ତି, ସେମାନେ କହନ୍ତି କି ସେ ବୋକା । ତାକୁ ଚିଡାଇ, ଦଣ୍ଡ ଦେଇ ସେମାନେ ତାକୁ ଚାଲାକ କରିବାର ଚେଷ୍ଟା କରୁଛନ୍ତି । ଏ କୈଫିୟତ୍ ଶୁଣି ମା ସେ ଭୋଳା ପୁଅକୁ ସେ ଭାଇମାନଙ୍କ ଭଳି ଚାଲାକ ହେବାକୁ ଉପଦେଶ ଦିଅନ୍ତି । ସେ ଭାଇମାନଙ୍କ କଥା ଶୁଣିବାକୁ ତାଗ୍ଦା କରି ଦିଅନ୍ତି ।”

“କିଛିଦିନ ପରେ ସେ ମହିଳାଙ୍କର ମୃତ୍ୟୁ ହେଲା । ଯମପୁରୀରେ ସେ ଦେଖିଲେ, କେବଳ ଗୋଟାଏ ଦୋଷ ଯୋଗୁଁ ତାଙ୍କୁ କିଛି କାଳ ନର୍କ ଭୋଗ କରିବାକୁ ପଡିବ । ତାହା ହେଲା, ସେ ଭୋଳା ପୁଅକୁ ଯେପରି ସ୍ୱତନ୍ତ୍ର ଦୃଷ୍ଟିରେ ଦେଖିବା କଥା, ସେପରି ଦେଖି ନାହାଁନ୍ତି । ସମସ୍ତଙ୍କ ପ୍ରତି ସମାନ ସ୍ନେହ ରଖିବା ଗୋଟାଏ କଥା, କିନ୍ତୁ ପ୍ରତ୍ୟେକ ପୁଅର ସ୍ୱଭାବ ଓ ଶକ୍ତି ଅନୁସାରେ ତା’ର ତତ୍ତ୍ୱ ନେବା ଅନ୍ୟ ଏକ କଥା ।”

ନିର୍ମଳାନନ୍ଦ ପଚାରିଲା “ଆପଣ ଏ କାହାଣୀ ଦ୍ୱାରା କ’ଣ ବୁଝାଉଛନ୍ତି?”

ତହୁଁ ସେ ରାଜଗୁରୁ ଉତ୍ତର ଦେଲେ, “ରାଜାଙ୍କର ଅଧିକାଂଶ ପ୍ରଜା ନିରୀହ ଓ ସରଳ-ବିଶ୍ୱାସୀ । ତମେ ଧୂର୍ତ । ସେ ମହିଳା ଯେପରି ଚାଲାକ ପୁଅଙ୍କ କଥା ଶୁଣି ଭୋଳା ପୁଅ ପ୍ରତି ବିଶେଷ ଧ୍ୟାନ ନଦେଇ ନର୍କ ଭୋଗ କଲେ, ରାଜା ତମ ଯୁକ୍ତି ମାନି ତମକୁ ଛାଡିଦେଲେ ସେହିପରି ନର୍କ ଭୋଗ କରିବେ । ତମେ ଲୋକଙ୍କ ବିଶ୍ୱାସର ସୁଯୋଗ ନେଇଛ; ତମେ ଯେ ଜାଣି ଶୁଣି ଠକିଛ, ଏକଥା ତମେ ସ୍ୱୀକାର କରୁଛ । ତେଣୁ ତମ ଅପରାଧ ଯୋଗୁଁ ତମେ ଦଣ୍ଡ ପାଇବ । ତମ କାର୍ଯ୍ୟ ଦ୍ୱାରା କାହାର କେତେ କ୍ଷତି ହୋଇଛି ନ ହୋଇଛି, ତାହା ତ ଭିନ୍ନ କଥା!”

ରାଜା ସଙ୍ଗେ ସଙ୍ଗେ କହିଲେ, “ଠିକ୍ । ଆଉ କୌଣସି ଯୁକ୍ତି ତର୍କର ଆବଶ୍ୟକତା ହିଁ ନାହିଁ । ଏବେ ପ୍ରଶ୍ନ ହେଲା, ଏ ଭଣ୍ଡକୁ କି ପ୍ରକାର ଦଣ୍ଡ ଦିଆଯିବ ।”

ରାଜଗୁରୁ ଶେଷରେ କହିଲେ, “ମହାରାଜ, ଏ ତିନିଜଣଯାକ ଭଣ୍ଡ ବେଶ୍ ହୃଷ୍ଟପୃଷ୍ଟ ଦେଖା ଯାଉଛନ୍ତି । ଖାଲି ଅଳସୁଆ ବୋଲି ସହଜ ମାର୍ଗରେ ଉପାର୍ଜନ କରୁଛନ୍ତି । ଏମାନଙ୍କୁ ଆପଣଙ୍କ ଉଦ୍ୟାନରେ ମାଳୀ କାମରେ ଲଗାଇ ଦିଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ