ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୟାବତୀ ଭରତାମ୍ମା

“ଆରେ ପଚାରୁଛ କ’ଣ? ଚାଲ ଘର ଭିତରକୁ ।” ଏତିକି କହି ସେ ଲୁଚାଇ ଥିବା ଜାଗାରୁ ଚାବିଟି ଆଣି ଘର ଖୋଲି ଦେଲା । ହରିଣ ଛୁଆ ଘର ଭିତରକୁ ଗଲା । ଭରତାମ୍ମା କହିଲା, “ଦେଖ୍ ଘର ପଛପଟ ବଗିଚାରେ ଗଛ ପତ୍ର, ଶାକ୍ସବ୍ଜି ସବୁ ଅଛି । ତୋ ମନ ଭରି ତୁ ଖାଇବୁ ଓ ଘରେ ଥିବୁ । ମୁଁ ଆସୁଛି ।” ତା’ପରେ ଭରତାମ୍ମା ଘରର ବାହାର ପଟ ଝରକା କବାଟ ପୁଣି ବନ୍ଦ କରି, ତାଲା ପକାଇ ଚାବି ଲୁଚାଇ ରଖି ସହର ଉଦ୍ଧେଶ୍ୟରେ ବାହାରିଲା ।

ଦୁଇପାଦ ଆଗକୁ ଯାଇଛି, କାହାର କାତର କଣ୍ଠ ଶୁଣି ସେ ପୁଣି ଅଟକି ଗଲା ଓ ପଛକୁ ଚାହିଁଲା । ଦେଖିଲା ବତକଟିଏ ଭୟାର୍ତ କଣ୍ଠରେ ଚିତ୍କାର କରି ତାକୁ ଡାକୁଛି ।

ଭରତାମ୍ମା ପଚାରିଲା “କିରେ ବତକରାଣୀ, ତୋର ପୁଣି କ’ଣ ହେଲା? ତୁ ଏମିତି କାହିଁକି ଦୌଡୁଛୁ?”

“ଭରତାମ୍ମା, ମୁଁ ମୋର ବନ୍ଧୁବାନ୍ଧବଙ୍କ ସହିତ ଏଇ ପୋଖରୀରେ ସ୍ନାନ କରିବାକୁ ଆସିଥିଲି । ମୁଁ ସ୍ନାନ କରୁକରୁ ଏତେ ଖୁସି ହୋଇ ଗଲି ଯେ ପୋଖରୀରୁ ବାହାରି ଆସିବାକୁ ମଧ୍ୟ ଭୁଲିଗଲି । ସେମାନେ ମୋତେ ବହୁତ ଡାକିଲେ ମୁଁ ନଶୁଣିବାରୁ ସେମାନେ ମୋ ଉପରେ ରାଗିକରି ମୋତେ ଛାଡି ଚାଲି ଗଲେ । ମୁଁ ଏବେ ବାଟ ଭୁଲି ଯାଇଛି କ’ଣ କରିବି କହ? କେଉଁଠି ରହିବି? ମୁଁ ପୁଣି କିମିତି ମୋ ପରିବାରର ବତକମାନଙ୍କୁ ପାଇବି? ସେହିକଥା ଭାବି ମୋତେ ବଡ ଅସହାୟ ଲାଗୁଛି ।” ଏତିକି କହି ସେ ପ୍ରାୟ କାନ୍ଦି ପକାଇଲା । ଭରତାମ୍ମା ତାକୁ ସାନ୍ତ୍ୱନା ଦେଇ କହିଲା, “ଆରେ ବତକରାଣୀ, ଚିନ୍ତା କାହିଁକି କରୁଛୁ? ମୋ ଘର ପଛରେ ପୋଖରୀଟିଏ ଅଛି । ତୁ ମନ ଖୁସି କରି ସେଇଠି ତ ପହଁରିବୁ । ହରିଣଛୁଆଟିଏ ମଧ୍ୟ ଘରେ ଅଛି । ଦୁହେଁ ସାଥିହୋଇ ଖେଳିବ ତୁମମାନଙ୍କ ଖାଇବାପାଇଁ ମୁଁ ଯଥେଷ୍ଟ ଜିନିଷ ରଖି ଯିବି । ତୁମ ଦୁହିଁଙ୍କର କିଛିବି ଅସୁବିଧା ହେବନାହିଁ ମୁଁ ଦୁଇତିନି ଦିନରେ ଫେରି ଆସିବେ ଯେ; ମୁଁ ସହରରୁ ଫେରିଲେ ତୋତେ ନେଇ ତୋ ଘରେ ଛାଡି ଆସିବି ।” ଏତିକି କହି ସେ ବତକକୁ ଘର ଭିତରେ ଛାଡି କବାଟ ବନ୍ଦ କରି ଚାବିଟି କବାଟ ଉପରେ କେଉଁଠି ଲୁଚାଇ ସହର ଯିବାକୁ ବାହାରିଲା । ଏବେ ବେଳ ହୋଇ ଯାଇଥିଲା ବୋଲି ସେ ତରତର ହୋଇ ଚାଲିଲା । ଠିକ୍ ସେତିକିବେଳେ ପଛରୁ ସେ ଏକ କାତର କଣ୍ଠର ଆବାଜ ପୁଣି ଶୁଣି ପାରିଲା । ପଛକୁ ଚାହିଁ ଦେଖେ ଗୁଣ୍ଡୁଚିଟିଏ ଦୁଃଖି ହୋଇ ବସିଛି । ସେ ପଚାରିଲା “ଭଉଣୀ, ତୋର କ’ଣ ହୋଇଛି? ତୁ କାହିଁକି ଏତେ ଦୁଃଖୀ?”

ଏକଥା ଶୁଣି ଗୁଣ୍ଡୁଚି କାନ୍ଦି କାନ୍ଦି କହିଲା “କ’ଣ ଆଉ କହିବି? ବର୍ଷାଦିନ ପାଇଁ କିଛି ଖାଦ୍ୟ ଜମାଇ ରଖିଥିଲି । ମୁଁ ସେସବୁ ଖାଦ୍ୟ ତକ ଗଛ କୋରଡରେ ସାଇତି ରଖିଥିଲି । ହଠାତ୍ କିଏ ଆସି ସବୁତକ ଚୋରାଇ ନେଇଛି । ଏବେ ମୋ ଘରେ ଖାଇବାକୁ ଦାନାଟିଏ ହେଲେ ନାହିଁ । ମୋର ଏତେଦିନର ପରିଶ୍ରମ ଯାହା ଖାଲି ନଷ୍ଟ ହେଲା ସିନା । କୁହ, ମୁଁ ଏବେ କ’ଣ କରିବି?”

                ଭରତାମ୍ମା ତାକୁ ସାନ୍ତ୍ୱନା ଦେଇ କହିଲା, “ଆରେ ପାଗଲୀ, ଏତେ ଟିକିଏ ଛୋଟ କଥା ପାଇଁ ତୁ କାହିଁକି ଏତେ କାନ୍ଦୁଛୁ? ମୋ ଘର ଶସ୍ୟ ଓ ଫଳରେ ଭରା, ଯେତେ ଖାଇବୁ ଖା, ଯେତେ ନବାକଥା ତୁ ନେଇଯା, ହେଲେ ତୁ ଆଉ ଏମିତି କାନ୍ଦନା, ତୁ ଆଜିଠୁ ମୋ ଘରେ ରହିବୁ । ସେଠି ତୋ ସଙ୍ଗେ ଖେଳିବାକୁ ହରିଣ ଛୁଆଟିଏ ଓ ବତକଟିଏ ବି ଅଛନ୍ତି । ସେଠାରେ ତୁ ଖୁସିରେ ରହିବୁ ।” ତାପରେ ସେ ଗୁଣ୍ଡୁଚିକୁ ନେଇ ଘର ଖୋଲି ତାକୁ ଭିତରେ ରଖିଲା । ଗୁଣ୍ଡୁଚିକୁ ଖାଇବାକୁ ଦେଇସାରିବା ପରେ ତାଲା ବନ୍ଦ କରି ପୁଣି ସେ ସହର ଯିବାକୁ ବାହାରିଲା ।

                ସେ ତା’ ପିଣ୍ଡାରେ ବସି ବହୁତ ସମୟ ପର୍ଯ୍ୟନ୍ତ କ’ଣ ସବୁ ଭାବିଲା ତା’ପରେ ତାଲା ନେଇ ଘର ଫିଟାଇଲା । ସହର ଯିବାର ଲୁଗାପଟା ଖୋଲି ନିତିଦିନିଆ ଲୁଗାପଟା ସେ ପିନ୍ଧିଲା । ଆଉ ତାର ସହର ଯିବାକୁ ଇଚ୍ଛା ହେଲା ନାହିଁ । ମନେ ମନେ ସେ ଭାବିଲା, “ଏ ଜଙ୍ଗଲରେ ଥିବା ଏଇ ଛୋଟ ଛୋଟ ପ୍ରାଣୀ ଗୁଡିକ କେତେପ୍ରକାର କଷ୍ଟ ସହି ମୋର ଆଶ୍ରୟ ଖୋଜୁଛନ୍ତି । ମୁଁ ଯଦି ମୋ ନିଜ ଖୁସି ପାଇଁ ସହର ଯିବି ତ ତାହେଲେ ଏଠି ଏମାନଙ୍କର ଯତ୍ନ କିଏ ନେବ? ଆଉ ଯଦି ଏଠି ଏମାନେ ଦୁଃଖୀ ରହିବେ ତ ତେବେ ମୋର ଆନନ୍ଦ କ’ଣ ପାଇଁ? କାହା ଯୋଗୁଁ? ମୋର ସହର ଯିବା ଆଉ କିଛିବି ଦରକାର ନାହିଁ ।”

ତା’ପରେ ଭରତାମ୍ମା ସହର ଯିବାକୁ କେବେ ମଧ୍ୟ ଭାବିନାହିଁ । ସେ ସେହି ଜଙ୍ଗଲରେହିଁ ଖୁସିରେ ରହିଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ