ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୟାଳୁ ଈଶ୍ୱର, ଠକ ବଣିକ

ପୂର୍ବ କାଳରେ ଆମ ଉତ୍ତର ଇଣ୍ଡିଆର ବଣିକମାନେ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ମସଲା, ନେଇ ସମୁଦ୍ର ପଥରେ ବିଦେଶକୁ ବେପାର କରିବାକୁ ଯାଉଥିଲେ । ସେଠାରେ ଆମ ଦେଶ ଜିନିଷ ବିକ୍ରି କରି ସେ ଦେଶରେ ମିଳୁଥିବା ସୌଖୀନ ଜିନିଷ ସବୁ ଆଣି ଆମ ଦେଶର ଲୋକଙ୍କୁ ବିକ୍ରି କରୁଥିଲେ । ଏହି ପ୍ରକାର ବ୍ୟବସାୟ କରୁଥିବା ଲୋକମାନଙ୍କୁ ବଣିକ ବୋଲି କୁହାଯାଉଥିଲା । ଅହମଦାବାଦ ସହର ହେଉଛି ଗୋଟିଏ ପୁରାତନ ସହର । ଏହି ସହରରେ ପୂର୍ବରୁ ବହୁ ବଣିକ ବାସ କରୁଥିଲେ । ସେମାନଙ୍କ ଭିତରେ  ମୁଲ୍ଲା ନାସିରୁଧିନ ବୋଲି ଜଣେ ବଣିକ ଥିଲେ । ସେ ମସଲା ଓ ଲୁଗା ନେଇ ଦରିଆ ପାରିରେ ବେପାର କରୁଥିଲେ । ସେଠାରୁ ଫେରିଲାବେଳେ ସେ ବିଦେଶରୁ ଅନେକ ସୁନା, ରୂପା, ହୀରା ନୀଳା ଆଣୁଥିଲେ । ତାଙ୍କର ଗୋଟିଏ ବଡ ବୋଇତ ଥିଲା, ତାହା ଦେଖିବାକୁ ଛୋଟ ଜାହାଜ ପରି । ମାତ୍ର ସେଥିରେ ବହୁତ ଜିନିଷ ଯାଉଥିଲା ଓ ଆସୁଥିଲା । ନାବିକମାନେ ତା ଭିତରେ ରହି ପାଳି କରି ନାଆ ଚଳାଉଥିଲେ ।

                ଥରକର ଘଟଣା । ବିଦେଶରୁ ଫେରିଲାବେଳେ ସଂଧ୍ୟା ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଉଠେଇ ଆସିଲା, ଚାହୁଁ ଚାହୁଁ ସୁ ସୁ ହୋଇ ପବନ ବି ବହିଲା । ପ୍ରବଳ ବେଗରେ ମେଘ ବର୍ଷିବାକୁ ଲାଗିଲା । ପବନର ବେଗ ବଢି ଚାଲିଥାଏ । ବୋଇତଟି ଖାଲି ଝଡବତାସରେ ଦୋହଲୁଥାଏ ସତେ ଯେପରି ମୁହୂର୍ତ୍ତକ ଭିତରେ ସମୁଦ୍ରରେ ତାହା ବୁଡିଯିବ । ତେଣୁ  ନାବିକମାନେ ଭୟରେ ଖାଲି ଥର ହର ହେଉଥାଆନ୍ତି । ସମସ୍ତେ ଖାଲି ଈଶ୍ୱରଙ୍କୁ ବିକଳ ହୋଇ ଡାକୁଥାଆନ୍ତି, ପ୍ରଭୁ ଏ ବିପଦରୁ ଆମକୁ ରକ୍ଷାକର । ବଣିକ ମୁଲ୍ଲା ନାସିରୁଧିନ ଆଖିରୁ ଲୁହଗଡେଇ କାନ୍ଦୁଥା’ନ୍ତି ନାଆ ଯଦି ସମୁଦ୍ରରେ ବୁଡିଯାଏ ତେବେ ଲକ୍ଷ ଲକ୍ଷ ଟଙ୍କାର ଧନସମ୍ପତ୍ତି ଯିବ ତା ସାଙ୍ଗରେ ତାଙ୍କ ଜୀବନ ମଧ୍ୟ ଚାଲିଯିବ । ପରିବାରର ଲୋକମାନେ ତାଙ୍କ ବାଟ ଚାହିଁ ବସିଥିବେ । କେତେ ଆନନ୍ଦରେ ନାଚୁଥିବ ପିଲାମାନଙ୍କ ମନ । ଏହି ସବୁ କଥା ଭାବି ତାଙ୍କ ମନ ଭୟରେ ଯେତିକି ଯେତିକି ଥରୁଥାଏ ଏଣେ ସେ ଝଡ ବତାସ ମଧ୍ୟ ସେତିକି ବେଗରେ ବହୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ