ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୟା ସାଗର

ସବୁ ସଫଳତାର ପଛରେ ରହିଥାଏ ପ୍ରଚେଷ୍ଟା । ପ୍ରଚେଷ୍ଟା ବିନା କୌଣସି ସଫଳତା ଆଦୌ ହାସଲ କରାଯାଇ ପାରିବ ନାହିଁ । ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଇ, ଯେଉଁମାନେ ନିଷ୍କ୍ରିୟ ହୋଇ ବସି ରହନ୍ତି, ସେମାନଙ୍କଠାରୁ ବଡ ନିର୍ବୋଧ ଏ ସାରା ସଂସାର ଭିତରେ ଆଉ କେହି ବି ନଥାନ୍ତି । ତିଳରୁ ତେଲ ବାହାରେ, ଧାନରୁ ଚାଉଳ ବାହାରେ – ଏହା ସତ୍ୟ, କିନ୍ତୁ ଉଦ୍ୟମ ନକଲେ ତିଳରୁ ତେଲ ଓ ଧାନରୁ ଚାଉଳ କେବେବି ବାହାରିବ ନାହିଁ । ଉଦ୍ୟମ କରି ମଧ୍ୟ ସଫଳତା ନ ମିଳିଲେ ବୁଝିବାକୁ ହେବ ଯେ, ବୋଧହୁଏ ଆମ ଉଦ୍ୟମରେ କେଉଁଠାରେ ଟିକେ ତୃଟି ରହି ଯାଇଛି ।

ସେ ସମୟର କଥା । ବଙ୍ଗଳାରେ ପଡିଥାଏ ଭୀଷଣ ମରୁଡି । ଲୋକେ କେବଳ ହା ହୁତାସରେ କାଟୁଥାନ୍ତି ଆପଣା ଜୀବନ । ନିଜର କୌଣସି କାର୍ଯ୍ୟପାଇଁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବର୍ଦ୍ଧମାନ ଯାଇଥାନ୍ତି । ରାସ୍ତାରେ ଯାଉଥିଲାବେଳେ ଜଣେ କିଶୋର ବିଦ୍ୟାସାଗରଙ୍କ ନିକଟକୁ ଆସି ପଇସାଟିଏ ଭିକ ଦିଅ ବୋଲି ମାଗିଲା । ତାପରେ ସେ ପିଲାଟି କହିଲା ମୁଁ ଓ ମୋ ମା ବହୁତ ଭୋକିଲା ଅଛୁ ।

ସେ ପିଲାଟିକୁ ଭଲ ଭାବରେ ଦେଖିଲେ ବିଦ୍ୟାସାଗର । କହିଲେ – ଶୁଣ ମୁଁ ଯଦି ତୋତେ ଚାରି ପଇସା ଦିଏ ତେବେ ତୁ କଣ କରିବୁ? ସେଠୁ ଅତି ସହଜରେ ପିଲାଟି ଉତ୍ତର ଦେଲା । ଦୁଇ ପଇସାରେ ଖାଇବା ଜିନିଷ କିଣିବି ଓ ଆଉ ବଳକା ଦୁଇ ପଇସା ମୁଁ ମୋ ମାଆକୁ ଦେବି । ପିଲାଟିର ଏପରି ଉତ୍ତର ଶୁଣି ବିଦ୍ୟାସାଗର ପୁଣି ପଚାରିଲେ । ଆଚ୍ଛା କହ ତ ଦେଖି ଯଦି ତୋତେ ମୁଁ ଦୁଇଅଣା (ସେତେବେଳେ ଏକଅଣାର ମୂଲ୍ୟ – ଛ’ପଇସା) ଦେବି ତା ହେଲେ ତୁ କ’ଣ କରିବୁ?


ଗପ ସାରଣୀ

ତାଲିକାଭୁକ୍ତ ଗପ