ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧନସମ୍ପତ୍ତି କାହାରି ନୁହେଁ

ରାଜସ୍ଥାନରେ ଜୟପୁର ଗୋଟିଏ ବଡ ସହର । ସେହିଠାରେ ଜଣେ ଧନୀ ସୌଦାଗର ବାସ କରୁଥାଆନ୍ତି । ସହରରେ ତାଙ୍କର ବିରାଟ କୋଠା; ଦାସଦାସୀ, ଯାନବାହନ ଯାହାକୁ ଯେତେ । ତାଙ୍କ ପିଲାମାନେ ଅତ୍ୟନ୍ତ ବାଧ୍ୟ ଏବଂ ଯୋଗ୍ୟ । ଏତେ ବଡ ବ୍ୟବସାୟକୁ ସେମାନେ ସମ୍ଭାଳି ଥାଆନ୍ତି । ସଂସାରରେ ସୁଖସମ୍ପତ୍ତି କହିଲେ ଯାହା କୁହାଯାଏ, ସେ ଧନୀବଣିକଙ୍କର ସେହି ସବୁ ଭରପୁର ହୋଇ ରହିଥିଲା ।

ଧନସମ୍ପତ୍ତିର ଦେବୀ ହେଉଛନ୍ତି ଲକ୍ଷ୍ମୀ । ତାଙ୍କ ନାମ ଚଂଚଳା । ସେ ସବୁଦିନ ଗୋଟିଏ ସ୍ଥାନରେ ରହିବାକୁ ଆଦୌ ଭଲ ପାଆନ୍ତି ନାହିଁ ।

ସେ ସୌଦାଗର ତ ଲକ୍ଷ୍ମୀଙ୍କର ଦୟାରୁ ଏତେ ଧନସମ୍ପତ୍ତିର ମାଲିକ ହୋଇଥାନ୍ତି । ଦିନେ ରାତିରେ ଲକ୍ଷ୍ମୀ ସେ ସୌଦାଗରଙ୍କୁ ସପନରେ କହିଲେ, “ମୋର ତୋ ପାଖରେ ରହିବା ଦିନ ସରିଆସିଲା । ଏଥର ମୋତେ ତୁ ଖୁସି ମନରେ ବିଦାୟ ଦେ ।”

ଏପରି ସ୍ୱପ୍ନ ଦେଖି ସେ ସୌଦାଗର ଜଣକ ହଠାତ୍ ଚମକି ପଡିଲେ । ଲକ୍ଷ୍ମୀ ଛାଡିଗଲେ ତ ତାକୁ ଦାରିଦ୍ର୍ୟ ବରଣ କରିବାକୁ ହିଁ ହେବ । ତେଣୁ ସେ ବିନୀତ ହୋଇ ପ୍ରାର୍ଥନା କଲେ, “ମା’ ମୋତେ ଆଉ ଛଅଟି ମାସ ସମୟ ଦିଅ । ତୁମେ ଚାଲିଗଲା ପରେ ମୁଁ କେମିତି ଚଳିବି, ସେକଥା ମୁଁ ଆଗରୁ ବ୍ୟବସ୍ଥା କରିବି ।”

ଲକ୍ଷ୍ମୀ ତ ଅତି ଦୟାମୟୀ । ତେଣୁ ସେ ସୌଦାଗରଙ୍କ କଥାରେ ରାଜି ହୋଇଗଲେ ।

ସୌଦାଗର ତାଙ୍କର ଧନସମ୍ପତ୍ତି ବଦଳରେ କେତେଗୁଡିଏ ହୀରାନୀଳା ମଣିମାଣିକ କିଣିଲେ । ସେ ଭାବିଲେ, ସେ ସବୁଗୁଡିକ ଖଣ୍ଡିଏ ରୁମାଲରେ ବାନ୍ଧି ମନଇଚ୍ଛା ସେ ବୁଲିପାରିବେ । ତାପରେ ସେ ସ୍ଥିର କଲେ ଏଣିକି କୌଣସି ତୀର୍ଥ ସ୍ଥାନରେ ସେ ତାଙ୍କ ବାକୀ ଜୀବନଟା ବିତାଇଦେବେ ।

ଭାରତର ଏକ ପ୍ରସିଦ୍ଧ ତୀର୍ଥ ହେଉଛି ହରଦ୍ୱାର । ପବିତ୍ର ଗଙ୍ଗାନଦୀର କୂଳରେ ଏହା ଅବସ୍ଥିତ । ସେ ସୌଦାଗର ସେଠାରେ ପହଁଚି ଛୋଟ ଜାଗାଟିଏ କିଣିଲେ ନଦୀ କୂଳରେ । କାଠର ଖୁଂଟ ବସାଇ ଚାଳି ଘରଟିଏ ସେ ତିଆରି କଲେ । କାଠ ଖୁଂଟରେ ଖୋପ କରି ତା’ ଭିତରେ ମଣିମାଣିକ ତକ ସବୁ ସାଇତି ରଖିଲେ ସେ ସୌଦାଗର ଜଣକ । ଲକ୍ଷ୍ମୀ ଛାଡିଗଲେ ମଧ୍ୟ ସେ ମଣିମାଣିକ ତକ ରହିଯିବ ତ ।

ଏଣିକି ସେ ସୌଦାଗର ନିଶ୍ଚିନ୍ତରେ ରହିଲେ । ତାଙ୍କର ଆଉ ଅଭାବ କ’ଣ? ଛଅମାସ ପରେ ଲକ୍ଷ୍ମୀ ତାଙ୍କୁ ପରିତ୍ୟାଗ କଲେ ବି ତାଙ୍କର କିଛି ବି ଅସୁବିଧା ହେବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ