ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧନସମ୍ପତ୍ତି କାହାରି ନୁହେଁ

ଚାହୁଁ ଚାହୁଁ ଛଅଟି ମାସ ପୂରିବାକୁ ଲାଗିଲା । ଆଉ ଦିନଟିଏ ବାକୀ ଥାଏ, ରାତିରେ ଲକ୍ଷ୍ମୀ ପୁଣି ସେ ସୌଦାଗରଙ୍କୁ କହିଲେ, “ଏଥର ମୋତେ ବିଦାୟ ଦେବୁ । ଛଅମାସ ପୂରିଗଲେ ମୁଁ ତୋତେ ଛାଡି ଗଙ୍ଗା ନଦୀର ଆରପାଖରେ ଥିବା ଗୋଟିଏ ଗୁଡିଆ ଘରେ ଯାଇ ରହିବି ।

ଠିକ୍ ରାତି ପାହିଲା ବେଳକୁ ପ୍ରବଳ ତୋଫାନ ମାଡି ଆସିଲା । ଗଙ୍ଗାନଦୀର ପାଣି ଫୁଲିଯାଇ ତାହା କୂଳ ଡେଇଁ ମାଡି ଆସୁଥାଏ । ଚାହୁଁ ଚାହୁଁ ସେ ସୌଦାଗରଙ୍କ କୁଡିଆ ଘରଟି ଭାସିଗଲା । ସେ କୁଡିଆର କାଠଖୁଂଟ ସବୁ ନଦୀ ଜଳରେ ଭାସି ଭାସି ଆର କୂଳରେ ଲାଗିଲା ଜଣେ ଗୁଡିଆର ଦୋକାନ ପାଖରେ । ଏ କାଠଖୁଂଟଗୁଡିକୁ ସଂଗ୍ରହ କରି ସେ ସବୁକୁ ସାଇତି ରଖିଲା ସେ ଗୁଡିଆ ।

ଝଡ ବନ୍ଦ ହୋଇଯିବାରୁ ସୌଦାଗର ନୌକା ଚଢି ସେ ନଦୀ ପାର ହେଲେ । ଗୁଡିଆ ଯେଉଁଠି ତାର ଚାଳି ଘରଟିରେ ଦୋକାନ ଦେଇଥିଲା, ସେଠାରେ ପହଁଚି ସୌଦାଗର ଦେଖିଲେ ତାଙ୍କର କାଠ ଖୁଂଟ ଗୁଡିକ ଥୁଆ ହୋଇଛି । ତହୁଁ ସୌଦାଗର ସେ ଗୁଡିଆକୁ କହିଲେ, ‘ଭାଇ, ଏହାକୁ ତୁମେ ସାମାନ୍ୟ କାଠଖୁଂଟ ଭାବିବ ନାହିଁ । ଏହାର ଖୋପରେ ମଣିମାଣିକ୍ୟ ଥୁଆ ହୋଇଛି ।’ ଏଥର ସେ ସୌଦାଗର ନିଜର ସମସ୍ତ ଅନୁଭୂତି ସେ ଗୁଡିଆ ଆଗରେ କହି ବସିଲେ ।

ତାପରେ ସେ ଗୁଡିଆ ବଡ ଦୁଃଖିତ ହେଲା ସୌଦାଗରଙ୍କ ବିଷୟରେ । ସେ ଗୁଡିଆ କହିଲା, “ଭାଇ ! ଏ ଧନ ତୁମର ଥିଲା । ଅଚାନକ ଏସବୁ ମୋର ହସ୍ତଗତ ହୋଇଛି । ତେଣୁ ଏଥିରୁ ଅଧେ ହୀରାନୀଳା ତୁମର ।”

ସେ ସୌଦାଗରଟି ସେତେବେଳକୁ ସବୁକିଛି ବୁଝିଯାଇଥିଲେ ଯେ, ତାଙ୍କୁ ଛାଡିଯାଇଥିବା ଲକ୍ଷ୍ମୀ ଆଉ କେବେବି ଫେରି ଆସିବେ ନାହିଁ । ସେ ତେଣୁ ଧନ ପ୍ରତି ଆଉ ଲୋଭ କରିବେ ବା କାହିଁକି? ସବୁ କଥା ବୁଝିପାରି ସେ ସୌଦାଗର କହିଲେ, “ନା ଭାଇ ! ହଜିଲା ଧନକୁ ମୁଁ ପୁଣି ଆଉ ଆଶା କରିବି ନାହିଁ । ଲକ୍ଷ୍ମୀ ତ ମୋତେ ଛାଡି ଗଲେଣି । ଆଉ ମୁଁ ଏବେ ଏ ଧନ ରଖିବି କିପରି?”

ଏ କଥାରେ ସେ ଗୁଡିଆର ଆଦୌ ବିଶ୍ୱାସ ହେଲା ନାହିଁ । ତେଣୁ ସେ କେତୋଟି ମିଠେଇ ଭିତରେ ଲୁଚାଇକରି ହୀରାନୀଳା ରଖିଦେଲା । ସୌଦାଗର ସେଠାରୁ ବିଦାୟ ନେଲା ସମୟରେ ଏ ଗୁଡିଆ ତାଙ୍କୁ କହିଲା, “ଭାଇ, ଏ ମିଠେଇତକ ରଖିଥାଅ । ବାଟରେ ଭୋକ ହେଲେ ତୁମେ ଖାଇବ ।”

ଗୁଡିଆ ଭାବିଲା, ମିଠେଇ ଖାଇଲାବେଳେ ସୌଦାଗର ତାଙ୍କ ମଣିମାଣିକ୍ୟ ନିଶ୍ଚୟ ଫେରିପାଇବେ । କିନ୍ତୁ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର ।

ଆର କୂଳରେ ଯାଇ ନୌକା ରହିଲା । ସୌଦାଗର ଘାଟ ମୂଲ ଦେବେ ବୋଲି ନିଜର ଟଙ୍କା ଥଳି ଖୋଜି ବସିଲେ । ହେଲେ ଆହା ! ସେଇଟି ମଧ୍ୟ ପାଣିରେ କେଉଁଠି ପଡିଯାଇଛି । ତେଣୁ ସେ ସୌଦାଗରଙ୍କ ପାଖରେ ଆଉ କିଛିବି ଧନ ନ ଥିଲା । ଏବେ ସେ ନାଉରୀମାନଙ୍କୁ କ’ଣ ଦେବେ? ବଡ ବିନୀତ ହୋଇ ସେ ସୌଦାଗର କହିଲେ, “ନାଉରୀଭାଇ, ମୋର ଟଙ୍କା ଥଳିଟି କେଉଁଠି ହଜାଇବସିଲି । ମୋ ପାଖରେ ତ ଏବେ କାଣୀ କଉଡିଟିଏ ବି ନାହିଁ । ଏଇ ଲଡୁତକ ହିଁ ମୋର ସମ୍ବଳ । ତୁମେ ତୁମ ଘାଟମୂଲ ବଦଳରେ ଏହି ଲଡୁତକ ଗ୍ରହଣ କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ