ଏବେ ସେ ନାଉରୀମାନଙ୍କର ଆଉ କିଛି ତ ଉପାୟ ନ ଥିଲା । ସେଦିନ ଆଉ ସେମାନଙ୍କର ରୋଜଗାର ବି କିଛି ନ ଥିଲା । ଏ ଲଡୁରେ କ’ଣ ସେମାନଙ୍କର ପେଟ ପୂରିବ? ତେଣୁ ସେମାନେ ପୁନର୍ବାର ନଈ ଆରପଟ ସେ ଗୁଡିଆ ଦୋକାନ ପାଖରେ ନିଜ ନାହା ଭିଡିଲେ । ଗୁଡିଆକୁ ସେ ଲଡୁ ବଦଳରେ ସେହି ନାଉରୀଆମାନେ କିଛି ରୁଟି ତରକାରି ମାଗିଲେ ।
ଲଡୁତକ ପୁଣି ଫେରି ଆସିଥବାରୁ ଗୁଡିଆ ହଠାତ୍ ତାକୁ ଦେଖି ଆଗ ଚମକି ପଡିଲା । ଏବେ ସେ ଠିକ୍ ବୁଝି ପାରିଲା ଯେ, ବାସ୍ତବିକ ଥରେ ଲକ୍ଷ୍ମୀ ବିମୁଖ ହେଲେ ସେ ମଣିଷର ଏହିପରି ହିଁ ଦଶା ହୁଏ । ତାକୁ କୌଣସି ବି ଧନ ଯୋଗ ହୁଏ ନାହିଁ । ଶେଷରେ ସେ ଦରିଦ୍ର ହୋଇ ରହିବାକୁ ହିଁ ବାଧ୍ୟ ହୁଏ । ଆମର ଗୋଟିଏ ଢଗ ଅଛି –
“ନଥିଲା ଲୋକର ବୁଦ୍ଧି ହୁଏ ନାଶ
ଯେତେ ଫନ୍ଦା କଲେ ନ ପୂରଇ ଆଶ ।”
ସେ ସୌଦାଗର ଲକ୍ଷ୍ମୀଛଡା ହୋଇଗଲା ପରେ ସମସ୍ତ ଧନ ତାଙ୍କଠାରୁ ଦୂରେଇ ରହିଲା । ଯେତେ ଉପାୟ କଲେ ମଧ୍ୟ ସେ ସୌଦାଗର ଆଉ କେବେବି ଧନର ଅଧିକାରୀ ହୋଇପାରିଲେ ନାହିଁ । ଗୁଡିଆ ଅନେକ ଚେଷ୍ଟା କରି ସୁଦ୍ଧା ସେ ସୌଦାଗରଙ୍କୁ ତାଙ୍କ ଧନ ଆଦୌ ଫେରାଇ ପାରିଲା ନାହିଁ ।
ନାଉରିଆମାନଙ୍କ ଠାରୁ ଲଡୁ ରଖି ତା’ ବଦଳରେ ସେ ଗୁଡିଆ ସେମାନଙ୍କୁ ସେମାନଙ୍କ ମନଭରି ରୁଟି ତରକାରୀ ଖାଇବାକୁ ଦେଲା । ତାପରେ ସେ ଗୁଡିଆଟି ଅନୁଭବ କଲା ଯେ, ‘ବାସ୍ତବିକ ଲକ୍ଷ୍ମୀ ଚଂଚଳା । ତାଙ୍କୁ ସବୁଦିନେ କିଏ ଅବା ବାନ୍ଧି ରଖିପାରିବ !!
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ । (Promotional racial con story)