ତାପରେ ସେ ରାଜା ଆସି ଠିଆ ହେଲେ ଝିଅଟିର ପାଖରେ । ସେତେବେଳେ ସମସ୍ତଙ୍କ ଦୃଷ୍ଟି ତ ଶିବାଜୀଙ୍କ ଉପରେ ହିଁ ଥାଏ । ଶିବାଜୀ ଧୀରସ୍ଥିର ଭାବରେ ସେ ଝିଅଟିର ହାତ ଧରିଲେ । ହଠାତ୍ ଚମକି ଉଠିଲା ସେ ଝିଅଟି । ଧୀରେ ଧୀରେ ସେ ଝିଅଟିର ହାତକୁ ଧରି ଶିବାଜୀ ତାଙ୍କ ସିଂହାସନ ଆଡକୁ ବଢିଲେ । ସିଂହାସନରେ ବସାଇ ଦେଲେ ସେ ଝିଅଟିକୁ । ଏହି ଘଟଣାକୁ ନେଇ ହଠାତ୍ ଚାପା ଗୁଞ୍ଜରଣ ଖେଳିଗଲା ଶିବାଜୀଙ୍କ ରାଜ ଦରବାରରେ ।
ସିଂହାସନ ତଳେ ଆଣ୍ଠୁମାଡି, ହାତ ଯୋଡି ଶିବାଜୀ ବସିଥିଲେ । ଅତି ନମ୍ରତାର ସହିତ ଶିବାଜୀ ସେ ଝିଅଟିକୁ କହିଲେ – “ମୋ ମା ଯଦି ତୁମ ଭଳି ସୁନ୍ଦରୀ ହୋଇଥାନ୍ତେ, ତେବେ ମୁଁ କେତେ ସୁନ୍ଦର ନହୋଇଥାନ୍ତି ।” ଏହା ପରେ ସେ ଝିଅଟିର ପାଦ ଛୁଇଁ ତାକୁ ପ୍ରଣାମ କରି ଶିବାଜୀ ବଜ୍ର କଣ୍ଠରେ ଘୋଷଣା କଲେ “କୌଣସି ରାଜ୍ୟ ଦଖଲ କଲାବେଳେ ସାଧାରଣ ଜନତା, ତଥା ଝିଅ ବୋହୂଙ୍କ କୌଣସି କ୍ଷତି ଯେପରି ନ ହୁଏ ସେଥି ପ୍ରତି ଟିକେ ଧ୍ୟାନ ଦିଅ ।”
ସସମ୍ମାନରେ ସେ ଝିଅଟିକୁ ତାର ରାଜ୍ୟକୁ ତୁରନ୍ତ ପଠାଇବାର ବ୍ୟବସ୍ଥା କରି, ତାର ପିତାଙ୍କ ରାଜ୍ୟ, ତାର ପିତାଙ୍କ ହାତରେ ସମର୍ପି ଦେଇଥିଲେ ।
ଧନ୍ୟ ଶିବାଜୀ ଧନ୍ୟ । ସେହିଥିପାଇଁ ତୁମେ ମହାନ୍ । ଏହି ଇଣ୍ଡିଆ ମାତାର ତୁମେ ହିଁ ସୁଯୋଗ୍ୟ ସନ୍ତାନ ।