ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧନ ରତ୍ନ ଠାରୁ ବିଶ୍ୱାସ ବଡ

ରାଜା ସଲୋମନ୍ ଙ୍କ ଶାସନ କାଳରେ, ଚୋରଟିଏ ଚୋରି କରିବାକୁ ତା’ର କୌଳିକ ବୃତି ଧରି ନେଇଥାଏ । ସେ ଚୋରି କରିବାରେ ଖୁବ୍ ଧୂରନ୍ଦର ଥିଲା । ସେ ପ୍ରତ୍ୟହ ଚୋରି କରୁଥିଲା ସତ, ହେଲେ ତା’ର ଚୋରି ଦ୍ରବ୍ୟକୁ ନିଜ ଘରେ ନ ରଖି ତା’ର ଜଣେ ବନ୍ଧୁଙ୍କ ଘରେ ରଖୁଥିଲା ।

       ବନ୍ଧୁଜଣକ ବି ସେହି ଚୋରାଧନକୁ ଖୁସିରେ ରଖୁଥିଲା । ସେ ମନେ ମନେ ଭାବୁଥିଲା ଏତେଗୁଡିଏ ମୂଲ୍ୟବାନ ଜିନିଷର ଗୁରୁଦାୟିତ୍ୱ ବହନକରି ଜଗାରଖା କରୁଥିବାରୁ ଭବିଷ୍ୟତରେ ଏଥିପାଇଁ ଏହି ଜିନିଷଗୁଡିକରୁ ଅଧା ଭାଗ ଦାବି କରିବ । ଯଦି ଏଥିରେ ବନ୍ଧୁ ରାଜି ନ ହୁଏ ତେବେ ସବୁତକ ପାଇବା ପାଇଁ ଏକ ଉପାୟ ପାଂଚିବ । ହେଲେ ଚୋରଟି ବିଶ୍ୱାସରେ ତା’ର ବନ୍ଧୁ ଘରେ ଜିନିଷର ନିରାପତ୍ତା ପାଇଁ ଏସବୁ ରଖୁଥାଏ ।

       ଦିନକର କଥା । ଚୋରର ବନ୍ଧୁ ଭାବିଲା, ମୁଁ ଯଦି ଏକଥା ରାଜ୍ୟର ରାଜାଙ୍କୁ କହିଦିଏ, ହୁଏ ତ ଚୋର ବନ୍ଧୁ ଜଣକ ଜେଲ୍ ଚାଲିଯିବ । ଆଉ ମୁଁ ସମସ୍ତ ସମ୍ପତ୍ତିର ମାଲିକ ହୋଇଯିବି । ଏକଥା ଭାବି ସେ ବନ୍ଧୁର ବିଶ୍ୱାସରେ ବିଷଦେଇ ରାଜାଙ୍କୁ ସବୁ କଥା କହିଦେଲା । ରାଜା ତତ୍ କ୍ଷଣାତ୍ ସିପାହୀ ପଠାଇ ଚୋରକୁ ଧରିନେଲେ ଓ ଜେଲ୍ ରେ ଭର୍ତ୍ତି କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ