ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧନ ରତ୍ନ ଠାରୁ ବିଶ୍ୱାସ ବଡ

       ତାପରେ କଚେରୀରେ ବିଚାର ଚାଲିଲା । ବିଚାର ଶେଷରେ ଚୋରକୁ କଠୋର ଦଣ୍ଡରେ ଦଣ୍ଡିତ କରାଗଲା । ମାତ୍ର ଚୋର ଏବେ ଜିଦ୍ ଧରିଲାଯେ, ତା’ର ମାମଲା ରାଜା ସଲୋମନ୍ ଙ୍କ ପାଖକୁ ଯାଉ । ଏହା ଉପରେ ମୁଁ ସମ୍ରାଟଙ୍କର ବିଚାର କେବଳ ଚାହେଁ । ପ୍ରକାଶଥାଉକି ସେତେବେଳେ ଜଣେ ନ୍ୟାୟବନ୍ତ ସମ୍ରାଟ ଭାବରେ ରାଜା ସଲୋମନ୍ ଙ୍କ ନାଁ ଥାଏ ।

       ଶେଷରେ ଚୋରର କଥା ରଖି ମାମଲା ରାଜାଙ୍କ ଆଗରେ ପେଶ୍ କରାଗଲା । ରାଜା ଏବେ ସବୁ କଥା ଶୁଣି ସାରିଲା ପରେ କହିଲେ, “ଚୋର ତ ଅବଶ୍ୟ ଦଣ୍ଡପାଇବ, ହେଲେ ତା’ଠାରୁ ଅଧିକ ଦଣ୍ଡ ପାଇବ ତା’ର ବନ୍ଧୁ ଯିଏ ଚୋରର ଧନ ଗଚ୍ଛିତ ରଖୁଥିଲା ।”

       ଏବେ ସମ୍ରାଟଙ୍କ ଆଦେଶରେ ଚୋର ବିରୋଧରେ ଅଭିଯୋଗ କରିଥିବା ବନ୍ଧୁକୁ ଡକାଗଲା । ଏ ବାବଦରେ ତା’ର ଅଭିମତ ଲୋଡାଯିବାରୁ ସେ କହିଲା, “ମଣିମା ! ଆପଣଙ୍କର ଏହା କି ପ୍ରକାର ନ୍ୟାୟ? ଏଠି କ’ଣ ଭଲ କଲେ ଖରାପ?”

       ରାଜା ସଲୋମନ୍ ତାକୁ ବୁଝାଇ କହିଲେ, “ସେଇ ଚୋରଟି ଚୋରିକୁ ତାର କୌଳିକ ବୃତିରୂପେ ଆପଣେଇ ନେଇଥିଲା । ତାକୁ ଏଥିରୁ ନିବୃତ କରିବା ପାଇଁ କେହି ନଥିଲେ । ତୁମେ ମଧ୍ୟ ବନ୍ଧୁର ଏଭଳି ଆଚରଣକୁ ବଦଳାଇବା ପାଇଁ ଥରେ ହେଲେ ଚେଷ୍ଟା କରି ନାହଁ । ବରଂ ଉକ୍ତ ଧନ ସମ୍ପତିକୁ ହଡପ୍ କରିବା ପାଇଁ କିଛି ମନ୍ଦ ଉଦ୍ଧେଶ୍ୟ ରଖି ଏ କାର୍ଯ୍ୟ କରିଅଛ, ସୁତରାଂ ତମେ ହିଁ ଚୋରଠାରୁ ଅଧିକ ଦଣ୍ଡ ପାଇବ ।”

       ପୁନଶ୍ଚ ରାଜା ସଲୋମନ୍ କହିଲେ, “ତୁମର ଚୋରବନ୍ଧୁଜଣକ ପରର ଧନ ଅପହରଣ କରୁଥିଲା । ମାତ୍ର ତୁମେ ତୁମ ବନ୍ଧୁର ବିଶ୍ୱାସକୁ ଅପହରଣ କରିଛ । ମୋ ମତରେ ପରର ବିଶ୍ୱାସ ଅପହରଣ କରିବା ଧନ ଅପହରଣ କରିବାଠାରୁ ଅଧିକ ଦୋଷଯୁକ୍ତ । କାରଣ ଧନକୁ ପୁଣି ଥରେ ଉପାର୍ଜନ କରିହେବ, ମାତ୍ର ବିଶ୍ୱାସ ଥରେ ଚାଲିଗଲେ କଦାପି ଉପାର୍ଜନ କରାଯାଇ ପାରିବ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ