ସେତେ ବେଳେ କାମ ପାଗଳିନୀ କେଶରୀ ନିଜକୁ ଆଉ ସମ୍ଭାଳି ନପାରି ଧୀରେ ଧୀରେ ଯାଇ ମଦନ ସୁନ୍ଦରଙ୍କର ଖଟ ଉପରେ ବସିଲା ତା’ ଦେହରେ ହାତ ମାରି କହିଲା – ହେ ମଦନ ସୁନ୍ଦର ଜଲ୍ଦି ଉଠିଲ । ତୁମ ପାଖରେ ମୋର ଏକ କାମ ପଡିଛି ।
ମାଲିକାଣୀଙ୍କର ଡାକରା ଶୁଣି ମଦନ ସୁନ୍ଦର ଧଡ ପଡ ହୋଇ ଖଟ ଉପରେ ଉଠି ବସି କହିଲା – ମାଲିକାଣୀ । ଏତେ ରାତିରେ ତମେ ଶଯ୍ୟା ଛାଡି ଉଠି ଆସିଲ । କ’ଣ ହୋଇଛି?
କେଶରୀ କହିଲା, ତମେ ମୋ ଶୟନ କକ୍ଷକୁ ଶୀଘ୍ର ଆସିଲ ମୁଁ ତୁମକୁ ସବୁ କଥା ସେହିଠାରେ କହିବି । ଏହା କହି କେଶରୀ ପୁଣି ନିଜର ଶୟନ କକ୍ଷକୁ ଯାଇ ନିଜର ପଲଙ୍କ ଉପରେ ମଦନ ସୁନ୍ଦରଙ୍କୁ ଅପେକ୍ଷା କରି ବସିଲେ ।
ମାଲିକାଣୀଙ୍କର ଅନ୍ନଖିଆ ଚାକର ମଦନ ସୁନ୍ଦର । ମାଲିକାଣୀଙ୍କର କହିବା ଅନୁସାରେ ମଦନ ସୁନ୍ଦର ମାଲିକାଣୀଙ୍କ ପଛେ ପଛେ ଯାଇ ମାଲିକାଣୀଙ୍କର ଶୟନ କକ୍ଷରେ ପହଁଚି ପଚାରିଲା – କୁହନ୍ତୁ ମାଲିକାଣୀ ମୋତେ ଏବେ କ’ଣ କରିବାକୁ ହେବ? ଏତେ ରାତିରେ ଆପଣଙ୍କର ପୁଣି କି ଅସୁବିଧା ହେଲା?
ମଦନ ସୁନ୍ଦର ଏ କଥା କହିବାରୁ ମାଲିକାଣୀ ମଦନ ସୁନ୍ଦରଙ୍କୁ ଠିଆ ନହେବାକୁ କହି ହାତ ଧରି ଟାଣି ନେଇ ପଲଙ୍କ ଉପରେ ବସାଇ ଦେଇ କହିଲା – ଦେଖ ମଦନ ସୁନ୍ଦର, ମୁଁ ତୁମର ମାଲିକାଣୀ । ମୁଁ ତୁମକୁ ଯାହା ଆଦେଶ କରିବି ତୁମକୁ ତାହା ମାନିବାକୁ ହେବ । ମଦନ ସୁନ୍ଦର କହିଲା – ମୁଁ ପରା ଆପଣଙ୍କର ଲୁଣ ଖାଉଛି, ଆପଣଙ୍କ ଆଦେଶକୁ କିପରି ଅମାନ୍ୟ କରିବି?