କେଶରୀ କହିଲା, ତାକୁ ତୁମେ ଘରେ ରୋଷେଇ କରିବାକୁ ରଖି ଦେଇ ଯାଇ ଥିଲ – ହେଲେ ଦିନେ ରାତିରେ ମୋର ଶୋଇବା ସମୟରେ ମୋ ଛାତି ଉପରେ ଶୋଇ ଯାଇ ମୋତେ ମାଡି ବସିଲା । ସେଦିନ ସେ ମୋର ନାରୀତ୍ୱର ସର୍ବନାଶ କରି ଦେବାକୁ ବସି ଥିଲା । ମୁଁ ଖୁବ୍ ଭୟରେ ଚିତ୍କାର କରିବାରୁ ସେ ମୋତେ ଛାଡି ପଳାଇ ଗଲା । ମୋ ପାଟି ଶୁଣି ପଡିଶା ଘର ଲୋକ ମାନେ ସିନା ମୋ ପାଖ ଯାଏଁ ଆସିଲେ ନାହିଁ କେହି କିଛି ପଚାରିଲେ ନାହିଁ । ମୋର ଏହା ଇଜ୍ଜତ କଥା, ମିଥ୍ୟା ହୋଇଥିଲେ ତାହାକୁ ପଡିଶାର ଲୋକେ ସତ ଭାବି ଥାଆନ୍ତେ । ସେଥି ଲାଗି ମୁଁ ମୁହଁ ଖୋଲି ଏ କଥାକୁ ପ୍ରଘଟ ନକରି ଚୁପ୍ ରହିଲି । ସେହି ଦିନ ଠାରୁ ମୁଁ ଖୁବ୍ ସାବଧାନରେ ଚଳୁଛି । କଥାରେ ଅଛି ଆପଣା ମହତ ଆପେ ରଖି, ତାହା ହୋଇ ନଥିଲେ ମୋର ଇଜ୍ଜତ ଯାଇ ଥିଲା ।
ନିଜର ସ୍ତ୍ରୀ ତାର କହିବା କଥାକୁ ସେ କାହିଁକି ବା ଅବିଶ୍ୱାସ କରନ୍ତେ, କେଶରୀ ଠାରୁ ଏକଥା ଶୁଣିବା ମାତ୍ରେ ସୌଦାଗରଙ୍କ କଲିଜାରେ ତ ନିଆଁ ଲାଗି ଗଲା । ସେ ରାଗରେ ପାଚି ଉଠିଲେ, ଠିକ୍ ଅଛି ତମେ ଆସ । ସେଥି ପାଇଁ ମନ ମଧ୍ୟରେ କାହିଁକି ଦୁଃଖ କରୁଛ, ତମେ ଯାହା କରିଛ ଠିକ୍ କରିଛ । ତୁମେ ଚୁପ୍ ହୋଇ ରୁହ । ସମୟ ଦେଖି ମୁଁ ତା’ର ପ୍ରତିଶୋଧ କିପରି ନେବି ତାହା ତମେ ବଳେ ଦେଖିବ ।
ସୌଦାଗର ମଦନ ସୁନ୍ଦର ଉପରେ ପ୍ରତିଶୋଧ ନେବେ ଏ କଥା ଶୁଣିବା ମାତ୍ରେ କେଶରୀଙ୍କର ମନ ବେଶ୍ ଖୁସ୍ ହୋଇ ଗଲା ।
ଏଣେ ସୌଦାଗର ସୁଯୋଗ ଉଣ୍ଡୁ ଥିଲେ । ଦିନେ ରାତିରେ ମଦନ ସୁନ୍ଦରଙ୍କୁ ଡାକି ଆଣି ସୌଦାଗର ତା’ର ଛାତିରେ ଛୁରି ଭୁସି ହତ୍ୟା କରି ଦେଲେ । ଆଉ ଲୋକଙ୍କ ଜାଣିବା ଆଗରୁ ମଦନ ସୁନ୍ଦରକୁ ନିଜର ଅଗଣା ମଧ୍ୟରେ ପୋତି ପକାଇଲେ । ସେହି ପୂଜାରୀ ଟୋକା ଏବେ ସାପ ହୋଇ ଜନ୍ମ ହେଲାରୁ ସୌଦାଗର ଅନଙ୍ଗ ଉଦୟ ରାଜା ହୋଇଛି । ପୁଣି ସେହି ପୂର୍ବର ରାଗକୁ ସୁଝାଇବା ଲାଗି ରାଜାଙ୍କୁ ସର୍ପ ଦଂଶନ କରିବ ।