ଏଥର ରାଜା ବୁଢୀ ଠାରୁ ସମସ୍ତ କଥା ଶୁଣି ଉଆସକୁ ଫେରି ଆସିଲେ ।
ଏଥର ଶୁଆ କହିଲା ତୁ ଏଥର ଦେଖିଲୁ ତ ଶାରୀ । ଏଥିରେ ମଦନ ସୁନ୍ଦରର କି ଦୋଷ ଥିଲା କହିଲୁ?
ଶାରୀ କହିଲା – ହଁ ତା’ର ଦୋଷ ଅଛି । ହେଲେ ସୌଦାଗରର ଏଠାରେ ଅଧିକ ଦୋଷ ।
ସୌଦାଗର ତ ସବୁ ସତ କଥା ବୁଝିଲେ ନାହିଁ । ସତ କଥାକୁ ବାହାର ନକରି ମଦନ ସୁନ୍ଦରଙ୍କୁ ମାରି ଦେଲାନା । କିଏ ଏଥିରେ କମ୍ ଯେ ଶୁଆ କହିଲା । ଏଥର ସେ କଥା ଛାଡ – ଏବେ ଶୁଣ ରାଜା ତ ଉଆସକୁ ଫେରି ଗଲେ । ଭୟରେ ଆଉ ରାଜ ଉଆସରେ ତାଙ୍କ ଆଖିକୁ ନିଦ ଆସିଲା ନାହିଁ । ହଠାତ୍ ତାଙ୍କର ନିଜ ପକେଟ୍ରେ ହାତ ବାଜି ଯିବାରୁ ତାଙ୍କର ମନେ ପଡି ଗଲା । ସେ ଦେଖିଲେ ପକେଟ୍ରେ କାଗଜ ଖଣ୍ଡିଏ ଅଛି । ସେହି କାଗଜ ଖଣ୍ଡିକ ପୁଣି ସେହି ବ୍ରାହ୍ମଣର ।
ତା’ପରେ ସେ ମନକୁ ମନ ଭାବିଲା, ଯାହା ହେଉ ସେହି ବ୍ରାହ୍ମଣର ଗୋଟିଏ କଥାକୁ ତ ପରୀକ୍ଷା କରିବାକୁ ଯାଇ ଏତେ ଦୂର ଲାଭ ହେଲା ଯାଉଛି ତାର ପର କଥାଟିକୁ ପରୀକ୍ଷା କରି ଦେଖିବା ସେଥିରେ କ’ଣ ଲେଖା ଅଛି? ସେଥିରେ ଲେଖା ଅଛି ଯେ ଶତ୍ରୁର ସତ୍କାର କରିବ । ତାହା ହେଲେ ସାପ ତ ମୋର ଶତ୍ରୁ । ସାପର ସତ୍କାର ପୁଣି ମୋତେ କରିବାକୁ ହେବ । ରାଜା ଏହି କଥା ଭାବି ଭାବି ଶୋଇ ପଡିଲେ ।