ରାଜାଙ୍କ ଏପରି କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ନା, ନା, ଏଥିପାଇଁ କେବଳ ଏତିକି ଆବଶ୍ୟକ ଯେ – ଏହାକୁ ବୁଣିବ, ପାଣି ମଡାଇବ ଏବଂ କାଟିବା ଲୋକ ଜଣକ ଏପରି ହୋଇଥିବ ଯେ ତାକୁ ଯେମିତି କଦାପି ନିଦ୍ରା ଜନିତ ହାଇ ଆସୁନଥିବ ।
ତାପରେ ଏହା ଶୁଣି ରାଜା କହିଲେ, “ସତରେ! ତେନାଲୀରାମା ତୁମ ଭଳି ମୂର୍ଖ ମୁଁ ଏପର୍ଯ୍ୟନ୍ତ କେଉଁଠି ହେଲେ ବି ଦେଖିନାହିଁ । କାହିଁକିନା ସଂସାରରେ ଏପରି କୌଣସି ବ୍ୟକ୍ତି ନାହିଁ ଯାହାକୁ କି କେବେ ବି ନିଦ୍ରା ଜନିତ ହାଇ ଆସୁନଥିବ ।”
ରାଜା ହଠାତ୍ ପୂର୍ବକଥା ଭାବି କହିଲେ ‘ଆରେ ଆରେ ସତରେ ମୁଁ ତ’ ପୁରା ଭୁଲି ଯାଇଥିଲି । ପ୍ରକୃତରେ ମୁଁ ଏକ ମୂର୍ଖ ।’ ଏହା ଶୁଣି ତେନାଲୀରାମା କହିଲେ ଠିକ୍ ଅଛି ତା’ହେଲେ ମହାରାଜ ପ୍ରକୃତ କଥା ଏବେ ଆପଣ ଉପଲବ୍ଧ କରିପାରିଛନ୍ତି । ମୁଁ ତା’ହେଲେ ସଂଗେ ସଂଗେ ଯାଉଛି ମହାରାଣୀଙ୍କୁ ମୋର ଏହି ମୂର୍ଖାମୀ ସଂପର୍କରେ ଜଣାଇଦେବି ।’
ତେନାଲୀରାମାଙ୍କ କଥା ଶୁଣି ରାଜା କହିଲେ, “ନା, ନା, ତୁମର ଯିବା ମୋଟେ ଦରକାର ନାହିଁ । ମୁଁ ନିଜେ ରାଣୀଙ୍କ ପାଖକୁ ଯାଇ କହିଦେବି ।
ରାଜାଙ୍କ ଏପରି କଥା ଶୁଣି ଦରବାରରେ ସମସ୍ତେ ଖାଲି ହସି ଉଠିଲେ । ଏହା କହିସାରି ରାଜା ରାଣୀଙ୍କ ମହଲ ଉଦ୍ଧେଶ୍ୟରେ ଗମନ କଲେ । ଏହାପରେ ରାଜା ଓ ରାଣୀ ଉଭୟ ତେନାଲୀରାମାଙ୍କୁ ବହୁମୂଲ୍ୟ ଉପହାର ପ୍ରଦାନ କଲେ ।