ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧାର୍ ଆଣିବା

ଥରେ ତେନାଲୀରାମାଙ୍କର ପତ୍ନୀଙ୍କର ଦେହ ଭୀଷଣ ଖରାପ ହେଲା । ତେଣୁ ତେନାଲୀରାମା ରାଜାଙ୍କଠାରୁ ଏକ ଶହ ସ୍ୱର୍ଣ୍ଣମୁଦ୍ରା ଧାର୍ ଆଣିଲେ । ପତ୍ନୀ ଆରୋଗ୍ୟ ହେବା ପରେ ରାଜା ଯେତେବେଳେ ତେନାଲୀରାମାଙ୍କୁ ଧାର୍ ଆଣିଥିବା ପଇସା ଚୁକ୍ତି କରିବାକୁ କହିଲେ, ତେନାଲୀରାମା ସେ କଥା ମୋଟେ ଶୁଣିଲେ ନାହିଁ ।

                ତେଣୁ ରାଜା ଭାବିଲେ, “ତେନାଲୀରାମାଙ୍କ ମୁଣ୍ଡ ବୋଧହୁଏ ଠିକ୍ ନାହିଁ । ତା’ହେଲେ ତାଙ୍କ ଘରକୁ ଯାଇ ପଇସା ଆଣିବାକୁ ପଡିବ । ତହିଁ ଆରଦିନ ରାଜା ତେନାଲୀରାମାଙ୍କ ଘରେ ଯାଇ ପହଁଚିଗଲେ । ସେଠାରେ ପହଁଚି ରାଜା ଦେଖିବାକୁ ପାଇଲେ – ତେନାଲୀରାମା ବିଛଣାରେ ପଡିଛନ୍ତି । ପାଖରେ ତାଙ୍କର ପତ୍ନୀ ଓ ମାଆ ବସି କେବଳ କାନ୍ଦୁଛନ୍ତି । ହଠାତ୍ ସେମାନେ ରାଜାଙ୍କୁ ଦେଖି କହିଲେ – “ମହାରାଜ ! ସେ ଆଉ ବଂଚିବେ ନାହିଁ । ସେ ସବୁ ସମୟରେ ଖାଲି କହୁଛନ୍ତି ରାଜାଙ୍କଠାରୁ ଧାର୍ କରିଥିବା ଧନ ନ ଶୁଝିଲେ ମୁଁ ଶାନ୍ତିରେ କେବେବି ମରିପାରିବି ନାହିଁ ।”

                ଏହା ଶୁଣି ରାଜା କହିଲେ – “ନା…ନା… ସେମିତି କିଛି ନାହିଁ । ମୋଠାରୁ ଧାର୍ ନେଇଥିବା ଶହେ ସ୍ୱର୍ଣ୍ଣମୁଦ୍ରା ମୋତେ ଚୁକ୍ତି କରିବା ଦରକାର ନାହିଁ । ରାଜାଙ୍କ ଏପରି କଥା ଶୁଣି ତେନାଲୀରାମା ହସି ହସି ସଂଗେ ସଂଗେ ବିଛଣାରୁ ଉଠିବସିଲେ ।

                ରାଜା ଏହା ଦେଖି କହିଲେ – “କ’ଣ ତେନାଲୀରାମା ତୁମେ କ’ଣ ଉଠି ବସିଲଣି?” ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ତେନାଲୀରାମା କହିଲେ – “ମହାରାଜ ! ଆପଣଙ୍କ ଠାରୁ ଧାର୍ ଆଣିଥିବା ଧନର ବୋଝରେ ମୁଁ ପୁରାପୁରି ଭାରାକ୍ରାନ୍ତ ହୋଇ ପଡିଥିଲି । ଆପଣ ଯେମିତି ମୋ କାନ୍ଧରୁ ବୋଝ କାଢି ନେଲେ ମୁଁ ସଂଗେ ସଂଗେ ସୁସ୍ଥ ହୋଇଗଲି ।

                ତେନାଲୀରାମାଙ୍କ ଏପ୍ରକାର କଥା ଶୁଣି ରାଜା କେବଳ ହସିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ