ବୋଧିସତ୍ୱ କହିଲେ – “ଆମେମାନେ ବୋକା ନୋହୁଁ । ଆମେ ପାଣି ପିଇବାକୁ ଯିବୁ ନାହିଁ ।”
ରାକ୍ଷସ କହିଲା – “ଏ ପୋଖରୀରୁ ପାଣି ନ ପିଇ ଆଉ ଯିବ କୁଆଡେ? ପାଖରେ ଆଉ କେଉଁଠି ପୋଖରୀ ନାହିଁ ।”
ବୋଧିସତ୍ୱ କହିଲେ – “ହଁ, ଆମକୁ ଖୁବ୍ ଶୋଷ ହେଉଚି, ତଥାପି ଆମେ ପୋଖରୀ ଭିତରେ ପଶିବୁନି । ଆମେ ପାଣିରେ ପଶିଲେ ସିନା ତୁମେ ଆମକୁ ଖାଇବ ! କିନ୍ତୁ ଆମେ ଏଠାରୁ ପାଣି ପିଇବା ଉପାୟ କରିବୁ ।”
ରାକ୍ଷସ ପଚାରିଲା – “ପାଣିରେ ନପଶି କିପରି ପାଣି ପିଇବ?”
ବୋଧିସତ୍ୱ କହିଲେ – “ଦେଖିବ ରହ କିପରି ପାଣି ପିଇବୁ ।”
ପାଖରେ ଏକ ନଳ ବଣ ଥିଲା । ବୋଧିସତ୍ୱ ସେଇ ନଳବଣକୁ ଗଲେ । ଗୁଡାଏ ନଳ ଭାଙ୍ଗି ଆଣିଲେ । ପ୍ରତ୍ୟେକ ମାଙ୍କଡ ଗୋଟିଏ ଗୋଟିଏ ନଳ ଧରି ପୋଖରୀକୂଳଠାରୁ ଦୂରରେ ବସିଲେ । ବୋଧିସତ୍ୱ ନିଜେ ଏକ ନଳ ଧରି ପାଣିରେ ବୁଡାଇ ପାଣି ଶୋଷି ପିଇଲେ । ତାଙ୍କୁ ଦେଖି ଅନ୍ୟ ମାଙ୍କଡମାନେ ସେପରି ପିଇଲେ ।
ରାକ୍ଷସ ଏହା ଦେଖିଲା । ସେ ଆଉ କ’ଣ କରନ୍ତା? ଲାଜରେ ପାଣିଭିତରେ ଲୁଚିଗଲା । ବୋଧିସତ୍ୱ ଓ ମାଙ୍କଡମାନେ ପେଟଭରି ପାଣି ପିଇସାରି ନିଜ ଜାଗାକୁ ଫେରିଗଲେ ।