ହେଲେ ଅତି ଦୁଃଖର ବିଷୟ ଯେ, ସେ ତିନି ଭାଇ ଯାକ ସମସ୍ତେ ମଦୁଆ । ନାନ୍ଦୁରା, କାନ୍ଦୁରା, ଚନ୍ଦରା ଏ ତିନିହେଁ ମଦ ପିଅନ୍ତି । ଯାହା ବି ରୋଜଗାର କରନ୍ତି ସେଥିରୁ ଅଧା ରୋଜଗାର ଖାଲି ମଦ ପିଇବାରେ ହିଁ ଯାଏ । ଆଉ ଅଧକ ରୋଜଗାରରେ ସେମାନଙ୍କର ପରିବାର ଚଳେ । ପରିବାର କହିଲେ ସେ ନାନ୍ଦୁରା ବଡ ଭାଇର ପୁଅ କି ଝିଅ କିଛି ବି ନାହିଁ । ସେ ଆପେ ଦୁଇ ଜଣ । ଅର୍ଥାତ୍ ସେମାନେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ । କାନ୍ଦୁରା – ମଝିଆଁ ଭାଇର ପୁଅଟିଏ ଆପେ ଦୁଇ ଜଣ । ମୋଟରେ ସେ କାନ୍ଦୁରା ପରିବାରରେ ତିନିଜଣ । ସବା ସାନ ଭାଇ ଚନ୍ଦରାର ପୁଅଟିଏ ଝିଅଟିଏ ଓ ସେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣ । ଏହିପରି ସେ ଚନ୍ଦରା ପରିବାର ଚାରିଜଣ । ଦୁଇଜଣ, ତିନିଜଣ, ଚାରିଜଣ । ମୋଟରେ ତାଙ୍କ ପରିବାରଙ୍କ ସଭ୍ୟ ସଂଖ୍ୟା ନଅଜଣ । ପିଲାମାନେ ତ ଛୋଟ । ତେଣୁ ସେ ପିଲାମାନଙ୍କର ଭରଣ ପୋଷଣର ସମସ୍ତ ଦାୟିତ୍ୱ ଏ ତିନିଭାଇଙ୍କ ମୁଣ୍ଡ ଉପରେ । ତିନି ଭାଇଯାକ ଏକାଠି ସବୁ ଅଭାବ ଅସୁବିଧା ସମ୍ଭାଳି ନିଅନ୍ତି । ଏପରିକି ଏକାଠି ମଦ ବି ପିଅନ୍ତି । ଦିନକୁ ସେ ତିନି ଭାଇଙ୍କ ରୋଜଗାର ତିନିଶହରୁ ଚାରି ଶହ ଟଙ୍କା । ଦିନକୁ ଶହେ ଟଙ୍କାରୁ କାହାରି ବି ରୋଜଗାର କମ୍ ନଥାଏ । କେବେ କେଉଁଦିନ ଜଣେ ପିଛା ଦୁଇ-ଦୁଇ ଶହ ଟଙ୍କା ମଧ୍ୟ ରୋଜଗାର ହୋଇଥାଏ । ରୋଜଗାରର କିଛି ବି ଠିକ୍ ଠିକଣା ନ ଥାଏ । ପର୍ବପର୍ବାଣି ଯାନିଯାତ୍ରାରେ ପୁଣି ସେମାନଙ୍କର ରୋଜଗାର ଅଧିକ ହୁଏ ।
ସହରରେ ପର୍ବପର୍ବାଣି, ଦୋଳ ଦଶହରା ସମୟରେ ସେ ତିନିଭାଇଙ୍କର ପୁଣି ଅଧିକ ରୋଜଗାର ହୁଏ । ହେଲେ ଏ ତିନି ଭାଇ କାନ୍ଦୁରା, ନାନ୍ଦୁରା, ଚନ୍ଦରା ସହଜେତ ଜାତିରେ ମଳିକ । ନୀଚ କୁଳରେ ଜନ୍ମ ସେମାନଙ୍କର । ତେଣୁ ସେମାନେ ଟଙ୍କାର ସଦ୍ବ୍ୟବହାର ମୋଟେ କରନ୍ତି ନାହିଁ । ଓଲଟି ମଦ ପିଇ ପରିଶ୍ରମ ଉପାର୍ଜିତ ଧନକୁ ଖର୍ଚ୍ଚ କରନ୍ତି । ମାଟି ଝାଟିର ଘର, ଖାଇବା ପିନ୍ଧିବା ବ୍ୟତୀତ ଅନ୍ୟ କିଛି ବି ସେମାନେ କରିପାରନ୍ତି ନାହିଁ, ଏମିତିକି ଭବିଷ୍ୟତ ପାଇଁ ଟଙ୍କାଟିଏ ବି ସଂଚୟ କରନ୍ତି ନାହିଁ ସେମାନେ । ଯାହା ରୋଜଗାର କଲେ ଖାଲି ଖାଇଲେ ମଦ ପିଇଲେ ।