ତା’ପରେ ସେ ଜଗା ନିଜ କଣ୍ଠ କୋମଳ କରି ପଚାରିଲା, “ଆଚ୍ଛା, ମୁଁ ଏବେ ମୋର ଭୁଲ୍ ମାନୁଛି । ଏଇଥରକ ନାମଟିଏ କୁହ, ଭଗବାନଙ୍କ ଦ୍ୱାହି ଦେଇ କହୁଛି, ଏଥର ମୁଁ ତୁମକୁ ଅଧେରୁ ବେଶି ଭାଗ ଦେବି ।”
ପ୍ରତାପ କହିଲା “ମୋତେ କ’ଣ ବୋକା ପାଇଲ? ମଣିଷ ଥରେ ଭୁଲ୍ କରେ, ମାତ୍ର ଦୁଇଥର ନୁହେଁ ।”
“ଆଚ୍ଛା, ଏଥର ତୁମେ ନାମଟି କୁହ । ରାଜା ପୁରସ୍କାର ଦେବାବେଳେ ତୁମେ ସେଇଠାରେ ଉପସ୍ଥିତ ରହି ତାକୁ ଆଣିବ । ମୁଁ ଜମାରୁ ସେ ସବୁକୁ ସ୍ପର୍ଶ କରିବି ନାହିଁ ।” ଜଗା ଏତକ କହିଲା; କିନ୍ତୁ ସେ ତା’ ମନେ ମନେ ଭାବୁଥାଏ କି ଏଥର ମଧ୍ୟ ଏହାକୁ ମୁଁ ଭଲକରି ଠକିବି ।
ପ୍ରତାପ ତା’ କଥାରେ ବିଶ୍ୱାସ କରି କହିଲା, “ରାଜାଙ୍କୁ କୁହ କି ମୋ ନାମ ହେଉଛି ବଳଭଦ୍ର । ବଳଭଦ୍ର ହେଉଛି ମହାପରାକ୍ରମୀ ବୀର । ତା’ର ନାମ ଶୁଣିବା ମାତ୍ରେହିଁ ରାଜା ଅତ୍ୟନ୍ତ ଭୟରେ ଥରିବେ । ତେଣୁ ସେ ତୁମ ସହିତ ବନ୍ଧୁତ୍ୱ ରଖିବେ ଓ ବରାବର୍ ବହୁ ଉପାୟ ଦେଇ ତୁମକୁ ସେ ଖୁସି କରାଇବେ ।”
ଜଗା ଏଥର ଦରବାରରେ ପହଁଚି ରାଜାଙ୍କ ସହିତ ସେ ଦେଖା କରି କହିଲା, “ମୁଁ ହେଉଛି ମହା ପରାକ୍ରମୀ ବଳଭଦ୍ର । ରାଜା କ୍ଷଣକ ପାଇଁ ଥକା ହୋଇ ରହିଗଲେ । ତା’ପରେ ମନ୍ତ୍ରୀଙ୍କୁ ଡାକି ସେ ପଚାରିଲେ, “କୌଣସି ଅପରାଧ ପାଇଁ ମୁଁ ବଳଭଦ୍ରକୁ ଦେଶରୁ ବହିଷ୍କାର କରି ଦେଇଥିଲି । ସେ ପୁଣି ଏତେ ଗର୍ବର ସହିତ କହୁଛି ଯେ ସେ ବଳଭଦ୍ର?”
ମନ୍ତ୍ରୀ ଜଗାକୁ ଭଲ କରି ନୀରିକ୍ଷଣ କରି କହିଲେ, “ମହାରାଜ, ଏହି ବ୍ୟକ୍ତି ତ ବଳଭଦ୍ର ନୁହେଁ? ଆମ ସୈନିକ ମାନେ ତ ତାକୁ ମାରି ଦେଇଛନ୍ତି । ଜଗାକୁ ଚାହିଁ ମନ୍ତ୍ରୀ କହିଲେ, “ତୁମର ନାମ ଜଗା ନା?”
ଏହାପରେ ସେ ଜଗା ଭୟରେ ଥରି ଥରି କହିଲା, “ପ୍ରଭୂ କ୍ଷମା କରନ୍ତୁ । ଏସବୁ ସେହି ଛୋଟାର କାରସାଦି; ଏଥିରେ ମୋର କିଛି ବି ଦୋଷନାହିଁ । ଠିକ୍ ସେତିକିବେଳେ ବାଡି ଠକ୍ଠକ୍ କରି ପ୍ରତାପ ଛୋଟେଇ ଛୋଟେଇ ଦରବାରରେ ଆସି ପହଁଚିଲା ଓ ରାଜାଙ୍କ ପାଖକୁ ଯାଇ ସେ କହିଲା, “ମହାରାଜ, କ୍ଷମା କରନ୍ତୁ । ମୁଁ ଆପଣଙ୍କ ସୈନ୍ୟ ବିଭାଗରେ ଥାଇ ଯୁଦ୍ଧ କରୁକରୁ ଛୋଟା ହୋଇଗଲି ।” ତା’ପରେ ସେ ନିଜ ପରିବାରର ଦୈନ୍ୟ ପରିସ୍ଥିତି ବିଷୟରେ ବର୍ଣ୍ଣନା କରିବା ପରେ ରାଜାଙ୍କୁ କହିଲା, “ମୋ ପାଇଁ ଧନ ରୋଜଗାର କରିବାର ଅନ୍ୟ କୌଣସି ଉପାୟ ନଥିଲା । ତେଣୁ ଜଗାକୁ ମୁଁ ଚକ୍ରଧର ଓ ସାଧୁଙ୍କ ବେଶରେ ମଧ୍ୟ ଏଠାକୁ ପଠାଇଥିଲି । କିନ୍ତୁ ସେ ସବୁ ଧନ ମାରି ନେଇ ମୋ ସହିତ ବିଶ୍ୱାସଘାତକତା କରିବାରୁ ମୁଁ ତାକୁ ବଳଭଦ୍ର ନାମ ଦେଇ ଏଠାକୁ ପଠାଇଲି । ଯଦ୍ୱାରା ସେ ଧରା ପଡିବ ଓ ମୋତେ ମଧ୍ୟ ଆପଣଙ୍କ ଦର୍ଶନ ମିଳିବ ।”
ରାଜା ପ୍ରତାପର ସମସ୍ତ କଥା ମନଦେଇ ଶୁଣିବାପରେ ସେ ତାଙ୍କ ମନ୍ତ୍ରୀଙ୍କୁ କହିଲେ ଯେ ଯେପରି ଯୁଦ୍ଧରେ ଆହତ ବ୍ୟକ୍ତିମାନଙ୍କୁ ଯଥେଷ୍ଟ ଧନ ଦିଆଯାଏ; ଯେମିତିକି ସେମାନେ ଶାନ୍ତିରେ ତାଙ୍କ ପରିବାର ପୋଷଣ କରିପାରିବେ । ପ୍ରତାପକୁ ରାଜା ବହୁତ ଧନ ଦେଲେ ଓ ଜଗାକୁ ଠକେଇ ଅଭିଯୋଗରେ ପୁଣି କାରାଗାର ମଧ୍ୟରେ ରଖିଲେ ।