ଏହା ଶୁଣି ଲୋକଟି ଭଗବାନଙ୍କୁ କ’ଣ କହିବ କିଛି ଭାବି ପାରିଲା ନାହିଁ । ସେ କହିଲା, “ପ୍ରଭୁ ! ମୁଁ ଆପଣଙ୍କୁ ସ୍ମରଣ କରିବାର କାରଣ ହେଉଛି ଆପଣ ମୋତେ ସାହାଯ୍ୟ କରିବେ, ମାତ୍ର ମୁଁ ଏବେ ଦେଖୁଛି, ଆପଣତ ମୋତେ ରୀତିମତ କାମରେ ଲଗେଇ ଦେଲେଣି ।”
ଏଥର ଭଗବାନ କହିଲେ, “ଆଉ ତୁ କ’ଣ ଭାବିଥିଲୁ ତୁ ନବାବ ଭଳିଆ ଠିଆ ହୋଇଥିବୁ, ଆଙ୍ଗୁଠି ବି ହଲାଇବୁ ନାହିଁ, ଆଉ ମୁଁ ତୋର ଗାଡିକୁ ଠେଲି ଉଠାଇବି? ବାବୁ, ସେ କଥା ଭୁଲିଯାଆ । ପ୍ରଥମେ ନିଜେ ଚେଷ୍ଟାକର ଏବଂ ପରିଶ୍ରମ କର । ଦେଖିବୁ, ମୁଁ କିପରି ଠିକ୍ ସମୟରେ ତୋତେ ସାହାଯ୍ୟ କରୁଛି ।”
ଏହି ଗପଟି କହିସାରି ଶ୍ରେଣୀରେ ଶିକ୍ଷକ କହିଲେ, “ପିଲାମାନେ, ଏଥର ବୁଝିଲ ତ? ତୁମେମାନେ ଏହିଭଳି ଯଦି କିଛିନା କିଛି ପରିଶ୍ରମ ନ କର, ତେବେ ଭଗବାନ ତୁମକୁ କଦାପି ସାହାଯ୍ୟ କରିବେ ନାହିଁ । ସୁତରାଂ ତୁମେମାନେ ମନ ଲଗାଇ ପାଠପଢ । ପ୍ରଥମେ ନିଜେ ପରିଶ୍ରମ କର, ତା’ପରେ ଈଶ୍ୱରଙ୍କୁ ଡାକ ।”