ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନିଜ କାମରେ, ନିଜ ହାତ

ଗୋଟିଏ ଗାଡି ବାଲା ନିଜର ଗାଡି ନେଇ ଜଙ୍ଗଲରେ ପହଁଚିଲା । ସେଠାରେ ସେ କାଠ ଭର୍ତ୍ତି କରି ତା’ପରେ ଭର୍ତ୍ତି ଗାଡିକୁ ନେଇ ଘରକୁ ଫେରୁ ଥିଲା । ରାସ୍ତାରେ ଗୋଟିଏ ଜୋର ପାର୍ କରିବାକୁ ପଡିଲା । କିନ୍ତୁ ଭାଗ୍ୟ ବଶତଃ ଜୋରର କାଦୁଅରେ ତାର ଗାଡିର ଚକ ଫସି ଗଲା ଆଉ ସେ ଜୋର ପାର୍ ହୋଇ ପାରିଲା ନାହିଁ ।

ଗାଡି ବାଲା ବହୁତ ଚେଷ୍ଟା କଲା ସତ୍ୱେ ବି ଗାଡିର ଚକ କାଦୁଅରୁ ବାହାର କରି ପାରିଲା ନାହିଁ । ସେ ଯେଉଁଠି ଥିଲା ସେଇଠି ରହି ଗଲା । ଏଥର ଗାଡି ବାଲା ଚାରି ଆଡକୁ ଅନାଇଲା ପରନ୍ତୁ ସେଠାରେ କେହି ଥିଲେ ତ ତାହାକୁ ସାହାଯ୍ୟ କରିବ । ଶେଷରେ ସେ କାଦୁଅରେ ବସି ପଡିଲା ଆଉ ଚିନ୍ତା କରିବାକୁ ଲାଗିଲା । ଜୋର୍ ଜୋର୍ରେ ନିଜର ପରମାରାଧ୍ୟ ଦେବତାଙ୍କୁ ଡାକିବାକୁ ଲାଗିଲା । ହେ ମହାରାଜ ମୋତେ କିଛି ସାହାଯ୍ୟ କର । ଖାଲି ଏହି ଗାଡିର ଚକକୁ କାଦୁଅରୁ ବାହାରକୁ ବାହାର କରି ଦିଅ, ମୁଁ ତୁମକୁ ପ୍ରସାଦ ଦେବି ।

ଭଗବାନ ଗାଡି ବାଲାର ଆବେଦନ ଶୁଣି ପାରିଲେ । ସଂଗେ ସଂଗେ ତାଙ୍କ ସାମନାରେ ପହଁଚିଲେ ଆଉ କହିଲେ – କାହିଁକି ଆମକୁ ଡାକୁଥିଲ ବତ୍ସ । କ’ଣ ଚାହୁଁଛ ବତ୍ସ?

ଗାଡି ବାଲା ହାତ ଯୋଡି କରି ଉତ୍ତର ଦେଲା – ମହାରାଜ ! ମୋର ଗାଡି କାଦୁଅରେ ଫସି ଯାଇଛି । ବାସ୍ ଏତିକି ସାହାଯ୍ୟ କର ଯେ ଗାଡିର ଚକ କିପରି କାଦୁଅରୁ ବାହାରକୁ ବାହାରି ଆସିବ । ଆରେ ଭାଇ ! ତୁମେ ଭି ଚକରେ ଜୋର୍ ଲଗାଅ, ବଳଦକୁ ମଧ୍ୟ ଜୋର୍ ଲଗାଇବା ପାଇଁ ଉତ୍ସାହିତ କର । ତା’ପରେ ଦେଖ ତୁମ ଗାଡିଟି କାଦୁଅରୁ ବାହାରୁଛି କି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ