ଏହି କଥା ଶୁଣିବା ମାତ୍ରେ ଗାଡି ବାଲା ଗାଡି ଚକରେ ଜୋର୍ ଲଗାଇଲା ଆଉ ଜୋର୍ ଲଗାଇବା ପାଇଁ ବଳଦ ମାନଙ୍କୁ ଆଦେଶ ଦେଲା, ସଂଗେ ସଂଗେ ଗାଡି ଫଟ୍ କରି କାଦୁଅରୁ ବାହାର ହୋଇ ଗଲା । ଏବେ ଗାଡି ବାଲାର ଖୁସି କହିଲେ ନ ସରେ ଆଉ କହିଲେ – ମହାରାଜ! ଆପଣ ତ ମୋ ପ୍ରତି ବହୁତ କୃପା କଲ, ଯେ ମୋର ଗାଡି କାଦୁଅରୁ ବାହାରକୁ ବାହାର କରି ଦେଲ । ବାସ୍ ଏଥର ଘରେ ପହଁଚି ତୁମକୁ ପ୍ରସାଦ ଦେବି ।
ଦେବତା ପୁଣି ହସି ହସି କହିଲେ – ନାହିଁ ଭାଇ । ମୋତେ ତୁମର ପ୍ରସାଦର ଆବଶ୍ୟକତା ନାହିଁ । ମୁଁ ନା ତୁମକୁ ସାହାଯ୍ୟ କରିଛି ନା ତୁମର ଗାଡିକୁ କାଦୁଅରୁ ଉଠାଇବାକୁ ସାହାଯ୍ୟ କରିଛି । ସତ କଥା ତୁମେ ତୁମ ନିଜ ହାତରେ ନିଜକୁ ସାହାଯ୍ୟ କରିଛ – ନିଜ ଗାଡି ନିଜେ କାଦୁଅରୁ ବାହାର କରିଛ । ଗାଡି ବାଲା ଆଶ୍ଚର୍ଯ୍ୟ ହେଲା । ନିଜେ ନିଜ ହାତ ଯୋଡି କରି ଦେବତାଙ୍କୁ ପଚାରିଲା – ଆପଣ ତା ହେଲେ ମୋତେ ସହାୟତା କରି ନାହାଁନ୍ତି ।
ଦେବତା ଉତ୍ତର ଦେଲେ – ତୁମେ ମୋର ଉଦ୍ଧେଶ୍ୟ ବୁଝି ପାରିଲ ନାହିଁ । ମୋର ଉଦ୍ଧେଶ୍ୟ ହେଲା – କାହାର ଉପରେ ଭରଷା ନ କରି ନିଜ କାମ ନିଜେ ନିଜ ହାତରେ କର । ଏପରି କରିବା ଦ୍ୱାରା ଭାବ ନିଜେ ନିଜକୁ ସାହାଯ୍ୟ କରୁଛ । ବାସ୍ ମୁଁ ଏଭଳି ଲୋକଙ୍କ ଉପରେ ସଦା ସର୍ବଦା ପ୍ରସନ୍ନ ରହୁଛି ଆଉ ତାଙ୍କୁହିଁ ସହାୟତା କରୁଛି । ପରନ୍ତୁ ଯେଉଁ ଲୋକ ଅନ୍ୟ ମାନଙ୍କ ସହାୟତା ଲୋଡନ୍ତି ସେମାନଙ୍କ କାମ ବିଗାଡି ଦିଅନ୍ତି । ସେହି ପରି ଲୋକ ମାନେ ଭଗବାନଙ୍କ କୃପା ମଧ୍ୟ ପାଆନ୍ତି ନାହିଁ ।