ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନିର୍ଭରତା ଶିଖ

ଜଣେ ସାଧୁ ପିଲାଦିନରୁ ଗୁରୁଙ୍କ ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ । ସ୍ତ୍ରୀ ଦର୍ଶନ ତାଙ୍କ ଭାଗ୍ୟରେ କେବେ ଘଟି ନଥିଲା । ଦିନେ ଗୁରୁଦେବଙ୍କ ଆଦେଶରେ ସେ ନଗରକୁ ଯାଇ ଜଣେ ଗୃହସ୍ଥଙ୍କ ଘରେ ଭିକ୍ଷା ମାଗିଲେ । ଗୃହସ୍ଥଙ୍କ କନ୍ୟା ତାଙ୍କୁ ଭିକ୍ଷା ଦେବାକୁ ଆସିଲା । ଯୁବତୀର ବକ୍ଷରେ ସ୍ତନଭାର ଦେଖି ସାଧୁ ଅବାକ୍ ହୋଇ ସରଳ ଏବଂ ସ୍ପଷ୍ଟ ଭାବରେ ପଚାରିଲେ, “ମା’ ! ତୁମ ବକ୍ଷରେ ଏତେ ଉଚ୍ଚ ଉଚ୍ଚ କ’ଣ ଦେଖାଯାଉଛି?” ଯୁବତୀ ଲଜ୍ଜିତା ହୋଇ କ୍ଷୋଭ ଅପମାନରେ ଏକାବେଳକେ ମୂହ୍ୟମାନ ହୋଇ ମାଆଙ୍କୁ ଯାଇ ଏକଥା କହିଲା । ମା’ ଆସି ଦେଖିଲେ, ଜଣେ ସୌମ୍ୟ ମୂର୍ତ୍ତି କିଶୋର ସନ୍ନ୍ୟାସୀ । ସୁତରାଂ, ତାଙ୍କ ଅନ୍ତରରେ ଅସଦ୍ ଅଭିପ୍ରାୟର କଳ୍ପନା ଅସମ୍ଭବ । ମା’ ପଚାରିଲେ, “ବାବା ! ତୁମେ ମୋ କନ୍ୟାକୁ କ’ଣ ପଚାରିଲ?”

         ସାଧୁ କହିଲେ – “ମୁଁ ତାଙ୍କ ବକ୍ଷରେ ଉଚ୍ଚ ଉଚ୍ଚ ପଦାର୍ଥ ଦେଖି ସେଗୁଡିକ କ’ଣ ବୋଲି ପଚାରିଲି । ବର୍ତ୍ତମାନ ଦେଖୁଛି ତୁମ ବକ୍ଷଦେଶରେ ମଧ୍ୟ ସେଭଳି ପଦାର୍ଥ । ମୁଁ ତ ଏହାର ଅର୍ଥ କିଛି ବୁଝିପାରୁ ନାହିଁ । ଏହା ପୂର୍ବରୁ ମୁଁ କାହା ବକ୍ଷରେ ତ ଏପରି ଉଚ୍ଚ ପଦାର୍ଥ ଦେଖି ନାହିଁ?”

         ଗୃହିଣୀ ବୁଝିଲେଯେ, ତାଙ୍କ ଦୁଆରେ ଆଜି ଯେ ଉପସ୍ଥିତ ହୋଇଛନ୍ତି, ସେ କୌଣସି ଦିନ ନାରୀ ଦର୍ଶନ କରି ନାହାଁନ୍ତି । ଆହୁରି ସ୍ପଷ୍ଟ ଭାବରେ ବୁଝିବା ପାଇଁ ସେ ପଚାରିଲେ – “ଆଚ୍ଛା ବାବା ! ତୁମର ମାଆଙ୍କର କଥା ମନେପଡୁଛି କି? ତୁମେ କ’ଣ କେଉଁଦିନ ତୁମ ମାଆର ଆଦର-ଯତ୍ନ ପାଇ ନାହଁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ