ସାଧୁ ଉତ୍ତର ଦେଲେ – “ନା, ମା’ ! ମୁଁ ବରାବର ଗୁରୁଦେବଙ୍କ ଆଶ୍ରମରେ ପ୍ରତିପାଳିତ । ମା’ ବୋଲି ମୋର କେହି ଥିଲା କି ନଥିଲା, ଏକଥା ତ ମୋର ସ୍ମରଣ ନାହିଁ ।”
ଗୃହକର୍ତ୍ତୀ କହିଲେ – “ତୁମେ ଯେ ବାବା ଏଡେ ବଡଟିଏ ହୋଇଛ, ତାହା ଦିନକରେ ହୋଇନାହଁ । ଛୋଟରୁ କ୍ରମେ ବଡ ହୋଇଛ । ଛୋଟିଆଟିଏ ହୋଇ ପ୍ରଥମେ ମା’ କୋଳରେ ତୁମକୁ ଜନ୍ମ ନେବାକୁ ହୋଇଥିଲା, ଏହିପରି ପ୍ରତ୍ୟେକଙ୍କୁ ମଧ୍ୟ ମା’ କୋଳରେ ଜାତ ହେବାକୁ ପଡେ । ଶିଶୁ ଅସହାୟ ଥିଲାବେଳେ ନିଜର ଆହାର ସଂଗ୍ରହର କ୍ଷମତା ତାହାର ନଥାଏ । ସେତେବେଳେ ସେ ମାତୃସ୍ତନ୍ୟ ପାନ କରି ବଂଚେ । ଆମ ବକ୍ଷରେ ଯେଉଁ ଉଚ୍ଚ ଉଚ୍ଚ ପଦାର୍ଥ ଦେଖିପାରୁଛ, ତାହା ହେଉଛି ଏହି ମାତୃସ୍ତନ । ଅସହାୟ ଶିଶୁ ନିମିତ ଏଥିରେ ଆଧାର ବା ଅମୃତ ସଂଚିତ ଥାଏ ।”
ସାଧୁ ପ୍ରଶ୍ନ କଲେ – “ଆଚ୍ଛା ମା’! ତୁମ କନ୍ୟାର ବକ୍ଷ ଦେଶ ଅଧିକ ଉଚ୍ଚ ଦେଖିଥିଲି, ତୁମର ତ ସେପରି ଉଚ୍ଚ ଦେଖୁ ନାହିଁ ।” ବର୍ଷୀୟସୀ ରମଣୀ ସବୁ ବିଷୟରେ ଅଭିଜ୍ଞା ଥିଲେ । ସେ ଉତ୍ତରରେ କହିଲେ – “ବାବା ! ମୋ କନ୍ୟାର ସ୍ତନ ଯେ ଅଧିକ ଉଚ୍ଚ ଦେଖିଲ, ତାହାର କାରଣ ହେଉଛି ସେ ବର୍ତ୍ତମାନ ସୁଦ୍ଧା ମା’ ହୋଇ ନାହିଁ । ତା’ କୋଳରୁ ଏ ପର୍ଯ୍ୟନ୍ତ କୌଣସି ଅସହାୟ ଶିଶୁ ଆସି ନାହିଁ । ତେଣୁ ଭଗବାନ୍ ସେଥିରେ କେବଳ ଅମୃତ ସଂଚୟ କରି ଯାଉଛନ୍ତି । ପୁଣି ସେ ଯେତେବେଳେ ମାଆ ହେବ, ସେତେବେଳେ ତା’ର ସ୍ତନ ଢଳି ପଡିବ, ମୋରି ପରି ହୋଇଯିବ; କାରଣ ଅଧିକ ଶକ୍ତି ହେଲେ, ସନ୍ତାନର ସ୍ତନ୍ୟପାନରେ କଷ୍ଟ ହୁଏ ବାବା ।”
ଗୃହକର୍ତ୍ରୀଙ୍କର ଏକଥା ଶୁଣି ସାଧୁଙ୍କର ଚକ୍ଷୁ ଖୋଲିଗଲା । ସେ ଭିକ୍ଷାପାତ୍ର ଫିଙ୍ଗିଦେଇ କହି ଉଠିଲେ – “ତେବେ କାହିଁକି ଏ ବୃଥା ଅଭିନୟ ! ଜନ୍ମିବା ପୂର୍ବରୁ ଯେ ଆମର ଆହାର୍ଯ୍ୟ ସଂଚୟ କରି ରଖନ୍ତି, ଆଜି ମଧ୍ୟ ସେ ତାହାର ବ୍ୟବସ୍ଥା କରିବେ । ତାଙ୍କ ବ୍ୟବସ୍ଥା ଉପରେ ନିର୍ଭର ନ କରି ସମୟର ଏପରି ଅପବ୍ୟବହାର କାହିଁକି ଆମେ କରୁଛୁ?” ଏହା କହି କହି ସେ ସେଠାରୁ ଦୌଡି ପଳାଇଗଲେ ।
ସେ ମହାପୁରୁଷ ଆଜି ଆଉ ନାହାଁନ୍ତି; କିନ୍ତୁ ଆଜି ମଧ୍ୟ ତାଙ୍କର ସ୍ମୃତି ରହିଛି ।