ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନିଶ୍ରାଗ୍ରସ୍ତ

ଚନ୍ଦନପୁର ଗାଁର ମୁଖିଆ ବୀରସିଂହ ବଡ ଦୁଷ୍ଟ ପ୍ରକୃତିର ଲୋକ ଥିଲେ, ସରଳ ଲୋକଙ୍କୁ ହଇରାଣ କରି ସେ ବହୁତ ଖୁସି ହେଉଥିଲେ ।

ସେହି ଗାଁରେ ଦୀନୁ ନାମକ ଜଣେ ଯୁବକକୁ ଥରେ ସେ କହିଲେ, “ଆରେ ଦୀନୁ, ତୁ କେଉଁଠି ରହିଛୁ? ଆମ ଘରକୁ ଆସି, ମୋତେ ଜମିଜମା କାମରେ ଟିକିଏ ସାହାଯ୍ୟ କର; ଦେଖିବୁ ଭଗବାନ୍ ତୋତେ ନିଶ୍ଚୟ ଭଲ ଫଳ ଦେବେ ।” ଏହାପରେ ବିଚାରା ଦୀନୁକୁ ମୁଖିଆ ଅଳ୍ପ କିଛି ଖାଇବାକୁ ଦେଇ ତା’ଠାରୁ ବହୁତ କାମ ସେ ଆଦାୟ କରୁଥାନ୍ତି ।

ସେହି ଗାଁରେ ଶିବନାଥ ନାମକ ଜଣେ ବୈଦ୍ୟ ଥା’ନ୍ତି । ସେ ଗରୀବ ରୋଗୀଙ୍କଠାରୁ ପଇସା ଟିଏବି ନିଅନ୍ତି ନାହିଁ । ତାଙ୍କର ପ୍ରଶଂସା ହେବାରୁ ବୀରସିଂହ ସେସବୁ ସହି ନପାରି କୁହନ୍ତି ଯେ ଏଥିରେ ହୁଏତ ତାଙ୍କର ଅନ୍ୟ କିଛି ଉଦ୍ଧେଶ୍ୟ ଥିବ । ଦିନେ ସେ ବୈଦ୍ୟଙ୍କୁ କହିଲେ, “ଆରେ ବୈଦ୍ୟଜୀ, ଆପଣ ନିଶ୍ଚୟ ଆପଣଙ୍କ ପୂର୍ବଜନ୍ମର କିଛି ପାପର ପାୟଶ୍ଚିତ ସ୍ୱରୂପ ହିଁ ଏବେ ପଇସା ନ ନେଇ ରୋଗୀ ସେବା ତଥା ଚିକିତ୍ସା କରୁଛନ୍ତି ।”

ଦିନେ ତାଙ୍କ ଦୃଷ୍ଟି ଯାଇ ଗାଁର ଶିକ୍ଷକଙ୍କ ଉପରେ ପଡିଲା । ବିଚାରା ଶିକ୍ଷକ ବହୁତ କଷ୍ଟ କରି ପିଲାଙ୍କୁ ପଢାଉଥା’ନ୍ତି । ଦିନେ ବୀରସିଂହ ଯାଇ ସେ ଶିକ୍ଷକଙ୍କୁ ପଚାରିଲେ, “ତୁମେ ଜାଣ କି ଶିକ୍ଷକ ମହାଶୟ, ମରିବା ପରେ ତୁମପରି ବ୍ୟକ୍ତିଙ୍କର କି ଗତି ହୋଇଥାଏ?”

ମୁଖିଆଙ୍କ ଏଭଳି କଥା ଶୁଣି ଅତି ସରଳରେ ବିଚାରା ଶିକ୍ଷକ ଜଣକ କହିଲେ – “ନାଁ ତ?”

      ତହୁଁ ମୁଖିଆ କହିଲେ “ମରିବା ପରେ ତୁମପରି ଲୋକ ପିଶାଚ ହୋଇଯା’ନ୍ତି । ଯଦି ମୋ କଥାରେ ତୁମର ବିଶ୍ୱାସ ହେଉନାହିଁ ତେବେ ତୁମେ ତୁମ ଛାତ୍ରଛାତ୍ରୀଙ୍କୁ ଏହା ପଚାର?”

      ଏକଥା ଶୁଣି ଛାତ୍ରଛାତ୍ରୀମାନେ ହସି ହସି ଗଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ