ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନ୍ୟାୟ ବିଚାର

ମଣିରାମ ସୋନପୁର ଗ୍ରାମରେ ରହୁଥାଏ । ସେ ତା’ ଘର ପଛପଟରେ ପୋଇଶାଗ ଲଗାଇଥାଏ । ସବୁଦିନେ ସେଥିରେ ସେ ପାଣି ଦେଉଥାଏ ଓ କିଛି କିଛି ଖତ ବି ଦେଉଥାଏ । ବଡ ସୁନ୍ଦର ଭାବରେ ଗାଢସବୁଜ ରଙ୍ଗର ବଡ ବଡ ପତ୍ର ସହ ପୋଇଲଟା ଖୁବ୍ ଲଟାଇଲା ଓ ପାଚିରୀ ଉପରକୁ ମଧ୍ୟ ମାଡିଗଲା ।

                ସେଇ ଗାଁର ଚାଷୀ ଭୀମର ଛେଳି ସବୁଦିନେ ପାଚିରି ଚଢି ପୋଇଲଟା ଖାଇଯାଏ । ଏକଥା ଦେଖି ମଣି ଦିନେ ଦିନେ ପଥର ଫୋପାଡି ତାକୁ ସେଠାରୁ ଘଉଡାଇ ଦିଏ । ଏପରି ବାରମ୍ବାର ଘଟିବାରୁ ସେ ଦିନେ ଭୀମକୁ କହିଲା ଯେ ତା’ ଛେଳିକି ସେ ବାନ୍ଧିକରି ରଖୁ ନହେଲେ ତାକୁ ସେ ଜଙ୍ଗଲକୁ ପଠାଉ; ଏପରି ସମସ୍ତିଙ୍କ ବଗିଚା ସେ ନଷ୍ଟ କରିବ କାହିଁକି ।

                ଭୀମ ଏ କଥାର କିଛି ଉତ୍ତର ଦେଲାନାହିଁ । ମନେ ମନେ ରାଗିଲା ଓ ଚୁପ୍ ରହିଲା; କିନ୍ତୁ ଛେଳିକୁ ସେ ଆଦୌ ବାନ୍ଧି ରଖିଲା ନାହିଁ । ଛେଳି ପୁଣି ଖାଇବାକୁ ଲାଗିଲା । ଦିନେ ମଣି ଆସି ଦେଖିଲା ଛେଳି ତା’ ବଗିଚା ପଟକୁ ଡେଇଁ ଆସି ପୋଇଶାଗର ଭାଡି ତ ପ୍ରାୟ ଖାଇ ଦେଇଛି, ଅନ୍ୟାନ୍ୟ ଗଛ ମଧ୍ୟ ନଷ୍ଟ କରିଛି, ହାତ ପାଖରେ କୁରାଢୀଟିଏ ପଡିଥିଲା; ସେ ରାଗରେ ସେଇଟା ଉଠାଇ ଫିଙ୍ଗିଲା । ଭାଗ୍ୟ ଖରାପ ସେଇଟି ଯାଇ ଛେଳି ମୁଣ୍ଡରେ ପଡିଲା । ଛେଳି ସେଇଠି ମରି ଶୋଇଲା ।

ଏ ଖବର ପହଁଚିବା ମାତ୍ରେ ଭୀମ ଭୀମବିକ୍ରମରେ ନିଶ ଫୁଲାଇ ଆସି ମଣିରାମ ପାଖରେ ପହଁଚିଲା । ଏପରି ଘଟଣା ଯୋଗୁଁ ମଣିରାମ ଖୁବ୍ ଦୁଃଖିତ ହୋଇ ବସିଥାଏ । ଏଣେ ଭୀମର କଟାଳ । ଭୀମ କହିଲା, “ଏ ଛେଳି ସାଧାରଣ ଛେଳି ନୁହେଁ । ଅନେକ ଛେଳି ବାଛି ବାଛି ମୁଁ ଏହାକୁ କିଣିଛି । ତୁ ତାକୁ ପୋଇଲଟା ପାଇଁ ମାରି ପକାଇଲୁ । ଏବେ ତୁ ମୋତେ କ୍ଷତିପୁରଣ ବାବଦକୁ ଶହେଟଙ୍କା ଦେ । ମୁଁ ଛୋଟ ଅବସ୍ଥାରେ ଶହେଟଙ୍କା ଦେଇ ସେ ଛେଳିଟି କିଣିଛି ।”

ସେତେବେଳେ ମଣିରାମ ଛେଳିପାଇଁ ଭୀଷଣ ଦୁଃଖିତ ଥିଲା । ପୁଣି ଭୀମର ଏପରି କଥାବାର୍ତ୍ତାରେ ସେ ଆହୁରି ଦୁଃଖିତ ହେଲା । କିନ୍ତୁ ବୁଝିପାରିଲା ଯେ ତାହାର ଅସହାୟ ଅବସ୍ଥା ଦେଖି ସେ ଲାଭ ଉଠାଇବାକୁ ଚାହୁଁଛି ।

ମଣିରାମ କ୍ଷତିପୁରଣ ପାଇଁ ଖାଲି ଦଶଟଙ୍କା ଦେବାକୁ ଚାହୁଁଥିଲା । ନହେଲେ ସେ ଛେଳି ବଦଳରେ ଅନ୍ୟ ଗୋଟିଏ ଛେଳି କିଣିଦେବାକୁ ମଧ୍ୟ ପ୍ରସ୍ତୁତ ଥିଲା । କିନ୍ତୁ ଭୀମ କେଉଁଥିରେ ବି ରାଜି ନୁହେଁ । ସେ ଯିଦ୍ ଧରି ବସିଲା ଯେ, ଶହେଟଙ୍କା ନେବହିଁ ନେବ ।

ମଣିରାମ ତାଙ୍କୁ ବହୁତ ବୁଝାଇଲା ହେଲେ ଭୀମ ତ ମୋଟେ ଟଳିବା ଲୋକ ନୁହେଁ । ଶେଷକୁ ତା’ର କ୍ଷତିପୁରଣ ବିଷୟରେ ସେ ସିଧା ସିଧା କହିଲା, “ଏବେ ତୁମପାଖରେ କେବଳ ଦୁଇଟି ଉପାୟ ଅଛି, ତୁ ଶହେଟଙ୍କା ଦେଇ ଦେ, ନଚେତ୍ ମୋ ଛେଳିକୁ ବଂଚାଇ ଦେ ।” ଏସବୁ କଥାଶୁଣି ସେ ମଣିରାମ କହିଲା, “ତୁମେ ଧନୀ ଚାଷୀ ହୋଇପାର, ହେଲେ ମୁଁ କିନ୍ତୁ ଡରି ଯାଉନାହିଁ । ଦଶଟଙ୍କା ନେବ ତ ନିଅ ନହେଲେ ତା’ଠାରୁ ବେଶି କାଣୀକଉଡିଟିଏ ବି ତୁମକୁ ମୁଁ ଦେଇପାରିବି ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ