ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନ୍ୟାୟ ବିଚାର

ସେଥିରେ ଜମିଦାର ଖୁସିରେ ଫୁଲି ଉଠିଲେ ଓ କହିଲେ, “ଆଚ୍ଛା ଏବେ ତୁମେ ତୁମ ମୂଳ କଥାଟା କୁହ ।”

ବୈଦ୍ୟ ନମ୍ର ଭାବରେ କହିଲେ “ହଁ ସେଇକଥା ତ କହୁଛି ହଜୁର୍ । ଆପଣଙ୍କ ବାପାଙ୍କ କଥା ଉପରେ ମୋ ଗୁରୁଜୀ ମୋତେ ଏଠାକୁ ପଠାଇଲେ ଓ ମୁଁ ଏ ଗାଁରେ ରହି ରୋଗୀ ସେବା କଲି । ନହେଲେ ମୁଁ ଭଲା କାହିଁକି ମୋ ନିଜ ଗାଁ ଛାଡି ଏଠି ରହନ୍ତି? ଆପଣଙ୍କ ବାପାଙ୍କ ଅନୁରୋଧ ଓ ଭୀମର ବାପାଙ୍କର ଅସୁସ୍ଥତା ଯୋଗୁଁ ମୋତେ ଏଠାରେ ରହିବାକୁ ପଡିଲା । ତେଣୁ କ୍ଷତିପୁରଣ ବାବଦକୁ ସେମାନେ ମଧ୍ୟ କିଛି କିଛି ଦିଅନ୍ତୁ ।”

ବୈଦ୍ୟଙ୍କ କଥା ସେ ଜମିଦାରଙ୍କୁ ଠିକ୍ ଲାଗିଲା । ଏବେ ସେ ଜାଣିଲେ ଦୋଷୀ ତାଙ୍କ ପିତା ଓ ଭୀମର ପିତା । ସେ ବୈଦ୍ୟଙ୍କୁ କହିଲେ, “ଆଚ୍ଛା ବୈଦ୍ୟଜୀ ଏବେ ମୁଁ ଜାଣିଲି ଯେ ଅସଲ ଦୋଷୀ କିଏ । କୁହାଯାଏ ଯେ ସତ୍ୟ କେବେବି ଲୁଚି ରହେନାହିଁ । ଏକଥା ଏଠାରେହିଁ ପ୍ରମାଣିତ ହେଲା । ଦୋଷ ମୋ ବାପା ଓ ଭୀମବାପା ଦୁଇଜଣଙ୍କର । କିନ୍ତୁ ଏବେ ତ ସେମାନେ ଆଉ ଏ ପୃଥିବୀରେ ଜୀବିତ ଅବସ୍ଥାରେ ନାହାଁନ୍ତି । କ୍ଷତିପୁରଣ କିପରି ତାଙ୍କଠାରୁ ଆଦାୟ କରାଯିବ?”

ଏକଥା ଶୁଣି ସେ ବୈଦ୍ୟଙ୍କ ଦେହରେ ଯେପରି ପ୍ରାଣ ସଂଚାର ହେଲା । ତା’ପରେ ସେ ଜମିଦାରଙ୍କୁ କହିଲେ, “ଆପଣ ମଧ୍ୟ ଆପଣଙ୍କ ବାପାଙ୍କ ପରି ଅତି ବୁଦ୍ଧିମାନ ଓ ବିବେକବାନ୍ । ଏବେ ମୃତ ଲୋକମାନେ କିପରି କ୍ଷତିପୁରଣ ଦେବେ?”

ଏଥର ଜମିଦାରଙ୍କର ଭୀମ ଉପରେ ରାଗ ଆସିଲା । ସେ ରାଗି କରି ଭୀମକୁ କହିଲେ, “ଦେଖିଲ? ଏହି ଭୟଙ୍କର ଘଟଣାର ମୂଳ କାରଣ କେବଳ ତୁମେ । ଛେଳିଗାଈ ପାଳିବାର ଦକ୍ଷତା ତୁମର ନାହିଁ । ତୁମେ ନିଜ ଛେଳିକୁ ବାନ୍ଧି ରଖିଲ ନାହିଁ । ଏବେ ତୁମର ଦୋଷ । ଏପରି ଭବିଷ୍ୟତରେ ଆଉ ଯେପରି କେବେବି ନ ହୁଏ । ଏପରି ହେଲେ ବାଧ୍ୟ ହୋଇ ଆମେ ତୁମକୁ ଗ୍ରାମରୁ ବାହାର କରିଦେବୁ । କ’ଣ ବୁଝିଲ?”

କେବଳ ଭୀମକୁ ଛାଡି ଏହି ସମାଧାନ ଉପରେ ସମସ୍ତେ ଖୁସି । ଏହିଭଳି ଭାବରେ ବିନା କ୍ଷତିପୁରଣରେହିଁ ସବୁ କିଛି ଭଲ ଭାବରେ ସମାଧାନ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ