ତେନାଲୀରାମା ସଂଗେ ସଂଗେ କହିଲେ, “ତା’ହେଲେ ମହାରାଜ ଆମ ରାଜ୍ୟର ପକ୍ଷୀ ସଂଖ୍ୟା ଏକଲକ୍ଷ ଏଗାର ହଜାର, ଏକଶହ ବାର । ଆପଣ ଚାହାଁନ୍ତିତ’ ଗଣିକରି ଜାଣିପାରନ୍ତି । ଯଦି ପକ୍ଷୀ ଗଣିଲାପରେ ପକ୍ଷୀମାନଙ୍କର ସଂଖ୍ୟା କମିଲା, ତା’ହେଲେ…. ମହାରାଜ ପଚାରିଲେ ।
“ଏହାର ଏକ ମାତ୍ର କାରଣ ହୋଇପାରେ ଯେ ଗୋଟିଏ ପକ୍ଷୀ ହୁଏତ ଆଉ ଏକ ପକ୍ଷୀ ସହିତ ଦେଖା କରିବାପାଇଁ ପଡୋଶୀ ରାଜ୍ୟକୁ ଯାଇଥିବ ।” ବୋଲି ତେନାଲୀରାମା ଗମ୍ଭୀରତାର ସହିତ କହିଲେ ।
ଯଦି ତୁମେ କହିଥିବା ସଂଖ୍ୟାଠାରୁ ପକ୍ଷୀମାନଙ୍କର ସଂଖ୍ୟା ଅଧିକ ହେଲା ତା’ହେଲେ… ରାଜା ପୁଣି ପଚାରିଲେ । ତହୁଁ ତେନାଲୀରାମା କହିଲେ ସିଧା କଥା । ବାହାର ରାଜ୍ୟରୁ କିଛି ପକ୍ଷୀ ହୁଏତ ତାଙ୍କର ସମ୍ପର୍କୀୟମାନଙ୍କ ପାଖକୁ ଆସିଥିବେ ।
ତେନାଲୀରାମାର ଏପରି କଥା ଶୁଣି ରାଜା ନିରୁତ୍ତର ହୋଇଗଲେ । ଶେଷରେ ସେ ରାଜା ତାଙ୍କ କର୍ମଚାରୀମାନଙ୍କୁ କହିଲେ, “ଦେଖିଲତ’ ସମସ୍ତେ, ତେନାଲୀରାମାଙ୍କ ସହିତ ଯିଏ ଶତ୍ରୁତା କରେ, ତା’ର ପରିଣାମ ସେ ନିଜେ ହିଁ ଭୋଗ କରେ । ଖାସ୍ ଏଇଥିପାଇଁ ମୁଁ ତେନାଲୀରାମାଙ୍କୁ ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇଛି । ତୁମ ମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଏପରି ଅଛିକି, ଯିଏ ଦୃଢତାର ସହିତ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବ? ତାପରେ ରାଜାଙ୍କ କଥା ଶୁଣି ସମସ୍ତେ ନିରୁତ୍ତର ରହିଲେ ।