ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପଡୋଶୀ ରାଜା

ଇଣ୍ଡିଆର ଦକ୍ଷିଣରେ ‘ବିଜୟ ନଗର’ ନାମକ ଏକ ରାଜ୍ୟ ଥିଲା । ଏକଦା ସେହି ରାଜ୍ୟ କୃଷ୍ଣଦେବ ରାୟ ନାମକ ଜଣେ ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା । ବିଜୟନଗର ରାଜ୍ୟର ତା ପଡୋଶୀ ରାଜ୍ୟ ସହିତ ସର୍ବଦା କଳହ ଲାଗି ରହୁଥିଲା । ଏହାର ସୁଯୋଗ ନେଇ କେତେକ ଖଳ ବ୍ୟକ୍ତି ରାଜା କୃଷ୍ଣଦେବରାୟଙ୍କ ସହିତ ତେନାଲୀରାମାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ । ଦିନେ କୃଷ୍ଣଦେବ ରାୟ ତାଙ୍କ ବଗିଚାରେ ବସି ପଡୋଶୀ ରାଜ୍ୟ ସହିତ ସୃଷ୍ଟି ହୋଇଥିବା ସମସ୍ୟା କଥା ଏକା ଏକା ଚିନ୍ତା କରୁଥାଆନ୍ତି । ଏହି ସମୟରେ ତାଙ୍କ ନିକଟକୁ ତାଙ୍କର ଏକ ଅନୁଚର ଆସିଲା । ରାଜାଙ୍କ ପାଖରେ ପହଁଚିବା ପରେ ସେ ଅନୁଚର ଚାରିଆଡକୁ ଚାହିଁଲା । ଅତି ସନ୍ତର୍ପଣରେ ରାଜାଙ୍କ କାନ ପାଖରେ ସେ କହିଲା, “ମହାରାଜ! ଆପଣ କ’ଣ କିଛି ଶୁଣି ନାହାଁନ୍ତି?”

                ରାଜା କହିଲେ, “କାହିଁ ମୁଁ ତ’ କିଛି ବି ଶୁଣି ନାହିଁ” । ରାଜା ଏହି କଥା ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ ।

                ଏହାପରେ ସେ ଦୂତଟି କହିଲା, “ମହାରାଜ! ପ୍ରଥମେ ଆପଣ ମୋ ନିକଟରେ ପ୍ରତିଜ୍ଞା କରନ୍ତୁ, ଯେ ମୁଁ ଯେଉଁ କଥା ଆପଣଙ୍କୁ କହିବି ଆପଣ କାହା ଆଗରେ ବି ସେସବୁ ଆଦୌ ପ୍ରକାଶ କରିବେ ନାହିଁ ।” ମହାରାଜ ସେ ଦୂତ ନିକରେ ପ୍ରତିଜ୍ଞା କରିବାକୁ ଯାଇ କହିଲେ, “ଦୂତ! ତୁମେ ଯାହା କହିବାକୁ ଚାହୁଁଛ ନିର୍ଭୟରେ ତାହା କୁହ, ଆଦୌ ଭୟ କରିବା ଦରକାର ନାହିଁ ।” ରାଜାଙ୍କ କଥା ଶୁଣି ସେ ଦୂତଟି କହିଲା, “ମହାରାଜ! ତେନାଲୀରାମାଙ୍କର ପଡୋଶୀ ରାଜ୍ୟର ରାଜାଙ୍କ ସହିତ ସୁସଂପର୍କ ଅଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ