ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପଣ୍ଡିତଙ୍କ ଆଶୀର୍ବାଦ

       ଶେଷରେ ଆଶୀର୍ବାଦର ଅସଲ ଅର୍ଥ ବୁଝାଇ ଦେବାକୁ ଯାଇ ଗୁମାସ୍ତା କହିଲେ, “ବ୍ରାହ୍ମଣ ଦେବତାଙ୍କର ଉକ୍ତିର ଅନ୍ତର୍ନିହିତ ଉଦ୍ଧେଶ୍ୟ ଅତି ଗହନ! ଏହା ପଛରେ ଏକ ନିଚ୍ଛକ ସତ୍ୟ ଲୁଚି ରହିଛି । ତାଙ୍କ କହିବାର ଉଦ୍ଧେଶ୍ୟ ହେଲା –

       ଆପଣଙ୍କ ବ୍ୟବସାୟ ସୀମିତ ପରିସରରେ ଅର୍ଥାତ୍ ଏହି ସହର ଭିତରେ ସୀମାବଦ୍ଧ ରହିଛି । ସୁତରାଂ ଆପଣ ବ୍ୟବସାୟର ପରିସର ବୃଦ୍ଧିକରନ୍ତୁ । ଏହା ଦେଶ ବିଦେଶକୁ ପରିବ୍ୟାପ୍ତ ହେଉ ।ଏହାକୁ ପାଦକୁ ଚଂଚଳ କରାଇବା ଓ ବିଶ୍ରାମ ନଦେବା କୁହାଯାଏ । ଠିକ୍ ସେହିପରି ଆପଣଙ୍କ ବ୍ୟବସାୟ ବଢିଲେ କର୍ମଚାରୀଙ୍କର କାର୍ଯ୍ୟବି ବଢିଯିବ । ଏହାଦ୍ୱାରା ରାତିରେ ନିଦ ସ୍ୱତଃ କମିଯିବ । ଏହାହିଁ ଠିକ୍ ଭାବରେ ନିଦ ନହେବା କଥା କୁହାଯାଇଛି ।”

       ଏବେ ଶେଠ୍ ବ୍ରାହ୍ମଣଙ୍କର ଅମୂଲ୍ୟ ଉପଦେଶର ଅର୍ଥ ବୁଝିଗଲା ପରେ ପୁଣି ତାଙ୍କୁ ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଦେଇ ବିଦାୟ ଦେଲେ ।

       ବାସ୍ତବରେ କହିବାକୁ ଗଲେ ଜ୍ଞାନୀ ବ୍ୟକ୍ତିମାନେ କିଛି କହିବା ପୂର୍ବରୁ ଚିନ୍ତାକରି ସେମାନଙ୍କର ମତାମତ ପ୍ରଦାନ କରିଥାନ୍ତି । ସେମାନଙ୍କ ତୁଣ୍ଡରୁ ଉଚ୍ଚାରିତ ପ୍ରତ୍ୟେକଟି ଶବ୍ଦର ଅତ୍ୟନ୍ତ ଗୂଢ ଅର୍ଥପୂର୍ଣ୍ଣ । ସବୁଠାରୁ ବଡ କଥା ହେଲା ଜ୍ଞାନୀ ଲୋକମାନେ କେବେ କାହାର ସମ୍ମାନହାନୀ ହେଲା ଭଳି କଥା କହିନଥାନ୍ତି, ମାତ୍ର ନିର୍ବୋଧମାନେ କିଛି ନ ଜାଣି ନଶୁଣି ଏହାର ଭିନ୍ନ ବ୍ୟାଖ୍ୟା କରି ମହାନ୍ ବ୍ୟକ୍ତିଙ୍କର ସମ୍ମାନହାନୀ ଲାଗି କାର୍ଯ୍ୟ କରିବାରେ ଆଦୌ ପଛେଇ ନ ଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ