ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରମେଶ୍ୱରଙ୍କ କରୁଣା

“ଯେତେବେଳେ ପରମେଶ୍ୱରଙ୍କ ଦ୍ୱାରସ୍ଥ ହୋଇଛି, ତେବେ ଏଠାରୁ ଖାଲିହାତରେ ଯିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ, ସେ ଯାହା ବି ହେଉ, ଭିକ୍ଷା ନ ନେଇ, ମୁଁ ଏ ସ୍ଥାନ ଛାଡି ଯାଉନାହିଁ ।” ଏପରି କହି ଫକୀର, ନିକଟସ୍ଥ ଏକ ବୃକ୍ଷମୂଳରେ ଯାଇ ବସିଲେ । ନିଜେ ହସ୍ତ ପ୍ରସାରଣ କରି ସେ କହିଲେ, “ହେ ଦୀନବନ୍ଧୁ, ତୁମର ଅଦୃଶ୍ୟ ଭଣ୍ଡାରରୁ ମୋ ପାଇଁ ନିର୍ଦ୍ଧାରିତ ଥିବା ଆହାର ଶୀଘ୍ର ପଠାଇ ଦିଅ ।” ଯେହେତୁ, ସେହି ଫକୀର, ସେହି ଗ୍ରାମକୁ ନୂଆ ହୋଇ ଆସିଥିଲେ, ତେଣୁ ସେ ସେଠାରେ ପଡିରହିଥିବା ବିଷୟ କାହାକୁ ଜଣା ନଥିଲା ।

ଏପରି କିଛିଦିନ ନ ଖାଇ ନପିଇ ସେଠାରେ ସେ ପଡିରହିବାରୁ ତାଙ୍କର ଶରୀର କ୍ଷୀଣ ଓ ଶକ୍ତିହୀନ ହୋଇଗଲା । ତାଙ୍କର ମାଂସପେଶୀ ଦୁର୍ବଳ ହୋଇଗଲା । ଦେହ ଅସ୍ଥି-କଙ୍କାଳସାର ହୋଇ ଏପରି ମନେହେଲା, ସତେ କି ତାଙ୍କର ଅନ୍ତିମ ସମୟ ଆସନ୍ନପ୍ରାୟ ।

ହଠାତ୍ ଦିନେ ମସ୍ଜିଦ ଦ୍ଭିତରୁ ତାଙ୍କୁ ଏକ ସ୍ୱର ଶୁଭିଲା ।

“ମୂର୍ଖ, ତୁମେ କ’ଣ ସେହି ଶିଆଳ ପରି ହସ୍ତପାଦହୀନ ଏକ ଅସହାୟ ଜୀବ । ନିଜର ଶକ୍ତି ସାମର୍ଥ୍ୟ ଥାଇ, ଅନ୍ୟର ଦୟା ଓ ଭିକ୍ଷା ଉପରେ ଆଶା ରଖି ବଂଚିବା ଅତ୍ୟନ୍ତ ହୀନ ଆଚରଣ ଅଟେ । ଯେଉଁ ବ୍ୟକ୍ତି ନିଜେ ପରିଶ୍ରମ କରି ନିଜେ ବଂଚିବା ସହିତ, ପରୋପକାର କରିଥାଏ, ତା’ ଉପରେ ମୋ କୃପା ଦୃଷ୍ଟି ସଦା ସର୍ବଦା ରହିଥାଏ ।”

ପ୍ରଭୁଙ୍କର ଏପରି ବାଣୀ ଶୁଣି, ଫକୀର ଅତି ମାତ୍ରାରେ ଲଜ୍ଜିତ ଅନୁଭବ କଲେ । ଏହାପରେ ତାଙ୍କର ଜ୍ଞାନୋଦୟ ଘଟିଲା । ପରିଶ୍ରମ କରି ଆତ୍ମନିର୍ଭରଶୀଳ ହେବାପାଇଁ ସେ ଏଥର ବଦ୍ଧପରିକର ହେଲେ । ଏହାପରେ ସେ ସ୍ୱାବଲମ୍ବୀ ଜୀବନଯାପନ ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ