ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରର ମନ୍ଦ ଚିନ୍ତ ନାହିଁ

       ବିଲୁଆର ମନ୍ଦବୁଦ୍ଧି କାଉକୁ ଅଛପା ରହିଲା ନାହିଁ । ତହୁଁ ସେ କାଆ କାଆ ଡାକି ଡାକି ବିଲୁଆ ପାଖରେ ଆସି ପହଁଚିଗଲା । ବିଲୁଆକୁ ଅତି ବିନୀତ ଭାବରେ କହିଲା, “ଭାଇ! ତୁମକୁ ନେହୁରା ହେଉଛି, ଗଛକୁ ହଲାଅ ନାହିଁ । ମୋ’ ଅଣ୍ଡାଗୁଡିକ ଭାଙ୍ଗିଯିବ । ସେଥିରୁ ଛୁଆ ବାହାରିବେ ବୋଲି ମୁଁ କେତେ ପରିଶ୍ରମ କରୁଛି ତୁମେ କ’ଣ ଜାଣିନାହଁ? ବରଂ ତା’ ବଦଳରେ ଯାହା କହିବ ମୁଁ କରିବି ।”

       ବିଲୁଆ ତା’ପରେ କାଉକୁ କହିଲା, “ଠିକ୍ ଅଛି । ତୋ’ ଅଣ୍ଡାର ମୁଁ କିଛି କ୍ଷତି କରିବି ନାହିଁ । ହେଲେ ତୁ ମୋ’ ପାଇଁ ଗୋଟିଏ କାମ କରିଦେବୁ । ଯେଉଁଠି ଶବ ପଡିଥିବ ଦେଖିବୁ ମୋତେ ଖବର ଦେବୁ । ସେଠାକୁ ଯାଇ ମୁଁ ମାଂସ ଖାଇବି ।”

       ସେହିଦିନଠାରୁ କାଉ ବିଲୁଆ କଥାରେ ରାଜିହୋଇ ପ୍ରତ୍ୟହ ଶବ ଖୋଜିବାରେ ବୁଲିଲା ଓ ବିଲୁଆକୁ ଜଣାଇଲା । ବିଲୁଆ ବି ଖବର ପାଇବା ମାତ୍ରେ ଧାଇଁଯାଏ, ପେଟପୂରା ମାଂସ ଖାଇ ଚାଲିଆସେ । ମାତ୍ର କେଉଁଦିନ ହେଲେ କାଉପାଇଁ ମାଂସ ପୁଳାଏ କି ହାଡ ଖଣ୍ଡିଏ ଆଣି ଦିଏ ନାହିଁ ।

       ଏବେ କାଉ ବଡ ଅସୁବିଧାରେ ପଡିଗଲା । ବିଲୁଆ ସବୁ ମାଂସ ଖାଇ ଦେବାରୁ କାଉକୁ ଆଉ କିଛି ମିଳିଲା ନାହିଁ । ହେଲେ ଏକଥା ସେ କହିବ କାହାକୁ ନିଜେତ ଭୁଲ୍ କରିଛି?

       ଦିନକର କଥା । କାଉର ଭେଟ ହେଲା ହେଟା ବାଘ ସହିତ । ସେ ହେଟାବାଘକୁ ତାର ଦୁଃଖ ଜଣାଇଲା । ଦୁଷ୍ଟ ବିଲୁଆକୁ ଶାସ୍ତି ଦେବାକୁ କହିବାରୁ ହେଟା ରାଜି ହୋଇଗଲା । କାରଣ ନିର୍ଦ୍ଧୋଷ କାଉର ଦୁଃଖ ତା’ର ହୃଦୟକୁ ତରଳାଇ ଦେଲା । ହେଟା ଏବେ ଏକ ଉପାୟ ପାଂଚି କାଉକୁ କହିଲା।

       ତାପର ଦିନ ବିଲୁଆ ପଚାସଢା ମାଂସ ଖାଇ ଆରାମରେ ଶୋଇଥାଏ । କାଉ ଖବର ଦେଲା, ଜଙ୍ଗଲରେ ହେଟା ବାଘଟିଏ ମରିପଡିଛି । ହେଲେ ଏହା ଏକ ଷଡଯନ୍ତ୍ର ବୋଲି ବିଲୁଆ ଜାଣି ପାରିଲା ନାହିଁ । ଖବର ପାଇ ଆନନ୍ଦରେ ଦୌଡିଲା ।

       ଯେତେବେଳେ ବିଲୁଆ ମିଛରେ ଶୋଇଥିବା ହେଟାକୁ ପୁଳାଏ କାମୁଡି ଦେଇଛି, ହେଟା ବିଲୁଆର ତଂଟିକୁ ଧରି କଂଟାବୁଦା ଭିତରକୁ ଫୋପାଡି ଦେଲା । ବିଲୁଆ ଯନ୍ତ୍ରଣାରେ ଛଟପଟ ହୋଇ ଗଁ ଗଁ ହେଉଥାଏ । ଦେହସାରା କଂଟାଗଳି ରକ୍ତଝରିଲା ।

       ଏବେ ବିଲୁଆ ବୁଝିଗଲା, ପରମନ୍ଦ ଚିନ୍ତା କଲେ ଏଭଳି ଫଳମିଳେ । ସେହି ଦିନଠାରୁ ବିଲୁଆ, କାଉ ଅଣ୍ଡା ଦେଇଥିବା ଗଛମୂଳକୁ ଗଲାନାହିଁ, କି ପରର ମନ୍ଦ ଚିନ୍ତା କଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ