କୁକୁର କହିଲା, “ଆମେ ଦୁହେଁ କେବଳ ଗୋଟିଏ କାମ କରିବା ତାଙ୍କର ଘର ଜଗିବା ଓ ଅଚିହ୍ନା ଲୋକ ଦେଖିଲେ ଭୁକିବା ।”
ବିଲୁଆ କହିଲା, “ସତ ଯେ, ହେଲେ ମୁଁ ତ ତୁମଭଳି ଭୁକି ପାରିବି ନାହିଁ ।”
କୁକୁର କହିଲା, “ଚଳିବ । ସବୁଠାରୁ ବଡ କଥା ହେଲା, ତୁମେ ତ ମୋ ଭଳି ଦେଖାଯାଉଛ, ଏଥିରେ କିଛି ଅସୁବିଧା ହେବ ନାହିଁ । ମାଲିକ ତୁମକୁ କୁକୁର ବୋଲି ଧରିନେବେ ।”
କୁକୁର କଥାରେ ବିଲୁଆ ରାଜି ହୋଇ ଏବେ ଘରଭିତରକୁ ଗଲା । ଯିବା ବେଳେ ତା’ର ନଜର ପଡିଗଲା କୁକୁର ବେକରେ ବନ୍ଧାଯାଇଥିବା ଚମଡା ଫିତା ଉପରେ । ଏହା ଦେଖି ବିଲୁଆ କହିଲା, “ଭାଇ ! ଟିକିଏ ରହିଯା’, ତୁମ ବେକରେ ଥିବା ଏହି ଫିତାଟା କ’ଣ କି?”
ତହୁଁ କୁକୁର କହିଲା, “ଆରେ ବୋକା, ସେଇଟାକୁ କହନ୍ତି ବେଲ୍ଟ । ସକାଳହେଲେ ମାଲିକ ମୋତେ ଗୋଟିଏ ଚେନ୍ ରେ ବେକକୁ ବାନ୍ଧିପକାଏ । ଦିନଯାକ ମୁଁ ବନ୍ଧାହୋଇ ପଡିଥାଏ । ରାତିରେ ମୋତେ ଛାଡି ଦିଆଯାଏ । ମୁଁ ଘର ଜଗେ ।
ଏହାଶୁଣି ବିଲୁଆ ଫେରିଯିବାକୁ ବସିଲା । କହିଲା, “ଭାଇ, ଏବେ ମୁଁ ମୋର ଗାତକୁ ଫେରିଲି । ସେଠାରେ ମୁଁ ନଖାଇ ମରିଯିବି ପଛେ, କାହା ପାଖରେ ବନ୍ଧାହୋଇ ପରାଧୀନ ହୋଇ ରହିପାରିବି ନାହିଁ ।”
ସତରେ ସ୍ୱାଧୀନ ହୋଇ ବଂଚିବାରେ ଯେଉଁ ଆନନ୍ଦ ଥାଏ, ତାହା ପରାଧୀନରେ ନଥାଏ ।