ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରିଶ୍ରମ ହିଁ ଶ୍ରେଷ୍ଠ

ଏହି ସମୟରେ ସେ ଗରିବ କୃଷକଟି ପଚାଶ ଶଗଡ ପନିପରିବା ନେଇ ରାଜାଙ୍କ ନିକଟରେ ପହଁଚିଲା । ତାପରେ ରାଜାଙ୍କୁ ସେ ପ୍ରଣାମ କରି କହିଲା – ‘ରାଜନ୍, ଆପଣ କହିଥିବା କଥାନୁସାରେ ଆପଣଙ୍କର ପଚାଶ ଶଗଡ ପନିପରିବା ଯିବା ପାଇଁ ପ୍ରସ୍ତୁତ । ଆପଣ ଖାଲି ଆଜ୍ଞା ଦେଲେ ସେସବୁ ପଡୋଶୀ ରାଜ୍ୟରେ ପହଁଚାଇ ଦିଆଯିବ ।’ ଏକଥା ଶୁଣି ସମସ୍ତ ଜମିଦାରଗଣ ସେ ରାଜାଙ୍କ ଆଗରେ ଫେରାଦ ଦେଲେ । କହିଲେ – ‘ହେ ରାଜନ୍, ଏ ଚୋର କୃଷକ ହିଁ ସେମାନଙ୍କର ପନିପରିବା ସବୁ ଚୋରି କରିନେଇଛି । ଏଭଳି ଏକ ଚୋର ଯୋଗୁଁ ରାଜାଙ୍କର ବି ବହୁତ ଅପମାନ ହୋଇଛି ।’ ଏକଥା ଶୁଣି ରାଜା ସେ କୃଷକକୁ ସେହିକ୍ଷଣି ବନ୍ଦୀ କରି ରଖିଲେ ।

ଦିନେ ସେ ରାଜା ରାଜ୍ୟ ଭ୍ରମଣରେ ବାହାରିଲେ । ସେ ଏକ ରାତିରେ ଯାଇ ସେ କୃଷକର ଗାଁରେ ପହଁଚିଲେ । ନିଜର ବେଶ ବଦଳାଇଥିବାରୁ ସେତେବେଳେ ସେ ରାଜାଙ୍କୁ କେହି ବି ଆଦୌ ଚିହ୍ନି ପାରିଲେ ନାହିଁ । ସେଦିନ ରାଜ୍ୟର ସେହି କୋଡିଏ ଜଣ ଜମିଦାର ଏକାଠି ହୋଇ ହସ ଖୁସି ମଉଜ ମଜଲିସ୍ରେ ସମୟ କଟାଉଥାନ୍ତି । ସେମାନେ କିପରି ଭାବରେ ସେ କୃଷକକୁ ରାଜାଙ୍କ ନିକଟରେ ଫସାଇଛନ୍ତି ତାହା ମଧ୍ୟ କହିଗଲେ । ହଠାତ୍ ରାଜା ସେ କୃଷକ ବିଷୟରେ ଏସବୁ କଥା ଶୁଣି ତାଙ୍କୁ ବହୁତ ଲଜ୍ଜିତ ଲାଗିଲା । ଏଥର ସେ ନିଜର ଭୁଲ୍ ବୁଝିପାରିଲେ । ରାଜା ଜାଣିପାରିଲେ ଯେ ସେ ଜମିଦାରମାନଙ୍କ କଥାରେ ପଡି ଏକ ସଚ୍ଚୋଟ୍, ଦାୟିତ୍ୱବାନ, କର୍ମଠ ଓ ପରିଶ୍ରମୀ ଗରିବ କୃଷକକୁ ବନ୍ଦୀ କରିଛନ୍ତି ।

ତା’ପର ଦିନ ରାଜା ସେ ସମସ୍ତ ଜମିଦାରମାନଙ୍କୁ ରାଜଦରବାରକୁ ଡକାଇ ପଠାଇଲେ । ଜମିଦାରମାନେ ଆସିବା ପରେ ରାଜା ସେମାନଙ୍କୁ ବନ୍ଦୀ କଲେ । ଯେଉଁ ଜମିଦାର ସେ କୃଷକଟିର ଜମି ହାତେଇ ନେଇଥିଲା ରାଜା ତାକୁ ଦଶ ବର୍ଷ କାରାଗାରରେ ରଖିବା ପାଇଁ ଆଦେଶ ଦେଲେ । ଆଉ ପୁଣି ରାଜା ସେ ଗରିବ କୃଷକକୁ ମଧ୍ୟ ମୁକ୍ତ କରିଦେଲେ ।

ତାପରେ ରାଜା ଘୋଷଣା କଲେ – ‘ଆଜିଠାରୁ ଏହି କୃଷକ ହିଁ ଆମ ରାଜ୍ୟର କୃଷିମନ୍ତ୍ରୀ ହେଲା ।’ ମାତ୍ର ସେ କୃଷକଟି ଏପରି ଘୋଷଣାରେ ଆଦୌ ଖୁସି ନଥିଲା । କାହିଁକିନା ସେ ଜାଣିପାରିଲା ଯେ, କୃଷିମନ୍ତ୍ରୀ ହେଲେ ସେ ଆଉ ଜମିରେ କେବେବି କାମ କରିପାରିବ ନାହିଁ । ତାପରେ ତା’ ରାଜ୍ୟରେ ପନିପରିବାର ଘୋର ଅଭାବ ଦେଖାଦେବ । ତେଣୁ ସେ କୃଷକଟି ରାଜାଙ୍କର ଏଭଳି ପ୍ରସ୍ତାବକୁ ମୋଟେ ଗ୍ରହଣ କଲା ନାହିଁ । ମାତ୍ର ଏକଥା ଶୁଣି ସେ ରାଜା ଖୁବ୍ ଆଶ୍ଚର୍ଯ୍ୟ ହେଲେ ।

ଦିନେ ରାତିରେ ରାଜା ଲୁଚି ଲୁଚି ସେ କୃଷକର ପଛେ ପଛେ ଗଲେ । ରାଜା ଦେଖିଲେ କୃଷକଟି ରାତିରେ ବସି ପନିପରିବା ଗଛମାନଙ୍କୁ ଆଉଁସି ଦେଉଛି । ତାପରେ ସେ ସେମାନଙ୍କୁ ମିଠା ମିଠା କଥା ବି କହୁଛି । ଏମିତିକି ପନିପରିବା ସହିତ ସେ କୃଷକ ମଧ୍ୟ ଖେଳୁଛି । ଏସବୁ ଦେଖି ରାଜା ଜାଣିପାରିଲେ ଏ ଗରିବ କୃଷକ ଅତି ମହାନ୍ । ଏହାର ପରିଶ୍ରମ ହିଁ ସବୁଠାରୁ ବଡ ସମ୍ପତ୍ତି । ତା’ର ଏହି ପରିଶ୍ରମୀ ଓ ସରଳତା ଗୁଣ ଯୋଗୁଁ ସେ ଅଧିକରୁ ଅଧିକ ପନିପରିବା ଅମଳ କରିପାରୁଛି ।

ସେହିଦିନ ପରଠାରୁ ରାଜା ସେ କୃଷକର ପରିବାରକୁ ରାଜଉଆସରେ ରଖିଲେ । କୃଷକଟିର ସଚ୍ଚୋଟତା, ସରଳତା ଓ ପରିଶ୍ରମୀ ଗୁଣ ଯୋଗୁଁ ସମସ୍ତ ରାଜ୍ୟବାସୀ ସେହି କୃଷକର ଖାଲି ଜୟଗାନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ