ଗୋଟିଏ ଅଜଣାଦ୍ୱୀପରେ ଅସୁରୁଣୀଟିଏ ରହୁଥିଲା । କେହି ହେଲେ ଜଣେ ସେହି ଦ୍ୱୀପର ସନ୍ଧାନ କେବେବି ନେଇ ନଥିଲେ । ସେ ଦ୍ୱୀପର ଚାରିପଟେ ଘଂଚ ବନାନୀର ଅନ୍ଧକାରରେ ଯେପରି ରାତ୍ର ଆଗମନ ହୋଇଛି । ସେହି ଜଙ୍ଗଲର ବଡ ଗଛଟିରେ ଗୋଟିଏ କୋରଡ ଥାଏ । ସେଠାରେ ନାଗୁଣୀଟିଏ ତାର କୁନି ଛୁଆଙ୍କୁ ଧରି ରହୁଥାଏ । ସଂନ୍ଧ୍ୟାବେଳେ ପଦାକୁ ବାହାରି ସେ ପବନ ଖାଏ ଏବଂ ଟିକେ ଶାନ୍ତିରେ ବୁଲେ । ସେଠାରେ ଅସୁରୁଣୀ ଥିବା କଥା ସେ ଜାଣିଥାଏ କିନ୍ତୁ ସେଥିରେ ସେ ନାଗୁଣୀଟି ଆଦୌ ବିବ୍ରତ ହୁଏ ନାହିଁ । ଦିନେ ନାଗୁଣୀ ବୁଲୁଥିବା ସମୟରେ ଏ ଅସୁରୁଣୀ ତାକୁ ଦେଖିଲା । ତାପରେ ସେ ଅସୁରୁଣୀଟି ବଡ ପାଟିରେ କହିଲା –
ଲମ୍ବାଳିଆ ଜନ୍ତୁ କିଏରେ ତୁ,
ମୋ ରାଇଜରେ ଆଣିଲୁ କିନ୍ତୁ!
ଦେଖି ନଥିଲି କି ଚିହ୍ନି ନଥିଲି
କିଏ ଅଛି ବୋଲି ଆଜି ଭାବିଲି ।
ଦୟା କରି ତୁହି ଯାଆ ପଳାଇ
ନହିଲେ ତୋତେ ମୁଁ ଦେବିଲୋ ଖାଇ ।