ଏପରି କଥା ଶୁଣି ସେ ନାଗୁଣୀ କହିଲା –
ତୁ ଅଛୁ ଆଉ ମୁଁ ବି ଅଛି,
ତୋର କିସ ମୁଁ କ୍ଷତି କରିଛି?
ଚରିବୁଲି ଗଲେ ଜଙ୍ଗଲେ ମୁହିଁ
ଦିନ ସାରା ଏଠି ଜଗି ବସିଛି ।
ତୋର ମୋର ଜଙ୍ଗଲବାସୀ
ମୋତେ ପାଇ ତୁହି ହେବୁନି କି ଖୁସି?
ଏହା ଶୁଣି ସେ ଅସୁରୁଣୀ ନାଗୁଣୀକୁ ଭର୍ତ୍ସନା କରି ବହୁତ କଥା କହିଲା । ଦାନ୍ତରଗଡିଲା ଓ ତାପରେ ସେ ଅସୁରୁଣୀଟି ତାର ବିରାଟକାୟ ରୂପ ଧାରଣ କଲା । ଏପରିକି ଆକାଶକୁ ସେ ଅସୁରୁଣୀର ମୁଣ୍ଡ ଛୁଇଁଲା । ହୁଁ କାର ଶବ୍ଦ କରନ୍ତେ ଗୋଟିଏ ସୁନ୍ଦରୀଆ ପକ୍ଷଯୁକ୍ତ ପରୀ ତା ମୁଣ୍ଡ ଉପରେ ପଡିଗଲା । ତାପରେ ସେ ତାର ବିରାଟକାୟ ହାତରେ ଧରିଆଣିଲା ତାକୁ । ତହୁଁ ସେ ଅସୁରୁଣୀଟି କହିଲା –
ହେଉଲୋ ସୁନ୍ଦରୀ ପରୀ ରାଣୀ
ମୋ ମୁଣ୍ଡ ଉପରେ ହେଲୁ ମଣି
ତୋତେ ମୁଁ ମାରିବି ନାହିଁ ଜମା,
ତୁହିକି ମେନକା କିମ୍ବା ରମ୍ଭା!