ଏହା ଶୁଣି ସେ ପରୀଟି ଟିକେ ହସିଦେଲା । ତା ହସରୁ କେତେ ସୁନ୍ଦର ଫୁଲଗୁଡିକ ଝଡି ପଡିଲା । ତାପରେ ତାର ଚିକିଚିକି ସୁନ୍ଦରୀଆ ଦେହରୁ ଯେପରି ସପ୍ତରଙ୍ଗ ଉକୁଟି ଉଠୁଥିଲା । ଏସବୁ ଦେଖି ସେ ଅସୁରୁଣୀ କହିଲା, ତୁ ଏକା ଆସିଛୁ ନା’ ତୋ ସହିତ ଆଉ କିଏ ଆସିଛି? ତହୁଁ ସେ ପରୀ ରାଣୀ କହିଲା –
“ଶହ ଶହ ପରୀ ସୁନ୍ଦରୀ, ଅଛନ୍ତି ମୋହର ସାଙ୍ଗ ।
ଏହି ଜଙ୍ଗଲରେ ଆସି ରହିବେ ଦେଖାଇବେ ତାଙ୍କ ରଙ୍ଗ ।
ତୁମେ ହିଁ ଆମକୁ ସାହା ହୋଇବ, ରହିଯିବୁ ଆମେ ଏଠି,
ଏହି ଦ୍ୱୀପଟିରେ କେହି ବି ନାହାଁନ୍ତି, ନାହିଁ କୋଳାହଳ ପାଟି ।
ଏପରି କଥା ଶୁଣି ସେ ଅସୁରୁଣୀ ବହୁତ ରାଗିଯାଇ କହିଲା :-
ତୋର ତ ସାହସ କିଛି କମ୍ ନୁହେଁ ଲୋ ପରୀରାଣୀ,
ତୁ ରହିବୁ ତ’ ସାଙ୍ଗକୁ ରଖିବୁ ଜାଣିଲିଣି ।
ଭଲ ପାଇ ମୁହିଁ କହିଦେଲି ବୋଲି ମଥାମଣି,
ଏତେ ସାଙ୍ଗଆଣି ରଖିବୁ ଏଇଠି କାହିଁ ପୁଣି ।