ତାହେଲେ ତ ମୁଁ ନିଶ୍ଚୟ ସେମାନଙ୍କୁ ଖାଇବି । କାହାକୁ ବି ମୁଁ ଏଠି ମୋଟେ ରଖାଇଦେବି ନାହିଁ, କେତେ ବର୍ଷ ହେଲା ମୁଁ ଏଠାରେ ଟିକେ ଶାନ୍ତିରେ ଥିଲି । ନାଗୁଣୀଟା କାହୁଁ ଆସି ରହିଲା ଯେ, ମୁଁ ତାକୁ ଏଠାରେ ଦେଖି ରାଗିଲି । କିନ୍ତୁ ଏବେ ତୁ ମଧ୍ୟ ମୋ ଉପରେ ଦାଉ ସାଧିବା ପାଇଁ ଚାହୁଁଛୁ । ସେହି ସମୟରେ ନାଗୁଣୀ ପରୀରାଣୀ ପାଖରେ ପହଁଚି କହିଲା,
“ଶୁଣ ଶୁଣ ମୋର ଭଉଣୀ ପରିରାଣୀ
କାହିଁକି ଉତ୍ପାତ ହେଉଛି ଏ ଅସୁରୁଣୀ ।
ସମସ୍ତେ ଶାନ୍ତିରେ ରହିଲେ କ୍ଷତିକିଆଁ?
ତୁମେ ଆସିବାରୁ ଏଠିକି ଲାଗେ ଶାନ୍ତି ଆହା!
ସେ ନାଗୁଣୀର ଏପରି ନମ୍ର ଭାଷାରେ ପରୀରାଣୀ ଅତି ଖୁସି ହୋଇଗଲା ।
ଅସୁରୁଣୀ ଉପରେ ପ୍ରବଳ ରାଗିଯାଇ ସେ ପରୀରାଣୀ କହିଲା –
ରହ ରହ ମୋର ନାଗୁଣୀ ଭଉଣୀ
ସବୁ କରିଦେବି ଠିକ୍
ମାରିଦେବି ମୁହିଁ ଏ ଅସୁରୁଣୀଟିକୁ,
ତା ଦର୍ପ କରିବ ଠିକ୍ ।
ଏତିକି ଶୁଣି ସେ ନାଗୁଣୀ ଅତି ଖୁସି ହୋଇ ତା କୋରଡ ଭିତରକୁ ଯାଇ ଶାନ୍ତିରେ ତା ପିଲାଙ୍କ ପାଖରେ ଯାଇ ପହଁଚିଗଲା । ତାପରେ ନାଗୁଣୀ ତା ପିଲାଙ୍କୁ ଖୁବ୍ ଗେହ୍ଲା କଲା ।